ଅକ୍ସିଜେନ ସିଲିଣ୍ଡର ବିସ୍ଫୋରଣ, ୨ ମୃତ

Spread the love

ଚନ୍ଦୋଲି: ଉତ୍ତର ପ୍ରଦେଶର ଚନ୍ଦୌଲି ଜିଲ୍ଲାରେ ଏକ ଘରୋଇ ହସ୍ପିଟାଲ ବାହାର ସିଲିଣ୍ଡର ବିସ୍ଫୋରଣରେ ଶୁକ୍ରବାର ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ବିସ୍ଫୋରଣ ଏତେ ଭୟଙ୍କର ଥିଲା କି, ନିଟବର୍ତ୍ତୀ ଘର ଓ ହସ୍ପିଟାଲର କାଚ ସବୁ ଭାଙ୍ଗି ଯାଇଛି। ଲୋକେ ଭୟରେ ଏଣେ ତେଣେ ଦୌଡିବାର ଦୃଶ୍ୟ ସିସି ଟିଭି ଫୁଟେଜରୁ ସାମ୍ନାକୁ ଆସିଛି।  ଏକ ଅକ୍ସିଜେନ ସିଲିଣ୍ଡର ଭରା ଟ୍ରକ ରାସ୍ତା ଉପରେ ଠିଆ ହୋଇଥିବାର ଦୃଶ୍ୟ ଦେଖିବାକୁ ମିଳିଛି।

ସୂଚନା ମୁତାବକ, ଶୁକ୍ରବାର ସକାଳ ପ୍ରାୟ ୯ଟାରୁ ୯.୩୦ ମଧ୍ୟରେ ମୁଗଲସରାୟ ଅଧୀନ ରବି ନଗର ଅଞ୍ଚଳର ଦୟାଲ ହସ୍ପିଟାଲକୁ ଅକ୍ସିଜେନ ସିଲିଣ୍ଡର ସପ୍ଲାଇ ପାଇଁ ଏକ ଟ୍ରକ ଆସିଥିଲା। ଟ୍ରକରୁ ଦୁଇ ଜଣ ଅକ୍ସିଜେନ କମ୍ପାନୀର କର୍ମଚାରୀ ବାହାର କରୁଥିବା ବେଳେ ହଠାତ୍ ସିଲିଣ୍ଡରେ ଭୟଙ୍କର ବିସ୍ଫୋରଣ ହୋଇଥିଲା। ଫଳରେ ଦୁଇ କର୍ମଚାରୀଙ୍କ ଶରୀର ଖଣ୍ଡ ବିଖଣ୍ଡ ହୋଇ ଏତେ ତେଣେ ବିଛାଇ ହୋଇ ପଡିଥିଲା। ହସ୍ପିଟାଲ ଓ ନିକଟବର୍ତ୍ତୀ ଘର ଗୁଡିକର କବାଟ ଓ ଝରକା କାଚ ସବୁ ଭାଙ୍ଗି ଯାଇଥିଲା।  ବିସ୍ଫୋରଣରେ ଲୋକେ ପ୍ରାଣ ବିକଳରେ ଘରକୁ ଧାଇଁ ଥିଲେ।

ଘଟଣାର ଖବର ପାଇଁ ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ନଗରର ସିଓ ଅନିରୁଦ୍ଧ ସିଂହ, ମୁଗଲସରାୟ ପୁଲିସ, ଅଗ୍ନିଶମ ବାହିନୀ, ଡିଜି ପୁଲିସ ପହଞ୍ଚିଛନ୍ତି। ପୁଲିସ ଘଟଣାର ଯାଞ୍ଚରେ ଲାଗିବା ସହ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ପରେନ୍ସିକ ଟିମ ମଧ୍ୟ ଯାଞ୍ଚରେ ନିୟୋଜିତ ହୋଇଛି।

ମୃତକକ ଦୁଇ ଜଣଙ୍କ ପରିଚୟ ଜଣାପଡିଛି, ସେମାନେ ଅକ୍ସିଜେନ ସପ୍ଲାଇ କମ୍ପାନୀର ଥିଲେ। ଏବେ ଅକ୍ସଜେନ ସିଲିଣ୍ଡର ରିଫଲିଂ ଓ ପ୍ୟାକିଂରେ କିଛି ଦୋଷ ତୃଟି ଥିଲା କି ନାହିଁ ତାର ଯାଞ୍ଚ କରାଯାଉଛି। ଏହି ଘଟଣାରେ ଯିଏ ବି କାମରେ ଅବହେଳା କରିଥିବ ତା ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଦେଇଛନ୍ତି ପୁଲିସ ଡିଜି।

Leave a Reply

Your email address will not be published. Required fields are marked *