ପଶ୍ଚିମବଙ୍ଗ ଦାର୍ଜିଲିଂରେ ବଡ଼ ଧରଣର ଟ୍ରେନ୍ ଦୁର୍ଘଟଣା। ଏକ୍ସପ୍ରେସ ଟ୍ରେନକୁ ଧକ୍କା ଦେଲା ମାଲବାହୀ ଟ୍ରେନ୍। ସିଲିଗୁଡ଼ି ଜିଲ୍ଲାରେ କାଞ୍ଚନଜଙ୍ଗା ଏକ୍ସପ୍ରେସକୁ ଗୋଟିଏ ମାଲଗାଡ଼ି ଧକ୍କା ଦେଇଛି। ଦୁର୍ଘଟଣାରେ ୫ଜଣଙ୍କ ମୃତ୍ୟୁ, ୨୦ରୁ ୨୫ଜଣ ଆହତ ହୋଇଥିବା ଦାର୍ଜିଲିଂ ଅତିରିକ୍ତ ଏସପିଙ୍କ ସୂଚନା। ରେଲୱେ ପକ୍ଷରୁ ଜାରି ହେଲା ହେଲ୍ପ ଲାଇନ ନମ୍ୱର। ୦୩୩-୨୩୫୦୮୭୯୪, ୦୩୩-୨୩୮୩୩୩୨୬, ୦୩୬୧୨୭୩୧୬୨୧, ୦୩୬୧୨୭୩୧୬୨୨, ୦୩୬୭୪୨୬୩୯୫୮, ୦୩୬୭୪୨୬୩୧୨୦, ୦୩୬୭୪୨୬୩୮୩୧ ହେଲ୍ପ ଲାଇନ ନମ୍ୱର ଜାରି କରାଯାଇଛି। ସେପଟେ ଦୁର୍ଘଟଣାକୁ ଦୁର୍ଭାଗ୍ୟଜନକ କହିଲେ ରୋଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। NDRF, SDRF ଓ ରେଲୱେର ସମନ୍ୱୟରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ସମସ୍ତ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତୁରନ୍ତ ଘଟଣାସ୍ଥଳକୁ ବରିଷ୍ଠ ଅଧିକାରୀଙ୍କୁ ପଠାଯାଇଥିବା କହିଛନ୍ତି ରୋଳ ମନ୍ତ୍ରୀ।
Naxatra News is now on Whatsapp
Join and get latest news update delivered to you via whatsapp
Join Now