ହେରାଫେରି-ଥ୍ରୀ: ପରେଶଙ୍କୁ ୨୫ କୋଟିର ଲିଗାଲ ନୋଟିସ୍ ପଠାଇଲେ ଅକ୍ଷୟ

ହେରାଫେରିକୁ ନେଇ ଆକ୍ଟରଙ୍କ ଭିତରେ ରୋଷ। ବହୁ ଚର୍ଚ୍ଚିତ ଅପକମିଂ ଫିଲ୍ମ ହେରାଫେରି- ଥ୍ରୀକୁ ନେଇ ଫ୍ୟାନ୍ସ ଅନାଇ ବସିଥିଲା ବେଲେ ଏହା ଏବେ ବିବାଦ ଘେରକୁ ଚାଲିଆସିଛି। ପରେଶ ରାଓ୍ୱଲ ଫିଲ୍ମ ମଝିରୁ ଫିଲ୍ମ ଛାଡ଼ିଛନ୍ତି। ସେପଟେ ଅକ୍ଷୟ କୁମାର ୨୫ କୋଟି ଟଙ୍କାର ଆଇନଗତ ନୋଟିସ ପଠାଇଲେଣି। କଣ୍ଟ୍ରାକ୍ଟ ସାଇନ୍ ବେଳେ ଆଡଭାନ୍ସ ନେଇ ପୁଣି ଫିଲ୍ମ ଛାଡ଼ିଛନ୍ତି ପରେଶ ବୋଲି ସାଂଘାତିକ ଆରୋପ ଲଦିଛନ୍ତି ଅକ୍ଷୟ। ଅକ୍ଷୟ କୁମାର ବାବୁ ଭାଇଙ୍କୁ ୨୫ କୋଟି ଟଙ୍କାର ଲିଗାଲ ନୋଟିସ୍ ପଠାଇଛନ୍ତି। ଫିଲ୍ମର ସୁଟିଂ ବି ଆରମ୍ଭ ହୋଇସାରିଥିଲା। କିନ୍ତୁ ପରେଶ ମଝିରୁ ଫିଲ୍ମ ଛାଡ଼ିଦେଲେ। ଅକ୍ଷୟ ନିଜ ପ୍ରଡକ୍ସନ ହାଉସ କେପ୍ ଅଫ ଗୁଡ ଫିଲ୍ମସ ଜରିଆରେ ପରେଶଙ୍କୁ ଲିଗାଲ ନୋଟିସ୍ ପଠାଇଛନ୍ତି। ୨୫ କୋଟି ଟଙ୍କାର କ୍ଷତିପୂରଣ ଦାବି କରିଛନ୍ତି। ପରେଶଙ୍କୁ ନନ ପ୍ରଫେସନାଲ କହି ଆରୋପ ଲଦିଛନ୍ତି ଅକ୍ଷୟ। କଣ୍ଟ୍ରାକ୍ଟ ସାଇନ୍, ସାଇନିଂ ଏମାଉଣ୍ଟ ନେବା ଓ ନିର୍ମାତାଙ୍କୁ ସୁଟିଂରେ ଏତେ ଖର୍ଚ୍ଚାନ୍ତ କରାଇବା ପରେ ପରେଶଙ୍କୁ ଏମିତି କରିବାର ନଥିଲା ବୋଲି ଅକ୍ଷୟ କହିଛନ୍ତି। ହେରାଫେରି ଛାଡ଼ିବା ପରେ ପରେଶ କହିଥିଲେ, ସେ ଏହି ଫିଲ୍ମରୁ ବାହାରିବା ପଛରେ କୌଣସି କ୍ରିଏଟିଭ୍ ମତଭେଦ ନଥିଲା। ଫିଲ୍ମ ନିର୍ମାତାଙ୍କ ସହ ବି କୌଣସି ଅସହମତି ନଥିଲା। ସେ ଫିଲ୍ମ ନିର୍ଦେଶକ ପ୍ରିୟଦର୍ଶନଙ୍କୁ ଭଲ ପାଇବା ସହ ସମ୍ମାନ ଓ ବିଶ୍ୱାସ କରନ୍ତି। ଡାଇରେକ୍ଟର ପ୍ରିୟଦର୍ଶନ କହିଛନ୍ତି, ଗୋଟିଏ ଦିନ ସୁଟିଂ କରି ପରେଶ ଗାଏବ ହୋଇଗଲେ। ଫିଲ୍ମ ଛାଡ଼ିବା ନେଇ ପରେଶ ତାଙ୍କୁ କୌଣସି ସୂଚନା ବି ଦେଇନଥିଲେ। ଯାହାକୁ ନେଇ ସେ ହଇରାଣ ହେବା ସହ ନିରାଶ ଅଛନ୍ତି। ନିକଟରେ ଭୂତ ବଙ୍ଗଲା ଫିଲ୍ମରେ ଉଭୟ ଅକ୍ଷୟ ଓ ପରେଶ ଭଲରେ ସୁଟିଂ ପୁରା କଲେ। ସବୁ କିଛି ନର୍ମାଲ ଥିଲା। ଦୁହିଁଙ୍କ ଭିତରେ ପୁରା କୋର୍ଡିନେସନ ଓ ପ୍ରଫେସନାଲ ରିଲେସନ ଥିଲା। କୌଣସି ସେମିତି ଅସନ୍ତୋଷ ବାରିହୋଇନଥିଲା।ଏମିତିରେ ଅକ୍ଷୟ ଓ ପରେଶଙ୍କ ଭିତରେ ଭଲ ବଣ୍ଡିଂ ଥିଲା। ଲମ୍ୱା ସମୟ ଧରି ଉଭୟଙ୍କ ଭିତରେ ପ୍ରଫେସନାଲ ରିଲେସନସିପ୍ ଥିଲା। ଦୁହେଁ ଅନେକ ସୁପରହିଟ୍ ଫିଲ୍ମ ଦର୍ଶକଙ୍କୁ ଭେଟିଦେଇଛନ୍ତି। ଗରମ ମସାଲା, ଓ୍ୱେଲକମ୍, ଭୁଲ୍ ଭୁଲେୟାଁ, ହେରାଫେରି ସିରିଜ ସହ ଅନେକ ଫିଲ୍ମ। ଦୁହେଁ ପ୍ରିୟଦର୍ଶନଙ୍କ ଅପକମିଂ ଫିଲ୍ମ ଭୂତ ବଙ୍ଗଲାରେ ବି ନଜର ଆସିବେ। ଏବେ ଦେଖିବାର କଥା ପରେଶ ଅକ୍ଷୟଙ୍କ ଲିଗାଲ ନୋଟିସର କି ଜବାବ ରଖୁଛନ୍ତି। ରାଜୁ, ଶ୍ୟାମ ଓ ବାବୁ ଭାଇଙ୍କ କେମିଷ୍ଟ୍ରି ପୁଣି ଦର୍ଶକ ଦେଖିବାକୁ ପାଇବେ ନା ନାହିଁ। ହେରାଫେରି-ଥ୍ରୀର ଭବିଷ୍ୟତ ଏବେ କଅଣ। ଏମିତି ତମାମ ପ୍ରଶ୍ନ ଫ୍ୟାନ୍ସ ଓ ନିର୍ମାତା କମ୍ପାନୀକୁ ବି ଘାରୁଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *