ଏକ୍ସ-ବୟଫ୍ରେଣ୍ଡ ସହ ପତ୍ନୀର ପରକୀୟାପ୍ରୀତିରୁ ଆତ୍ମହତ୍ୟା କଲେ ଆନନ୍ଦ!

ଏକ୍ସ ବୟଫ୍ରେଣ୍ଡ ସହ ପତ୍ନୀଙ୍କ ଅବୈଧ ସମ୍ପର୍କରୁ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଦେଇଛନ୍ତି ଯୁବକ। ଛତିଶଗଡ଼ର ବିଳାସପୁରର ଆନନ୍ଦ ଦେବାଙ୍ଗନଙ୍କ ବୈବାହିକ ସଂସାର ୬ ମାସ ବି ତିଷ୍ଠିଲାନି। ୨୯ ମିନିଟର ହୃଦୟ ବିଦାରକ ଭିଡ଼ିଓ କରି କେଉଁ କାରଣରୁ ସେ ଆତ୍ମହତ୍ୟା କରିବାକୁ ଚରମ ନିଷ୍ପତ୍ତି ନେଉଛନ୍ତି, ତାକୁ କହିଥିଲେ ଆନନ୍ଦ। ସେ ନିଜ ପତ୍ନୀ, ଶାଶୁ ଓ ଶାଳୀଙ୍କ ନିର୍ଯ୍ୟାତନାରେ ଅତିଷ୍ଠ ହୋଇପଡ଼ିଥିଲେ। ନିଜ ପତ୍ନୀକୁ ସେ ବହୁତ ଭଲ ପାଉଥିଲେ। କିନ୍ତୁ ତାଙ୍କ ପତ୍ନୀ ଶାଶୁ ଓ ଶାଳୀଙ୍କ କଥାରେ ପଡ଼ି ତାଙ୍କୁ ଛାଡ଼ି ଚାଲିଗଲେ। କେହି ତାଙ୍କ କଷ୍ଟ ବୁଝିଲେନି କି କଥା ଶୁଣିଲେନି ବୋଲି କହିଛନ୍ତି ଆନନ୍ଦ। ଆନନ୍ଦ ଆରୋପ ଲଦିଥିଲେ ଯେ, ତାଙ୍କ ପତ୍ନୀ ଦୁଇ ଦୁଇ ଥର ଗର୍ଭପାତ କଲେଣି। ମାର୍ଚ୍ଚ ୨୪ରେ ସେ ଘରୁ ଚାଲିଗଲେ ଯେ, ଆଉ ଫେରିଲେନି। ସେମାନଙ୍କ ବିବାହ ନଭେମ୍ୱର ୨୭, ୨୦୨୪ରେ ହୋଇଥିଲା। ବହୁ ଥର ପତ୍ନୀଙ୍କୁ ଫେରାଇ ଆଣିବାକୁ ପ୍ରୟାସ ସତ୍ତ୍ୱେ ସେ ଫେଲ୍ ମାରିଗଲେ। ଶାଶୁ ଘର ବି ତାଙ୍କ ସହ ସମସ୍ତ ସମ୍ପର୍କ ଛିନ୍ନ କରିଦେଇଥିଲେ। ପତ୍ନୀଙ୍କୁ କେମିତି ପାଇବି, ସେ ନେଇ ଅନେକ ଓକିଲଙ୍କ ସହ ବି ପରାମର୍ଶ କରିଥିଲେ। କିନ୍ତୁ ସମସ୍ତେ ନିରାଶାବାଣୀ ଶୁଣାଇଥିଲେ। ଆଉ କହିଥିଲେ ଆଇନ ତାଙ୍କ ପତ୍ନୀଙ୍କ ସପକ୍ଷରେ ହିଁ ଯିବ। ପତ୍ନୀଙ୍କ ପୂର୍ବତନ ପ୍ରେମିକ ସନ୍ଦୀପ ଓରଫ ସଞ୍ଜୁ ଥଓ୍ୱାଲାନିଙ୍କ ସହ ଅବୈଧ ସମ୍ପର୍କ ଜାରିରୁ ଏ ସବୁ ହେଲା ବୋଲି କହିଛନ୍ତି ଆନନ୍ଦ। ସଞ୍ଜୁ ଜଣେ କପଡ଼ା ବେପାରୀ। ସଞ୍ଜୁ ତାଙ୍କୁ କଲ କରି ନିର୍ଯାତନା ଦେଉଥିଲେ। ଫୋନରେ ଗାଳିଗୁଲଜ କରି କେବଳ ତାଙ୍କ ପତ୍ନୀ ନୁହେଁ। ଶାଶୁ ଓ ଶାଳୀଙ୍କୁ ବି ଟଙ୍କା ଓ ଉପହାର ଦେଇ ସେମାନଙ୍କ ସହ ଅବୈଧ ସମ୍ପର୍କ ରଖିଥିବାର କଥା କହୁଥିଲା। ଆନନ୍ଦର ପରିବାର ଟିଫିନ ସେଣ୍ଟର ଚଳାନ୍ତି। ଆନନ୍ଦ ପ୍ରାଇଭେଟ୍ ଜବ୍ କରୁଥିଲେ। ସେ ତାଙ୍କ ପତ୍ନୀଙ୍କ ସମସ୍ତ ଦାବି ପୂରଣ କରୁଥିଲେ ବୋଲି କହିଛନ୍ତି। କିନ୍ତୁ ଏହା ବଦଳରେ ସେ କେବଳ ମାନସିକ ନିର୍ଯାତନା ପାଆନ୍ତି। ଜିଆରପି ପୁଲିସ ସୁଇସାଇଟ୍ ନୋଟ୍ ଓ ଭିଡିଓକୁ ଜବତ କରି ତଦନ୍ତ କରୁଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *