ଆଜି ଆଲୋକର ପର୍ବ ଦୀପାବଳି । ଗାଁ ଠୁ ସହର ସବୁଠି ଚଳ ଚଞ୍ଚଳ । ଭଳିକି ଭଳି ରଙ୍ଗିନ ଆଲୋକରେ ସଜେଇ ହୋଇଛି ଘର। ଚାରି ଆଡେ ଖୁସିରେ ଲୋକମାନେ ପାଳୁଛନ୍ତି ଦୀପାବଳି ପର୍ବ । ଅନ୍ୟାୟ ଉପରେ ନ୍ୟାୟର ଅଧର୍ମ ଉପରେ ଧର୍ମ ର , ଅସତ୍ୟ ଉପରେ ସତ୍ୟର ଓ ଅନ୍ଧକାର ଉପରେ ଆଲୋକର ପର୍ବ ହେଉଛିି ପବିତ୍ର ଦୀପାବଳି । ତେଣୁ ଘରକୁ ଜାଇ ନକାରତ୍ମକ ଶକ୍ତିକୁ ଘରୁ ବାହାର କରିଦେବାକୁ ଲୋକେ ନଏହି ପର୍ବ ପାଳନ କରନ୍ତି ।
ଦୀପାବଳି ସାଙ୍ଗକୁ ସାରା ଦେଶରେ ଆରମ୍ଭ ହୋଇଛି ମା କାଳୀ ପୂଜା ।ବିଭିନ୍ନ ସ୍ଥାନରେ ମା କାଳୀଙ୍କ ପୂଜା ପାଇଁ ଉତ୍ସବ ମୁଖର ହୋଇ ଉଠୁଛି ଗାଁ ଠୁ ସହର । ତେବେ ଏହି ଆଲୋକର ପର୍ବ ଦିପାବଳୀରେ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସମସ୍ତଙ୍କ ଜୀବନ ଅଜ୍ଞାନ ଓ ଦୁଃଖ ର ଅନ୍ଧକାର ଦୂର ହୋଇ ଜ୍ଞାନ ଓ ସମୃଦ୍ଧିର ଆଲୋକ ବିଛୁରିତ ହେଉ ବୋଲି କହିଛନ୍ତି
Naxatra News is now on Whatsapp
Join and get latest news update delivered to you via whatsapp
Join Now