ଅଜଣା ଟ୍ରକ୍ ଧକ୍କାରେ ଜଣେ ମୃତ, ୨ ଗୁରୁତର

Spread the love

ରାୟପୁର/ମହାସମୁନ୍ଦ : ଛତିଶଗଡ଼ର ମହାସମୁନ୍ଦ ଜିଲ୍ଲାରେ ତିନି ଜଣ ଯୁବକଙ୍କୁ ଏକ ଅଜଣା ଟ୍ରକ୍ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ଜଣକର ମୃତ୍ୟୁ ଘଟିଛି । ଅନ୍ୟ ଦୁଇ ଜଣ ଗୁରୁତର ହୋଇଛନ୍ତି ।

ପୋଲିସ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁଯାୟୀ, ଗତ ରାତି ପ୍ରାୟ ୧୨ଟା ସମୟରେ ୫୩ ନଂ ଜାତୀୟ ରାଜପଥର ପଟେବା ଥାନା ଅନ୍ତର୍ଗତ କେଜିଏନ ଢ଼ାବା ଗ୍ରାମ ଛିନ୍ଦୌଲି ନିକଟରେ ମୃତକ ନାମଦାସ ସୋନବାନୀ ଏବଂ ଏବନ ସୋନବାନୀ ଅନ୍ୟ ଜଣେ ବନ୍ଧୁ ଗବର ମାର୍କଣ୍ଡେଙ୍କ ସହିତ ଚାଲି ଚାଲି ଯାଉଥିଲେ । ଏହି ସମୟରେ ମହାସମୁନ୍ଦରୁ ପିଥୌରା ଅଭିମୁଖେ ଯାଉଥିବା ଏକ ଅଜଣା ଟ୍ରକ୍ ସେମାନଙ୍କୁ ଧକ୍କା ଦେଇଥିଲା । ଏହାପରେ ଟ୍ରକ୍ ଚାଳକ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଛି । ଘଟଣାସ୍ଥଳରେ ନାମଦାସଙ୍କ ମୃତ୍ୟୁ ଘଟିଛି ।

Leave a Reply

Your email address will not be published. Required fields are marked *