କୋଣାର୍କ ସୂର୍ଯ୍ୟମନ୍ଦିର ଗେଟ୍ ସମ୍ମୁଖରେ ଅଗ୍ନିକାଣ୍ଡ

କୋଣାର୍କ ସୂର୍ଯ୍ୟମନ୍ଦିର ସମ୍ମୁଖ ନବଗ୍ରହ ଗେଟ୍ ସମ୍ମୁଖରେ ଥିବା ୧୩ରୁ ଉର୍ଦ୍ଧ ହସ୍ତଶ୍ଳିପ ଦୋକାନରେ ଅଗ୍ନିକାଣ୍ଡ ଘଟିଛି । ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡିଛି। ଏହି ଅଗ୍ନିକାଣ୍ଡ ରେ ପ୍ରାୟ ୫୦ଲକ୍ଷ ଟଙ୍କାରୁ ଉର୍ଦ୍ଧ ଟଙ୍କାର ଜିନିଷ ପତ୍ର ପୋଡି ପାଉଁଶ ହୋଇଯାଇଥିବା ଜଣାପଡିଛି।ଏହି ଅଗ୍ନିକାଣ୍ଡର ସଠିକ କାରଣ ଜଣାପଡିନଥିବା ବେଳେ ପୂର୍ବ ଶତ୍ରୁତାକୁ ନେଇ ଏପରି ଘଟଣା ଘଟିଛି ବୋଲି ସାଧାରଣରେ ଅଭିଯୋଗ ହୋଇଛି।

ସୂଚନାଅନୁଯାୟୀ ନବଗ୍ରହ ମନ୍ଦିର ଗେଟ୍ ରାସ୍ତାପାର୍ଶ୍ବର ଏସ ବି ଆଇ ଏ ଟି ଏମ୍ ସାମ୍ନାରେ ଥିବା ୧୩ରୁ ଉର୍ଦ୍ଧ ଦୋକାନରେ ରବିବାର ବିଳମ୍ବିତ ରାତ୍ରରେ ନିଆଁ ଲାଗିବାର ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା। ଘଟଣାସ୍ଥଳରେ ଚଂପହାର ଅଗ୍ନିସମ୍ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ସବୁ ଦୋକାନ ପୋଡ଼ି ପାଉଁଶ ହୋଇଯଇଥିଲା।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *