ମନ୍ଦିର ଚୂଡାରେ ତାଲିମ ବିମାନ ଧକ୍କା…

Spread the love

ରେୱା: ବିମାନ ଦୁର୍ଘଟଣାରେ ଜଣେ ଚାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି। ଶୁକ୍ରବାର ସକାଳେ ଏହି ଦୁର୍ଘଟଣା ଘଟିଛି। ମଧ୍ୟପ୍ରଦେଶର ରେୱାର ଏକ ମନ୍ଦିର ସହ ବିମାନ ଦୁର୍ଘଟଣା ହୋଇଥିବା ପୁଲିସ ସୂଚନା ଦେଇଛି। ଦୁର୍ଘଟଣାଗ୍ରସ୍ତ ବିମାନ ଏକ ତାଲିମ ବିମାନ ଥିବା ସୂଚନା ଦେଇଛନ୍ତି ରେୱା ଏସପି ନବନିତ ଭାସିନ।

ଶୁକ୍ରବାର ଚୋରହାଟ ଏୟାରସଟ୍ରିପରୁ ଏକ ଘରୋଇ କମ୍ପାନୀର ଟ୍ରେନିଂ ବିମାନ ଉଡାଣ ଭରିଥିଲା। ବିମାନଟି ରେୱା ଜିଲ୍ଲା ଅନ୍ତର୍ଗତ ଡୁମ୍ରି ଗାଁର ଏକ ମନ୍ଦିର ଚୂଡା ସହ ଧକ୍କା ହୋଇଥିଲା। ବିମାନ ଦୁର୍ଘଟଣାରେ ଜଣେ ଚାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଆହତ ହୋଇଛନ୍ତି। ଆହତଙ୍କୁ ସଞ୍ଜୟଗାନ୍ଧୀ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିବା ରେବା ଏସପି ସୂଚନା ଦେଇଛନ୍ତି।

ପୁଲିସ ଟିମ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିର ଅନୁଧ୍ୟାନ କରୁଛି। ଖରାପ ପାଗ ଓ ଘନ କୁହୁଡି ପାଇଁ ତାଲିମ ବିମାନ ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି। ଅଧିକ ତଥ୍ୟ ପାଇଁ ଅପେକ୍ଷା ରହିଛି।

Leave a Reply

Your email address will not be published. Required fields are marked *