ବିହାରର ବରୌନୀ ଜଙ୍କସନରେ ହୃଦୟ ବିଦାରକ ଘଟଣା ଘଟିଛି । ଟ୍ରେନ ଇଂଜିନ ଏବଂ ବଗିକୁ ଲକ୍ କରୁଥିବା ସମୟରେ ଜଣେ ରେଳ କର୍ମଚାରୀଙ୍କ ମୃତ୍ୟୁ ହୋଇଛି । ବରୌନୀ ଜଙ୍କସନର ପ୍ଲାଟଫର୍ମ ନଂ ୫ରେ ଲକ୍ଷ୍ନୌ-ବରୌନୀ ଏକ୍ସପ୍ରେସ ଟ୍ରେନ ଇଂଜିନ ଓ ବଗିରେ ଚାପି ହେବା ଯୋଗୁଁ ହୋଇଛି ।ମୃତକଙ୍କ ଜଣକ ହେଲେ ଅମର କୁମାର (୪୦) ।୫ ବର୍ଷ ପୂର୍ବେ ମୃତକଙ୍କ ବାପାଙ୍କ ମୃତ୍ୟୁ ପରେ ତାଙ୍କୁ ଚାକିରି ମିଳିଥିଲା । ତେବେ ଅମର ଟ୍ରେନ ବଗି ଓ ଇଂଜିନ ମଧ୍ୟରେ କପଲିଂ ଖୋଳିବା ସମୟରେ ହୋଇଥିଲା । ଲୋକ ପାଇଲଟଙ୍କ ଦାୟିତ୍ବହୀନତା ଯୋଗୁଁ ଅମର ଚାପି ହୋଇଯାଇଥିଲେ ।
ସୂଚନା ଅନୁଯାୟୀ ଇଂଜିନ ବଗି ମଧ୍ୟରେ କପଲିଂ କରିବା ସମୟରେ ଲୋକ ପାଇଲଟ ଇଂଜିନିକୁ ଆଗକୁ ନେବା ବଦଳରେ ପଛକୁ ନେଇଯାଇଥିଲେ । ଫଳରେ ଅମର ଚାପି ହୋଇଯାଇଥିଲେ । ଘଟଣା ପରେ ତୁରନ୍ତ ପ୍ଲାଟଫର୍ମରେ ଥିବା ଯାତ୍ରୀ ଲୋକ ପାଇଲଟକୁ କହିଥିଲେ । ଏହାପରେ ଲୋକ ପାଇଲଟ ଜଣକ ଘଟଣା ସ୍ଥଳରୁ ଫେରାର ହୋଇଯାଥିଲେ । ଏହାପରେ ଜିଆରପି, ଆରପିଏଫ ଏବଂ ପୋଲିସ ସହିତ ଅନେକ ଅଧିକାରୀ ପହଞ୍ଚିଥିଲେ । ପାଖାପାଖି ୨ ଘଣ୍ଟା ପରେ ମୃତଦେହକୁ ବାହାର କରାଯାଇଥିଲା ।
ତେବେ ଏହି ଘଟଣା ପରେ ମାମଲାର ଯାଞ୍ଚ ଆରମ୍ଭ ହୋଇଛି । ମୁତାବକ, ଲୋକ ପାଇଲଟ ମହମ୍ମଦ ସୁଲେମାନ ଅମର କୁମାରଙ୍କ ମୃତ୍ୟୁ ପାଇଁ ଦାୟୀ । । ଏହି ଘଟଣା ପରେ ମୃତକଙ୍କ ପରିବାର ଲୋକ ପାଇଲଟଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now