ତଦନ୍ତ ସମ୍ପୂର୍ଣ୍ଣ ପୂର୍ବରୁ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାକୁ ନେଇ ପାଇଲଟଙ୍କୁ ଦୋଷୀ ସଜାଇଦିଆଗଲା। ସମୟ ପୂର୍ବରୁ ଏଭଳି ଅଣଦାୟିତ୍ୱସମ୍ପନ୍ନ ନିଷ୍ପତ୍ତିକୁ ନିନ୍ଦା କରିଛି ଭାରତୀୟ ପାଇଲଟ ସଂଘ। ଏୟାର ଇଣ୍ଡିଆ ବିମାନ କ୍ରାସ ଘଟଣାରେ ଆମେରିକୀୟ ଯାଞ୍ଚ ରିପୋର୍ଟ ଆସିବା ପରେ ବିବାଦ ଘନେଇଲାଣି। ଆମେରିକୀୟ ରିପୋର୍ଟ କକପିଟ୍ ରେକର୍ଡିଂର ଦ୍ୱାହି ଦେଇ କହିଛି, ଇଞ୍ଜିନକୁ ତେଲ ସପ୍ଲାଏ ସ୍ୱିଚ୍ ବନ୍ଦ କରିଦେଇଥିଲେ କ୍ୟାପଟେନ। ଯାହା କାରଣରୁ ବିମାନ କ୍ରାସ୍ କରିଗଲା। ବ୍ଲାକ ବକ୍ସ ରେକର୍ଡିଂରୁ ସୂଚନା ମିଳିିଛି ଯେ, ଉଡ଼ାଣ ବେଳେ କ୍ୟାପଟେନ ଇଞ୍ଜିନର ଫୁଏଲ କଣ୍ଟ୍ରୋଲ ସ୍ୱିଚ୍ ବନ୍ଦ କରିଦେଇଥିଲେ। ଏହା ଦ୍ୱାରା ବିମାନ କାମ କରିବା ବନ୍ଦ କରିଦେଇଥିଲା ଓ ଗମ୍ଭୀର ସ୍ଥିତି ଉତ୍ପନ୍ନ ହୋଇଥିଲା। ଏ ରିପୋର୍ଟ ସାମ୍ନାକୁ ଆସିବା ପରେ ଭାରତୀୟ ପାଇଲଟ ସଂଗଠନ ଫେଡେରେସନ ଅଫ ଇଣ୍ଡିଆନ ପାଇଲଟ୍ସ ଅଧିକାରୀକ ସ୍ତରରେ ବୟାନ ଜାରି କରି ଏହାକୁ ନିନ୍ଦା କରିଛି। ଏଭଳି ରିପୋର୍ଟର ଭାଷା, ନିଷ୍କର୍ସ ଓ ନିରପେକ୍ଷତାକୁ ନେଇ ପ୍ରଶ୍ନ କରିଛି ସଂଘ। ଏଫଆଇପି ଅଧ୍ୟକ୍ଷ କ୍ୟାପଟେନ୍ ସି.ଏସ. ରନ୍ଧାଓ୍ୱା ବୟାନ ଜାରି କରି କହିଛନ୍ତି ଯେ, ପାଇଲଟ ପ୍ରତିନିଧିଙ୍କୁ ତଦନ୍ତ ପ୍ରକ୍ରିୟାର ବାହାରେ ରଖିବାକୁ ଏଭଳି ଷଡ଼ଯନ୍ତ୍ର ହେଉଛି। ଯେଉଁ ପ୍ରାଥମିକ ରିପୋର୍ଟକୁ ସାର୍ବଜନୀନ କରାଯାଇଛି, ନା ଏହା ସମ୍ପୂର୍ଣ୍ଣ ନା ନିରପେକ୍ଷ। ଏଥିରେ କେବଳ କକପିଟ୍ ଅଡ଼ିଓକୁ ବୁଲେଇବାଙ୍କେଇ ପାଇଲଟଙ୍କ ଦକ୍ଷତା, କ୍ଷମତା ଓ ଉଦ୍ଦେଶ୍ୟ ଉପରେ ପ୍ରଶ୍ନ ଉଠାଯାଇଛି। ଏହା ଅନୁଚିତ। ପୂର୍ଣ୍ଣ, ପାରଦର୍ଶୀ ଓ ଡାଟା ଆଧାରିତ ତଦନ୍ତ ଆଗରୁ କାହାକୁ ଦୋଷୀ ସଜାଇବା କେତେଦୂର ଠିକ୍। ଏଭଳି ବୟାନ ମୃତ ପାଇଲଟଙ୍କ ପରିବାର ଓ ସହକର୍ମୀଙ୍କୁ ଗଭୀର ଆଘାତ ଦେଇଛି। ମିଡିଆକୁ ବି ସଂଘ ଅପିଲ କରିଛି ଯେ, ଆଂଶିକ ତଥ୍ୟ ଆଧାରିତ ନାରେଟିଭରୁ ଦୂରେଇ ରୁହନ୍ତୁ। ଆଉ ନିରପେକ୍ଷତା ପ୍ରକ୍ରିୟାକୁ ସମ୍ମାନ କରନ୍ତୁ। ଅହମଦାବାଦରେ ଯେଉଁ ଏୟାରଇଣ୍ଡିଆ ବିମାନ କ୍ରାସ ହୋଇଥିଲା। ଏହାର କମାଣ୍ଡ ୫୬ ବର୍ଷୀୟ ପାଇଲଟ ସୁମିତ ସବ୍ବରଓ୍ୱାଲ ଓ କ୍ଲାଇଭ୍ କୁନ୍ଦରଙ୍କ ହାତରେ ଥିଲୋ। ସୁମିତଙ୍କ ପାଖରେ ମୋଟ୍ ୧୫ହଜାର୬୩୮ ଘଣ୍ଟା ଉଡ଼ାଣର ଅନୁଭବ ଥିଲା। ସେପଟେ କୋ-ପାଇଲଟ ୩୨ ବର୍ଷୀୟ କୁନ୍ଦରଙ୍କ ପାଖରେ ୩ହଜାର୪୦୩ ଘଣ୍ଟା ଉଡ଼ାଣପ ଅନୁଭବ ଥିଲା।


Naxatra News is now on Whatsapp
Join and get latest news update delivered to you via whatsapp
Join Now