ବିଦ୍ୟୁତ ସଂସ୍ପର୍ଶରେ ଆସି 2 ମୃତ 5 ଗୁରୁତର

Spread the love

ମୁମ୍ୱାଇ: ବିଦ୍ୟୁତ୍ ସଂସ୍ପର୍ଶରେ ଆସି 2 ମୃତ 5 ଗୁରୁତର । ଏପରି ଘଟଣା ଦେଖିବାକୁ ମିଳିଛି ମହାରାଷ୍ଟ୍ର ପାଲଘର ଜିଲ୍ଲାରେ । ଗୁରୁବାର ରାତି ଆମ୍ୱେଦକର ଜୟନ୍ତୀ ପାଳନ ପରେ ଘଟିଛି ଏ ଦୁର୍ଘଟଣା । ରାତିରେ ଆମ୍ୱେଦକର ଜୟନ୍ତୀ ପାଳନ ଅବସରରେ ଆୟୋଜିତ ଏକ ଶୋଭାଯାତ୍ରା ରାତି 9ଟାରୁ ଆରମ୍ଭ ହୋଇ ରାତି 10ଟାରେ ସରିଥିଲା । ସେଠାରୁ ଫେରିବା ବେଳେ ଘଟିଛି ଏ ଅଘଟଣ ।

ସୂଚନା ମୁତାବକ ଆମ୍ବେଦକର ଜୟନ୍ତୀ ପାଳନ କରି କିଛି 6 କର୍ମଚାରୀ ଟଲି ଉପଯୋଗେ ଘରକୁ ଫେରୁଥଲେ । ଏତିକିବେଳେ ଟଲିଟିରେ ଲାଗିଥିବା ଏକ ଲୁହା  ରାସ୍ତା ପାର୍ଶ୍ୱରେ ଥିବା ଏକ ଟ୍ରାନ୍ସଫର୍ମର ସଂସ୍ପର୍ଶରେ ଆସିଥିଲା । ଯେଉଁଥିରେକି ଟଲିରେ କରେଣ୍ଟ ଲାଗି 2 ଜଣଙ୍କର ମୃତ୍ୟୁବେଳେ 5 ଗୁରୁତର ଥିବା ଜଣାପଡିଛି । ଗୁରୁତର ଅବସ୍ଥାରେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଯେଉଁଠାରେ ସେମାନଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *