ଲେବାନନରେ ପେଜର ବିସ୍ଫୋରଣ , ୮ ମୃତ , ୨୭୫୦ରୁ ଅଧିକ ଆହତ

ମଧ୍ୟପ୍ରାଚ୍ୟ ଦେଶ ଲେବାନନରେ ଏକ ଅଦ୍ଭୁତ ଘଟଣା ଘଟିଛି । ମଙ୍ଗଳବାର ସେଠାରେ ଏକାସାଙ୍ଗରେ ୧୦୦୦ରୁ ଅଧିକ ପେଜର ବିସ୍ଫୋରଣ ହୋଇଥିଲା। ଆତଙ୍କବାଦୀ ସଂଗଠନ ହିଜବୁଲ୍ଲାକୁ ଟାର୍ଗେଟ କରି ହୋଇଥିବା ଏସବୁ ସିରିଜ୍ ବିସ୍ଫୋରଣରେ ୮ ଜଣ ମୃତ୍ୟୁ ହେବା ସହ ୨୭୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି।ଏହି ଘଟଣାରେ ଲେବାନନରେ ଅବସ୍ଥାପିତ ଇରାନ ରାଷ୍ଟ୍ରଦୂତ ମଧ୍ୟ ଆହତ ହୋଇଥିବା ଇରାନର ସରକାରୀ ଗଣମାଧ୍ୟମ କହିଛି।ଏସବୁ ଘଟଣା ପଛରେ ଇସ୍ରାଏଲର ହାତ ଥିବା ହିଜବୁଲ୍ଲା ସଂଦେହ କରୁଛି ବୋଲି ଅଲ୍ ଜଜିରା ରିପୋର୍ଟ କରିଛି । ଏହି ରିପୋର୍ଟ ଅନୁସାରେ ପେଜରଗୁଡ଼ିକ ହଠାତ୍ ଗରମ ହେବା ସହ ବିସ୍ଫୋରଣ ହୋଇଥିଲା । ଇସ୍ରାଏଲ ଏସବୁ ଯନ୍ତ୍ରର ନିରାପତ୍ତା ବ୍ୟବସ୍ଥାକୁ ଭେଦ କରି ଏପରି ଆକ୍ରମଣ କରିଥିବା କୁହାଯାଉଛି ।

ଏସବୁ ଘଟଣା ପଛରେ ଇସ୍ରାଏଲର ହାତ ଥିବା ହିଜବୁଲ୍ଲା ସଂଦେହ କରୁଛି ବୋଲି ଅଲ୍ ଜଜିରା ରିପୋର୍ଟ କରିଛି । ଏହି ରିପୋର୍ଟ ଅନୁସାରେ ପେଜରଗୁଡ଼ିକ ହଠାତ୍ ଗରମ ହେବା ସହ ବିସ୍ଫୋରଣ ହୋଇଥିଲା । ଇସ୍ରାଏଲ ଏସବୁ ଯନ୍ତ୍ରର ନିରାପତ୍ତା ବ୍ୟବସ୍ଥାକୁ ଭେଦ କରି ଏପରି ଆକ୍ରମଣ କରିଥିବା କୁହାଯାଉଛି ।

ଲେବାନନରେ ଉଭୟ ଆମେରିକା ଓ ୟୁରୋପୀୟ ସଂଘ ଦ୍ୱାରା ନିଷିଦ୍ଧ ହୋଇଥିବା ହିଜବୁଲ୍ଲାର ରାଜନୈତିକ ଓ ସାମରିକ ପ୍ରଭାବ ରହିଛି। ଏହି ଆତଙ୍କବାଦୀ ସଂଗଠନକୁ ଇରାନର ସମର୍ଥନ ମିଳୁଥିବା ବେଳେ ହିଜବୁଲ୍ଲା ଅକ୍ଟୋବର ୨୦୨୩ରୁ ଗାଜାରେ ଇସ୍ରାଏଲ ସହ ଲଢ଼େଇ କରୁଥିବା ହମାସକୁ ସମର୍ଥନ କରୁଛି।ପେଜର ବୋମା ବିସ୍ଫୋରଣ ଯୋଗୁଁ ଲେବାନନର ସମସ୍ତ ହିଜବୁଲ୍ଲା ଘାଟି ପ୍ରଭାବିତ ହୋଇଛି। ଅକ୍ଟୋବର ୭ ତାରିଖରେ ଇସ୍ରାଏଲ ସାଧାରଣ ନାଗରିକଙ୍କୁ ଟାର୍ଗେଟ କରି ଗାଜାରେ ଇସ୍ରାଏଲ ସହ ଯୁଦ୍ଧ ଚଳାଇଥିବା ହାମାସକୁ ସମର୍ଥନ କରି ଏହି ସଙ୍ଗଠନ ପ୍ରାୟ ପ୍ରତିଦିନ ଇସ୍ରାଏଲ ଉପରେ ରକେଟ ମାଡ଼ କରିବାପରେ ଏହା ହେଉଛି ପ୍ରଥମ ବଡ଼ ଘଟଣା।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *