ସିକ୍କିମରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ତିସ୍ତା ନଦୀରେ ଏକ ଟୁରିଷ୍ଟ ବସ୍ ବହୁ ଗଭୀରକୁ ଖସିପଡ଼ିବାରୁ ଅନେକ ଯାତ୍ରୀ ମୃତାହତ ହୋଇଛନ୍ତି। ଏ ଯାବତ୍ ଜଣଙ୍କର ମୃତ୍ୟୁ ହୋଇଥିବା କହିଛି ପୁଲିସ। ୨ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ଏବେ ବି ଅଧିକାଂଶଙ୍କ ପତ୍ତା ମିଳୁନି। ସର୍ଚ୍ଚ ଅପରେସନ ଜାରି ରହିଛି। ଏଥିରେ ଅନେକ ଓଡ଼ିଆ ଯାତ୍ରୀ ଅଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏ ଘଟଣାରେ ଗଭୀର ଦୁଃଖପ୍ରକାସ ସହ ସିକ୍କିମ ସରକାରଙ୍କ ସହ ଆଲୋଚନା କରିଛନ୍ତି। ଓଡ଼ିଶାର ଦୁର୍ଘଟଣାଗ୍ରସ୍ତ ଯାତ୍ରୀଙ୍କ ଉଦ୍ଧାର, ଚିକିତ୍ସା ଓ ଓଡ଼ିଶାକୁ ଆଣିବା ନେଇ ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି। ଏହା ସହ ଓଡ଼ିଶାରୁ ଅଧିକାରୀମାନଙ୍କ ଏକ ସ୍ୱତନ୍ତ୍ର ଟିମ୍ ଏହାର ତଦାରଖ ଓ ସୁପରିଚାଳନା ଲାଗି ସିକ୍କିମ ଯିବାକୁ ନିର୍ଦେଶ ଦେଇଛନ୍ତି। ଚୁଙ୍ଗଥାଙ୍ଗ ପାଖରେ ପ୍ରାୟ ହଜାରେ ଫୁଟ୍ ତଳକୁ ଖସିପଡ଼ିଛି ଟୁରିଷ୍ଟ ବସ୍। ଗୁରୁବାର ବିଳମ୍ୱିତ ରାତିରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଟୁରିଷ୍ଟ ଗାଡ଼ିଟି ୧୦ଜଣ ଯାତ୍ରୀଙ୍କୁ ନେଇ ଯାଉଥିଲା। ରେସକ୍ୟୁ ଅପରେସନ ଜାରି ରହିଛି। ଆର୍ମି, ଆଇଟିବିପି, ସିକ୍କିମ ପୁଲିସ ଓ ସ୍ଥାନୀୟ ସ୍ୱେଛାସେବୀଙ୍କ ଜରିଆରେ ସାରା ରାତି ରେସକ୍ୟୁ ଅପରେସନ ଚାଲିଥିଲା। ପ୍ରତିକୂଳ ପାଗ ସାଙ୍ଗକୁ ତିସ୍ତା ନଦୀର ସ୍ଲୋପ୍ ବିପଜ୍ଜନକ ଥିବାରୁ ରେସକ୍ୟୁ ଅପରେସନରେ ବାଧା ଉପୁଜିଥିଲା।

Naxatra News is now on Whatsapp
Join and get latest news update delivered to you via whatsapp
Join Now