ଜନସନ ଆଣ୍ଡ ଜନସନ କମ୍ପାନୀକୁ ବମ୍ବେ ହାଇକୋର୍ଟରୁ ଆଶ୍ବସ୍ତି

Spread the love

ବମ୍ବେ: ବମ୍ବେ ହାଇକୋର୍ଟ ଜନସନ ଆଣ୍ଡ ଜନସନ କମ୍ପାନୀକୁ ବମ୍ବେ ହାଇକୋର୍ଟରୁ ବଡ ଆଶ୍ବସ୍ତି। କମ୍ପାନୀକୁ ବେବି ପାଉଡର ବିକିବାକୁ କୋର୍ଟ ଦେଇଛନ୍ତି ଅନୁମତି। ଏହି ମାମଲାରେ ବମ୍ବେ ହାଇକୋର୍ଟ କହିଛନ୍ତି, କାର୍ଯ୍ୟପାଳିକା ଗୋଟିଏ ପିମ୍ପୁଡି ମାରିବାକୁ ହାତୁଡିର ବ୍ୟବହାର କରିଛି। ଯଦି କୌଣସି ଉତ୍ପାଦରେ କିଛି ଅଭାବ ରହିଛି, ତେବେ କଣ ତାର ଲାଇସେନ୍ସ ରଦ୍ଦ କରିବା କଣ ଏକମାତ୍ର ବିକଳ୍ପ ବୋଲି ପ୍ରଶ୍ନ କରିଛନ୍ତି କୋର୍ଟ। ବମ୍ବେ ହାଇକୋର୍ଟ ମହାରାଷ୍ଟ୍ର ସରକାର ଦ୍ବାରା ଦିଆଯାଇଥିବା ଦୁଇଟି ଆଦେଶକୁ ଖାରଜ କରିଦେଇଛନ୍ତି।

ଜନସନ ଆଣ୍ଡ ଜନସନ କମ୍ପାନୀର ବେବି ପାଉଡରର ଉତ୍ପାଦନ ଲାଇସେନ୍ସ ରଦ୍ଦ କରିବା ସହ ମହାରାଷ୍ଟ୍ର ସରକାର ବେବି ପାଉଡର ବିକିବା, ବଣ୍ଟନ ଆଦିକୁ ବନ୍ଦ କରିଦେଇଥିଲା। ବମ୍ବେ ହାଇକୋର୍ଟ ଏହି ଆଦେଶ ଦୁଇଟିକୁ ଖାରଜ କରିବା ସହ କମ୍ପାନୀକୁ ପାଉଡର ଉତ୍ପାଦନ ପାଇଁ ଲାଇସେନ୍ସ ଦେବା ସହ ବିକିବାକୁ ଦେଇଛନ୍ତି ଅନୁମତି।

ରାଜ୍ୟସରକାର ଦ୍ବାରା ଦିଆଯାଇଥିବା ଆଦେଶ ବିରୋଧରେ କମ୍ପାନୀ ହାଇକୋର୍ଟ ଯାଇଥିଲା। ହାଇକୋର୍ଟର ଜଷ୍ଟିସ ଗୌତମ ପଟେଲ ଓ ଏସଜି ଦେଗିଙ୍କ ଖଣ୍ଡପୀଠ ନିଜ ରାୟରେ ସରକାରର ଅଦେଶକୁ ଭେଦଭାବପୂର୍ଣ୍ଣ, କଠୋର ଓ ଅନୁଚିତ କହିଛନ୍ତି।  କୋର୍ଟ କହିଛନ୍ତି କି, କସମେଟିକ ସାମଗ୍ରୀରେ ଉଚ୍ଚ ଗୁଣବତା ଓ ସୁରକ୍ଷା ପ୍ରାଥମିକତା ହୋଇଥାଏ, କିନ୍ତୁ ଯଦି ଉତ୍ପାଦନ ବେଳେ ଯଦି କୌଣସି ଅଭାବ ରହିଥାଏ ତେବେ ପୂରା ଉତ୍ପାଦନକୁ ବନ୍ଦ କରିବା ସଠିକ ନୁହେଁ।

ସୂଚନାଯୋଗ୍ୟ,  ମହାରାଷ୍ଟ୍ରର ଏଫଡିଏ ଜନସନ ଆଣ୍ଡ ଜନସନର ବେବି ପାଉଡରର କିଛି ସାମ୍ପୁଲ ବିଭିନ୍ନ ସହରରୁ ନେଇଥିଲା ଓ ପରୀକ୍ଷାରୁ  ଉପଯୁକ୍ତ ମାନକର ଅନୁପାଳନ ହୋଇ ନ ଥିବା ଓ ସ୍ବାସ୍ଥ୍ୟ ପାଇଁ ବିପଦ ସୃଷ୍ଟି କରିବା ଜଣାପଡିଥିଲା। ଏହା ପରେ ସରକାର ୨୦୨୨ ସେପ୍ଟେମ୍ବର ୧୫ରେ କମ୍ପାନୀର ଉତ୍ପାଦନ ୟୁନିଟର ଲାଇସେନ୍ସ ରଦ୍ଦ କରିବା ସହ ଉତ୍ପାଦର ବିକ୍ରିବଟା ବନ୍ଦ କରି ଦେଇଥିଲା।

Leave a Reply

Your email address will not be published. Required fields are marked *