ମନ୍ଦିର ଛାତ ଭୁଶୁଡିଲା, ଭଗ୍ନାବଶେଷ ଭିତରେ ୨୫ ଶ୍ରଦ୍ଧାଳୁ

Spread the love

ଇନ୍ଦୋର: ସାରା ଦେଶରେ ରାମ ନବମୀ ବେଶ ଧୂମଧାମରେ ପାଳନ ହେଉଥିବା ବେଳେ କିନ୍ତୁ ଇନ୍ଦୋରରେ ଘଟିଛି ଏକ ଅଘଟଣ। ଇନ୍ଦୋର ସ୍ନେହ ନଗର ନିକଟବର୍ତ୍ତୀ ପଟେଲ ନଗରସ୍ଥିତ ବେଲେଶ୍ବର ମହାଦେବ ଝୁଲେଲାଲ ମନ୍ଦିର ପରିସରରେ ଥିବା ପାହଚ ଉପର ଛାତ ଖସିବାରୁ ୨୫ରୁ ଅଧିକ ଲୋକ ଛାତ ତଳେ ଦବି ରହିଯାଇଥିଲେ।

ଘଟଣାସ୍ଥଳରେ ପୁଲିସ ଓ ଉଦ୍ଧାରକାରୀ ଦଳ ସେମାନଙ୍କ ଉଦ୍ଧାର କାର୍ଯ୍ୟ ହାତକୁ ନେଇଛି। ଖବର ଲେଖା ଯିବା ପର୍ଯ୍ୟନ୍ତ ୪ ଜଣଙ୍କୁ ଭଗ୍ନାବଶେଷ ତଳୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ଏହି ଦୁର୍ଘଟଣା ପରେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ, ଆମ୍ବୁଲାନ୍ସ ଓ ୧୦୮ ଗାଡି ପହଞ୍ଚି ନ ଥିବା ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ।

ଏହି ଦୁର୍ଘଟଣା ପରେ ସେଠାରେ କିଛି ସମୟରେ ପାଇଁ ଧାଁ ଦୌଡ ଆରମ୍ଭ ହୋଇଯାଇଥିଲା। ମନ୍ଦିରକୁ ଅଣ ଓସାରିଆ ରାସ୍ତା ଥିବାରୁ ଉଦ୍ଧାର କାର୍ଯ୍ୟରେ ବିଳମ୍ବ ହୋଇଥିବା ଦେଖିବାକୁ ମିଳଛି। ଗଳି ଭିତରକୁ ଆମ୍ବୁଲାନ୍ସ  ପସି ନ ପାରିବାରୁ ଲୋକଙ୍କୁ ଉଦ୍ଧାର କରିବା ପରେ ଯେନତେନ ଉପାୟରେ ବାହାରକୁ ଅଣାଯାଇଥିଲା।

ପୁଲିସ କମିଶନର, କଲେକ୍ଟର, ନିଗମ ଅଧ୍ୟକ୍ଷଙ୍କ ସମେତ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ତଦାରଖ କରୁଛନ୍ତି।  

Leave a Reply

Your email address will not be published. Required fields are marked *