ମୋଟରସାଇକେଲ ଦୁର୍ଘଟଣାରେ ଜଣେ ମୃତ, ଜଣେ ଗୁରୁତର

Spread the love

କନ୍ଧମାଳ : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଜକିକିଆ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଭାରସାମ୍ୟ ହରାଇ ମୋଟରସାଇକେଲ ଦୁର୍ଘଟଣା ଗ୍ରସ୍ତ । ଦୁର୍ଘଟଣାରେ ଜଣେ ମୃତ୍ୟୁବରଣ କରିଥିବାବେଳେ ଅନ୍ୟ ଜଣକ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି । ମୃତକ ନୂଆଗାଁ ଥାନା ରାଜଘରା ଗ୍ରାମର ସୁବେରସିଂ ପ୍ରଧାନଙ୍କ ପୁଅ ଆଡଭାନସିଂ ପ୍ରଧାନ ହୋଇଥିବା ଜଣାପଡ଼ିଛି । ସୂଚନା ପ୍ରକାରେ ଆଜି ସକାଳେ ରାଜଘରା ଗ୍ରାମର ଦୁଇ ଯୁବକ ଆଡଭାନସିଂ ପ୍ରଧାନ ଓ ଦିନେଶ କୁମାର ପ୍ରଧାନ ଏକ ମୋଟରସାଇକେଲରେ କୌଣଶି କାମରେ ଯାଉଥିବା ବେଳେ ୫୯ ନଂ ଜାତୀୟ ରାଜପଥ ଜକିକିଆ ନିକଟରେ ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲେ । ଖବରପାଇ ସେହି ଅଞ୍ଚଳର ଯୁବ ସମାଜସେବୀ ଅରୁଣ ନାୟକ ନିଜ ଅଟୋ ସାହାଯ୍ୟରେ ଉଭୟଙ୍କୁ ଗୁରୁତର ଅବସ୍ଥାରେ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ । ଡ଼ାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ଆଡଭାନସିଂ ପ୍ରଧାନଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ଜଣାପଡ଼ିଛି ।

Leave a Reply

Your email address will not be published. Required fields are marked *