ମାଲେ ଲଜରେ ନିଆଁ: ୯ ଭାରତୀୟଙ୍କ ସମେତ ୧୦ ମୃତ

ମାଲେ: ମାଲଦ୍ୱୀପର ରାଜଧାନୀ ମାଲେର ଗୋଟିଏ ଲଜ୍‌ରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏହି ଲଜରେ ବିଦେଶୀ ଶ୍ରମିକଙ୍କ ରହିଥାନ୍ତି। ଏହି ଅଗ୍ନିକାଣ୍ଡରେ ୯ ଭାରତୀୟଙ୍କ ସମେତ ୧୦ ଜଣଙ୍କ ମୃତ୍ୟୁ ଘଟିଛି। ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଆୟତ୍ତ କରିବା ସହ ସମସ୍ତ ମୃତଦେହକୁ ଉଦ୍ଧାର କରିଛି।

ମାଲେସ୍ଥିତ ବିଦେଶୀ ଶ୍ରମିକଙ୍କ ପାଇଁ ଉଦ୍ଦିଷ୍ଟ ଲଜର ଗ୍ରାଉଣ୍ଡ ଫ୍ଲୋରେ ଥିବା ଗ୍ୟାରେଜରୁ ଗତ ରାତିରେ ନିଆଁ ଲାଗିଥିଲା। ପରେ ଏହା ଉପର ମହଲାକୁ ବ୍ୟାପିଯାଇଥିଲା। ନିଆଁର ପ୍ରକୋପ ଯୋଗୁ ଉପର ମହଲାରେ ଥିବା ୧୦ ଜଣଙ୍କ ମୃତ୍ୟୁ ଘଟିଛି। ଅଗ୍ନିଶମ ବାହିନୀ ଦ୍ବାରା ସମସ୍ତ ୧୦ ମୃତଦେହ ଉଦ୍ଧାର ହୋଇଛି। ନିଆଁ ଏତେ ଭୟଙ୍କର ଥିଲା କି, ନିଆଁ ଲିଭାଇବାକୁ ଅଗ୍ନିଶମ କର୍ମଚାରୀଙ୍କୁ ୪ ଘଣ୍ଟା ସମୟ ଲାଗିଥିଲା। ମୃତକଙ୍କ ମଧ୍ୟରେ ୯ ଜଣ ଭାରତୀୟ ଥିବା ସୂଚନା ରହିଛି।

ଏହି ଦୁର୍ଘଟଣା ପାଇଁ ସେଠାରେ ଅବସ୍ଥାପିତ ଭାରତୀୟ ଦୂତାବାସ ଗଭୀର ଶୋକ ପ୍ରକାଶ କରିଛି। ଏଥିସହ ଦୂତାବାସର ଅଧିକାରୀମାନେ ମାଳଦ୍ୱୀପ ସରକାରଙ୍କ ସହ ଯୋଗାଯୋଗାରେ ରହିଛନ୍ତି। ଅନ୍ୟପକ୍ଷରେ ମାଳଦ୍ୱୀପର ରାଜନେତାମାନେ ବିଦେଶୀ ଶ୍ରମିକଙ୍କ ପାଇଁ ହୋଇଥିବା ବ୍ୟବସ୍ଥାକୁ ନେଇ ସରକାରଙ୍କୁ ଘେରିବାରେ ଲାଗିଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *