ଛାତ୍ରୀରୁ ସଫଳ ୟୁଟ୍ୟୁବର ପାଲଟିଛନ୍ତି ରାଣୀ ସିଂ

Spread the love

JAJ_SUCESSFUL YOUTUBER_PKG

() ଦଶମ ଶ୍ରେଣୀର ଆଦିବାସୀ ଛାତ୍ରୀ ୟୁ ଟ୍ୟୁବରୁ ରୋଜଗାର କରି ଅନ୍ୟ ମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । ଛାତ୍ର ଅବସ୍ଥାରେ ମୋବାଇଲରୁ ଦୁରେଇ ରହିବାକୁ ପରାମର୍ଶ ଦିଆଯାଉଥିବା ବେଳେ ଏହାକୁ ବ୍ୟବହାର କରି ଜଣେ ଦଶମ ଶ୍ରେଣୀର ଆଦିବାସୀ ଛାତ୍ରୀ ରୋଜଗାର କରି ଅନ୍ୟ ମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । ୟୁ ଟ୍ୟୁବରେ ଆଦିବାସୀଙ୍କ ଚାଲିଚଳଣୀ ଓ ଖାଦ୍ୟ ସମ୍ପର୍କିତ ଭିଡ଼ିଓ ଅପଲୋଡ଼ କରି ସେ ଏହି ସଫଳତା ପାଇଛନ୍ତି। ଆମେ କହୁଛୁ ଯାଜପୁର ବାଣପୁର ଅଞ୍ଚଳରେ ରହୁଥିବା ରାଣୀ ସିଂ ଙ୍କ କଥା।

()-ଯାଜପୁର ସହର ବାଣପୁର ଅଞ୍ଚଳର ସଫଳ ୟୁଟ୍ୟୁବର ହେଲେ ଛାତ୍ରୀ…ରୋଜଗାର କରି ସାଜିଲେ ଅନ୍ୟ ପାଇଁ ଉଦ୍ଧାହରଣ…ଜନଜାତିର ଜୀବନ, ଖାଦ୍ୟପେୟ, ନୃତ୍ୟ ଗୀତ ଭଳି ବିଭିନ୍ନ ପ୍ରତିଭା କରି କରୁଥିଲେ ଅପଲୋଡ… ୨ ଲକ୍ଷରୁ ଉର୍ଦ୍ଧ୍ୱ ରହିଛନ୍ତି ସବସକ୍ରାଇଭର…ସେପଟେ ସମସ୍ତଙ୍କ ପ୍ରଶସାଂର ପାତ୍ର ହୋଇଛନ୍ତି ରାଣୀ ସିଂ… ଛାତ୍ରୀରୁ ସଫଳ ୟୁଟ୍ୟୁବର ପାଲଟିଛନ୍ତି ରାଣୀ ସିଂ ।

ସ୍କୁଲ ଛାତ୍ରୀରୁ ସଫଳ ୟୁଟ୍ୟୁବର। ଯାଜପୁର ସହର ଉପକଣ୍ଠ ବାଣପୁର ଅଞ୍ଚଳରେ ଭଡା ନେଇ ରହୁଥିବା ପିତାମ୍ବର ସିଂଙ୍କ ଝିଅ ରାଣୀ ସିଂ। ରାଣୀ ୧୦ମ ଶ୍ରେଣୀରେ ଉପେନ୍ଦ୍ର କୁମାର ହାଇସ୍କୁଲରେ ପାଠ ପଢୁଥିବା ବେଳେ ନିଜର ଏକ ୟୁଟ୍ୟୁବ୍ ଚ୍ୟାନେଲ tribe vlogger rani ଖୋଲିଥିଲେ।  ସେଥିରେ ଜନଜାତିର ଜୀବନୀ, ଖାଦ୍ୟପେୟ, ନୃତ୍ୟ ଗୀତ ଅପଲୋଡ଼ କରୁଥିଲେ। ଇତିମଧ୍ୟରେ ତାଙ୍କ ୟୁଟ୍ୟୁବ୍ ଚ୍ୟାନେଲରେ ୨ ଲକ୍ଷରୁ ଉର୍ଦ୍ଧ ସବସକ୍ରାଇଭର ହେଲେଣି। ଯାହାକୁ ନେଇ ସେ ଦି ପଇସା ମଧ୍ୟ ରୋଜଗାର କରି ପାରୁଛନ୍ତି।

ରାଣୀଙ୍କ ଇଛା ନିଜେ ପାଠ ପଢ଼ି ଆଗକୁ ଜଣେ ଭଲ ୟୁ ଟ୍ୟୁବର୍ ହେବା ସହ ପରିବାର ପାଈଁ ଏକ ଘର ନିର୍ମାଣ କରିବେ। ସେପଟେ ସ୍କୁଲର ଶିକ୍ଷକ ମଧ୍ୟ ରାଣୀଙ୍କୁ ବେଶ ପସନ୍ଦ କରିଛନ୍ତି। ରାଣୀଙ୍କ ଠାରୁ ଅନ୍ୟ ଛାତ୍ରଛାତ୍ରୀ ପ୍ରେରିତ ହେଲେ ଆଗକୁ ସଫଳତା ପାଇ ପାରିବେ ବୋଲି ଆଶା କରାଯାଉଛି। ଯେଉଁ ମୋବାଇଲ ଧରି ପ୍ରତିଦିନ ଛାତ୍ରଛାତ୍ରୀ ଅବାଟକୁ ଚାଲିଯାଉଛନ୍ତି ସେତିକି ବେଳେ ରାଣୀ ଏକ ଭିନ୍ନ ଉଦାହରଣ ସୃଷ୍ଟି କରିପାରିଛନ୍ତି।

ପରିବାରରେ ଅଭାବ ଥାଇ ମଧ୍ୟ ଜଣେ ଆଦିବାସୀ ସ୍କୁଲ ଛାତ୍ରୀ ଏଭଳି ସଫଳତା ପାଇବା ପ୍ରଶଂସାର ବିଷୟ ।

ହିମାଂଶୁ କୁମାର ପାଢ଼ୀଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *