ସ୍ୱର୍ଗଦ୍ୱାରରେ ଜଳିଲା ଜୁଇ। ପଦ୍ମଭୂଷଣ ରମାକାନ୍ତ ରଥଙ୍କ ଶେଷକୃତ୍ୟ ପୁରୀ ସ୍ୱର୍ଗଦ୍ୱାରରେ ସମ୍ପନ୍ନ ହୋଇଛି। ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ବିଦେଶରୁ ଆସିବା ପରେ ପୁଅ ପିନାକୀ ରଥ ମୁଖାଗ୍ନି ଦେଇଛନ୍ତି। ସ୍ୱର୍ଗଦ୍ୱାରରେ ତାଙ୍କ ପାର୍ଥିବ ଶରୀର ପଞ୍ଚଭୂତରେ ଲୀନ ହୋଇଛି। ସ୍ୱର୍ଗଦ୍ୱାରରେ ପରିବାରବର୍ଗ, ପ୍ରଶାସନିକ ଅଧିକାରୀ ସାହିତ୍ୟିକଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଉପସ୍ଥିତ ରହି ଅଶ୍ରୁଳ ବିଦାୟ ଦେଇଥିଲେ। ୯୧ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ ସୁନାମଧନ୍ୟ ସାରସ୍ୱତ ସାଧକ ରମାକାନ୍ତ ରଥ।
ନିଜର ବଳିଷ୍ଠ ରଚନାରେ ଓଡ଼ିଆ ସାରସ୍ୱତ ଜଗତକୁ ଅନେକ କାଳଜୟୀ କୃତି ଭେଟିଦେଇଛନ୍ତି ରମାକାନ୍ତ। କେନ୍ଦ୍ର ସାହିତ୍ୟ ଏକାଡେମୀ, ଶାରଳା ପୁରଷ୍କାର, ସରସ୍ୱତୀ ସମ୍ମାନରୁ ନେଇ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ ହୋଇଥିଲେ ସ୍ୱର୍ଗତ ରମାକାନ୍ତ। ସ୍ୱର୍ଗଦ୍ୱାରକୁ ପାର୍ଥିବ ଶରୀର ନେବା ଆଗରୁ ତାଙ୍କ ଭୁବନେଶ୍ୱରସ୍ଥିତ ବାସଭବନକୁ ଯାଇ ଶେଷ ଦର୍ଶନ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। କମଳାକାନ୍ତଙ୍କ ଲେଖନୀମୁନରୁ ସୃଷ୍ଟ ସାହିତ୍ୟର ସମ୍ଭାର ଚିରସ୍ମରଣୀୟ ହୋଇରହିବ। ଆଧୁନିକ ଓଡ଼ିଆ କବିତାର ଥିଲେ ଜଣେ ଯୁଗନାୟକ। ତାଙ୍କ ବିୟୋଗ ସାହିତ୍ୟଜଗତ ଲାଗି ଅପୂରଣୀୟ କ୍ଷତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।
ପଞ୍ଚଭୂତରେ ବିଲୀନ ହୋଇସାରିଛି ବିଶିଷ୍ଚ ସାଧକ ରମାକାନ୍ତ ରଥଙ୍କ ପାର୍ଥିବ ଶରୀର। ତାଙ୍କ କାଳଜୟୀ ରଚନା ଯୁଗେ ଯୁଗେ ଅମର ହୋଇରହିବ।

Naxatra News is now on Whatsapp
Join and get latest news update delivered to you via whatsapp
Join Now