ମୋ ବସ୍ ଦୁର୍ଘଟଣାଗ୍ରସ୍ତ,୧୬ ଆହତ

Spread the love

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଚୁରମାର ହେଲା ମୋ ବସ୍ । ସୂଚନାନୁଯାୟୀ କଟକ ତେଲଙ୍ଗାପେଣ୍ଠ ନିକଟରେ ମୋ ବସ୍ ଦୁର୍ଘଟଣା ଗ୍ରସ୍ତ । ଏକାଥରକେ ଦୁଇଟି ଟ୍ରକ ମୋ ବସକୁ ଧକ୍କା ଦେବାରୁ ପ୍ରାୟ ୧୬ରୁ ଅଧିକ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ଉଦ୍ଧାର କରାଯାଇ କଟକ ଏସସିବିକୁ ସ୍ଥାନାନ୍ତର କରଯାଇଛି । ଏହାସହିତ ଦୁର୍ଘଟଣା ଘଟାଇଥିବା ଦୁଇ ଟ୍ରକ ଡ୍ରାଇଭର ଘଟଣାସ୍ଥଳରୁ ଫେରାର୍ ହୋଇଥିବା ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *