ଦୁର୍ଘଟଣା

ଦିଲ୍ଲୀରେ ଗୋଦାମ କାନ୍ଥ ପଡ଼ି ୬ ମୃତ, ୯ ଆହତ

ଦିଲ୍ଲୀର ଆଲିପୋର ଅଞ୍ଚଳରେ ଗୋଦାମ କାନ୍ଥ ଭୁଶୁଡ଼ିବା ଘଟଣାରେ ୬ ଜଣକର ମୃତ୍ୟୁ ହୋଇଥିବାବେଳେ ୯ ଜଣ ଆହତ ହୋଇଛନ୍ତି l ମୃତ୍ୟୁ ସଂଖ୍ୟାକୁ ଦିଲ୍ଲୀ ପୋଲିସ ନିଶ୍ଚିତ କରିଛି। ସୂଚନାନୁସାରେ, ପୋଲିସ ଏବଂ ଅଗ୍ନିଶମ ବିଭାଗର ଟିମ୍ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି। ଦିଲ୍ଲୀ ପୋଲିସ କହିଛି ଯେ କାନ୍ଥ ଭୁଶୁଡ଼ିବା ପରେ 14 ଜଣଙ୍କୁ ଉଦ୍ଧାର କରାଯାଇଥିଲା , ସେଥିମଧ୍ୟରୁ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଛି। ଆହତ ଲୋକଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ପଠାଯାଇଛି।

ସୂଚନା ଅନୁସାରେ ଘଟଣାସ୍ଥଳରେ ୨୫ରୁ ଅଧିକ ଶ୍ରମିକ କାମ କରୁଥିଲେ। ଘଟଣା ଉପରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଟ୍ୱିଟ କରି ଶୋକ ବ୍ୟକ୍ତ କରିଛନ୍ତି । କେଜ୍ରିୱାଲ ଟ୍ୱିଟ କରି ଲେଖିଛନ୍ତି, ଅଲୀପୁରରେ ଦୁଃଖଦ ଦୁର୍ଘଟଣା ଘଟିଛି। ଜିଲ୍ଲା ପ୍ରଶାସନ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛି । ମୁଁ ନିଜେ ଉଦ୍ଧାର କାର୍ଯ୍ୟ ଉପରେ ନଜର ରଖିଛି । ଦିବଙ୍ଗତ ଆତ୍ମାର ଶାନ୍ତି ପାଇଁ ଇଶ୍ୱରଙ୍କ ନିକଟରେ ପ୍ରାର୍ଥନା କରୁଛି।

  • ଅଭିଷେକ ପୁରୋହିତଙ୍କ ରିପୋର୍ଟ

Related Articles

Leave a Reply

Your email address will not be published.

Back to top button