ଆଇଟି ସର୍ଭିସ ଫାର୍ମ ଏକ୍ସେଞ୍ଚର କରୁଛି ୧୯ହଜାର କର୍ମଚାରୀ କାଟ

Spread the love

ନୂଆଦିଲ୍ଲୀ: ମାନ୍ଦାବସ୍ଥାର ପ୍ରଭାବ ଆଇଟି ସର୍ଭିସ ଫାର୍ମ ଏକ୍ସେଞ୍ଚରରେ ମଧ୍ୟ ଦେଖିବାକୁ ମିଳିଛି। ଏକ୍ସେଞ୍ଚର ଗୁରୁବାର ଘୋଷଣା କରିଛି କି, କମ୍ପାନୀ ପ୍ରାୟ ୧୯ହଜାର କର୍ମଚାରୀଙ୍କୁ ବାହାରର ରାସ୍ତା ଦେଖାଇବ ଓ ନିଜର ବାର୍ଷିକ ଆୟ ଓ ଲାଭର ଆକଳନ କମ କରିବ। ଏଥିରୁ ସ୍ପଷ୍ଟ ହୋଇଛି କି, ବିଶ୍ବରେ ଜାରି ଆର୍ଥିକ ଦୁରାବସ୍ଥା ଅନ୍ତର୍ଗତ ଆଇଟି ସେବାରେ କର୍ପୋରେଟ ଖର୍ଚ୍ଚକୁ କମ କରାଯାଉଛି।

କରୋନା ମହାମାରୀ ସହ ଋଷ ୟୁକ୍ରେନ ଯୁଦ୍ଧର ପ୍ରଭାବରେ ବିଶ୍ବବ୍ୟାପୀ ମାନ୍ଦାବସ୍ଥା ଜାରି ରହିଛି। ଯେଉଁଥିରୁ ବାହାରିବାକୁ ବୈଷୟିକ ଉଦ୍ୟୋଗ ନିଜ ବଜେଟ କାଟ କରୁଛନ୍ତି। ଏହି ଚିନ୍ତା ମଧ୍ୟରେ ଗୁରୁବାର ଆକ୍ସେଞ୍ଚର ଗୁରୁବାର ନିଜ ବାର୍ଷିକ ଆୟ ବୃଦ୍ଧି ଓ ଲାଭର ପୂର୍ବାନୁମାନକୁ ମଧ୍ୟ କମାଇ ଦେଇଛି। ଏବେ କମ୍ପାନୀ ପକ୍ଷରୁ ଅନୁମାନ କରାଯାଉଛି କି, ବାର୍ଷିକ ଆୟ ଅଭିବୃଦ୍ଧି ସ୍ଥାନୀୟ ମୁଦ୍ରାରେ ୮ ପ୍ରତିଶତରୁ ୧୦ ପ୍ରତିଶତ ମଧ୍ୟରେ ରହିବ, ଯାହା ପୂର୍ବରୁ ୮ ପ୍ରତିଶତରୁ ୧୧ ପ୍ରତିଶତର ଆଶା ଥିଲା।  

Leave a Reply

Your email address will not be published. Required fields are marked *