ପାକିସ୍ତାନର ସଣ୍ଡେ ମାର୍କେଟରେ ଅଗ୍ନିକାଣ୍ଡ: ଜଳିଗଲା ୩୦୦ ଦୋକାନ

Spread the love

ଇସଲାମବାଦ: ପାକିସ୍ତାନ ରାଜଧାନୀ ଇସଲାମବାଦର ଜନପ୍ରିୟ ସଣ୍ଡେ ବଜାରରେ ଭିଷଣ ଅଗ୍ନିକାଣ୍ଡ। ଅଗ୍ନିକାଣ୍ଡରେ ପୋଡି ପାଉଁଶ ହୋଇଯାଇଛି ୩୦୦ରୁ ଅଧିକ ଦୋକାନ। ସଣ୍ଡେ ବଜାରର ଗେଟ ନମ୍ବର ସାତ ନିକଟରେ ପ୍ରଥମେ ନିଆଁ ଲାଗିଥିଲା। ଏଠାରେ ପୁରୁଣା କପଡା ଓ କାର୍ପେଟ ବିକ୍ରି ହୋଇଥାଏ। ତେଣୁ ନିଆଁ କପଡାରେ ଲାଗିବାରୁ ଦ୍ରୁତ ବେଗରେ ବଜାର ଭିତରକୁ ବ୍ୟାପିଯାଇଥିଲା।

ଇସଲାମବାଦର ସଣ୍ଡେ ବଜାରରେ ବୁଧବାର ସଂଧ୍ୟାରେ ନିଆଁ ଲାଗିଯାଇଥିଲା। ବଜାରର ଗେଟ ନମ୍ବର ସାତ, ଯେଉଁଠି ସାଧାରଣତଃ ପୁରୁଣା କପଡା ଓ କାର୍ପେଟ ଦୋକାନ ଥାଏ, ସେଠାରେ ପ୍ରଥମେ ନିଆଁ ଲାଗିଯାଇଥିଲା। ନିଆଁ କପଡାରେ ଲାଗିଯିବାରୁ ଏହା ବଜାରରେ ମାତ୍ର କିଛି ସମୟ ଭିତରେ ବ୍ୟାପିଯାଇଥିଲା। ନିଆଁ ଉପରେ ଆୟତ୍ତ କରିବାକୁ ୧୦ଟି ଦମକଳ ଗାଡି ନିୟୋଜିତ ହୋଇଥିଲା।

ପାକିସ୍ତାନୀ ଏୟାରଫୋର୍ସର ଦୁଇ ଦମକଳକର୍ମୀ ମଧ୍ୟ ନିଆଁକୁ ଲିଭାଇବାକୁ ସାହାଯ୍ୟ କରିଥିଲା। ତେବେ ଏହି ଅଗ୍ନିକାଣ୍ଡରେ କେହି ହତାହତ ହେବାର ସୂଚନା ନାହିଁ। ତେବେ ନିଆଁରେ ବଜାରର ୩୦୦ରୁ ଅଧିକ ଦୋକାନ ପୋଡି ପାଉଁଶ ହୋଇ ଯାଇଛି। ପାକ ଗୃହମନ୍ତ୍ରୀ ରାଣା ସନାଉଲ୍ଲା ଏହି ଘଟଣାରେ ଜିଲ୍ଲା ପ୍ରଶାସନକୁ ରିପୋର୍ଟ ମାଗିଛନ୍ତି। ଏଥିସହ ଡେପୁଟି କମିଶନରଙ୍କୁ ସୁରକ୍ଷା ଅଭିଯାନ ଉପରେ ନଜର ରଖିବାକୁ କହିଛନ୍ତି।

ଅଗ୍ନିକାଣ୍ଡ ପରେ ପୁଲିସ ବଜାରର ସମସ୍ତ ମାର୍ଗକୁ ସିଲ କରି ଦେଇଛି। ପୁଲିସ ଟ୍ବିଟ କରି ଲୋକଙ୍କୁ ଉଦ୍ଧାର କାର୍ଯ୍ୟରେ ସାହାଯ୍ୟ କରିବାକୁ କହିଛି। ଏହା ପୂର୍ବରୁ ମଧ୍ୟ ଏହିପରି ଭୟଙ୍କର ଅଗ୍ନିକାଣ୍ଡ ହୋଇଥିଲା ୨୦୧୯ ଅକ୍ଟୋବର ମାସରେ। ସେତେବେଳେ ବଜାର ସହର ଜି୯ ଅଞ୍ଚଳରେ ନିଆଁ ଲାଗି ୩୦୦ ଷ୍ଟଲ ଜଳିଯାଇଥିଲା। ସେହିପରି ୨୦୧୮ରେ ୯୦ ଷ୍ଟଲ ଓ ୨୦୧୭ରେ ମଧ୍ୟ ସଣ୍ଡେ ବଜାରର ଏକ ବିଭାଗରେ ନିଆଁ ଲାଗିଯାଇଥିଲା।

Leave a Reply

Your email address will not be published. Required fields are marked *