ସାବଧାନ୍- ସାଙ୍ଗକୁ ଧାର୍ ଦେଉଛନ୍ତି କି?

ସାଙ୍ଗକୁ ଧାର ଦେଉଛନ୍ତି କି। ସାବଧାନ। ସାଙ୍ଗ ଭାବି ଧାର୍ ଦେଉଥିଲେ ଶହେ ଥର ଭାବନ୍ତୁ। ଧାର ଟଙ୍କା ସାଙ୍ଗ ଫେରାଇବ ତ। ନା ଧରାଛୁଆଁ ଦେବନି। ଆଉ ନାନା ଆଳ ଦେଖାଇବ। ଆଉ ଏମିତି ପରିସ୍ଥିତି ହେବନି ତ। ବାରମ୍ୱାର ମାଗି ମାଗି ସାଙ୍ଗ ସହ ସମ୍ପର୍କ ବି ବିଗିିଡ଼ିଯିବ। ବନ୍ଧୁତା ଆଳରେ ଅନେକ ଏଭଳି ଭୁଲ୍ ଫାଏଦା ଉଠାଉଥିବାର ଏକ ରିପୋର୍ଟ ପଦାକୁ ଆସିଛି। ରିପୋର୍ଟ ମୁତାବର ଶହେ ଲୋକରୁ ୭୩ ଲୋକ ଟଙ୍କା ଫେରସ୍ତର ନାଁ ଗନ୍ଧ ଧରନ୍ତିନି। କେବଳ ୨୭ ପ୍ରତିଶତ ଲୋକଙ୍କଠୁ ଟଙ୍କା ମିଳେ। ତେବେ ଧାର ଟଙ୍କା ମାଗିଲେ ଏହା ଅନେକ ସମୟରେ କେମିତି ଜୀବନ ନେଇଯାଏ, ତାହାର ଅନେକ ନଜିର ରହିଛି। ଗଲା ମାସରେ ଉଧାର ଟଙ୍କା ମାଗିବାରୁ ସାଙ୍ଗ ସାଙ୍ଗକୁ ହତ୍ୟା କରିଦେଲା। ପଞ୍ଜାବ ଲୁଧିଆନାର ଜଗରାଁଓର ଘଟଣା। ଆଇଫୋନ୍ ପାଇଁ ୩୦ହଜାର ଟଙ୍କା ଧାର ନେଇଥିଲା। କିନ୍ତୁ ଆଉ ଟଙ୍କା ଫେରାଇବାର ନାଁ ଧରୁନଥିଲା। ସେଥିଲାଗି ଏହାକୁ ନେଇ ଉଭୟ ବନ୍ଧୁଙ୍କ ଭିତରେ ବଚସାରୁ ୨୩ ବର୍ଷୀୟ କମଲପ୍ରୀତ ସିଂକୁ ହତ୍ୟା କରିଦେଲା ୟାଦଓ୍ୱିନ୍ଦର ସିଂ। ୟାଦଓ୍ୱିନ୍ଦରକୁ ଟଙ୍କା ଦେଲା ବେଳେ ପରିବାରକୁ ଲୁଚାଇଥିଲା କମଲପ୍ରୀତ। ଆଉ ଗଲା ମାସ ୧୪ ତାରିଖରେ ସକାଳ ୧୦ଟା ବେଳକୁ କମଲପ୍ରୀତକୁ ଘରୁ ଡାକି ନେଇଥିଲା ୟାଦଓ୍ୱିନ୍ଦର। ଘଣ୍ଟାଏ ପରେ କମଲପ୍ରୀତକୁ ବାଇକରେ ଅଧା ବେହୋସ ଅବସ୍ଥାରେ ବାନ୍ଧି ଘରେ ଆଣି ଛାଡ଼ି ଫେରାର୍ ହୋଇଯାଇଥିଲା। କିନ୍ତୁୁ ଘର ଲୋକେ ଦେଖିଲେ ଯେ, ସେତେବେଳକୁ କମଲପ୍ରୀତ ଆଉ ଜୀବିତ ନାହିଁ। ଧାର ଟଙ୍କାକୁ କେନ୍ଦ୍ର କରି କମଲପ୍ରୀତକୁ ପାନୀୟରେ ବିଷ ମିଶାଇ ଦେଇଥିଲା ୟାଦଓ୍ୱିନ୍ଦର। କମଲପ୍ରୀତଙ୍କ ବାପା ମା ଉଭୟ ସରକାରୀ ଚାକିରିଆ। ଫେବୃଆରୀ ମାସରେ ଗୁଜରାଟର ଅହମଦାବାଦର ସରସପୁର ଅଞ୍ଚଳରେ ଏଭଳି ଅନୁରୂପ ଘଟଣା ଘଟିଥିଲା। ଜଣେ ମଜୁରିଆ ନିଜ ସାଙ୍ଗକୁ ପଥରରେ ଛେଚି ହତ୍ୟା କରିଥିଲା। ଏଠାରେ ସାଙ୍ଗ ଜଣକ ଧାର ଦେବାକୁ ମନା କରିଦେଇଥିଲା। ମହମ୍ମଦ ହୁସୈନ ଫେବୃଆରୀ ୧୦ ତାରିଖରେ କାଲୁପୁର ମାର୍କେଟର ଏକ ଦୋକାନ ଛାତ ଉପରେ ଶୋଇଥିଲା। ଆଉ ଏତିକିବେଳେ ତା ସାଙ୍ଗ ଭୂଷଣ ଓରଫ ଶିବା ସେଠାରେ ପହଞ୍ଚି ତାଠୁ ଟଙ୍କା ଧାର ମାଗିଥିଲା। ଆଉ ଟଙ୍କା ଦେବାକୁ ମନା କରିଦେବାରୁ ଭୂଷଣ ରାଗିଯାଇ ତାକୁ ଗାଳିଗୁଲଜ ସହ ମୁଣ୍ଡକୁ ପଥରରେ ଛେଚି ହତ୍ୟା କରିଦେଇଥିଲା। ଏପ୍ରିଲ ମାସରେ ମାତ୍ର ହଜାରେ ଟଙ୍କା ଲାଗି ସାଙ୍ଗକୁ ହତ୍ୟା କରିଦେଲା ସାଙ୍ଗ। ବରଫ ଭଙ୍ଗା ହାତୁଡ଼ିରେ ହତ୍ୟା କରିଥିଲା। ଅଜୟ ଇ-ରିକ୍ସା ଚଳାଇ ପରିବାର ପ୍ରତିପୋଷଣ କରନ୍ତି। ଗାଁର ଟିଙ୍କୁ ସହ ଅଜୟଙ୍କର ଗଭୀର ବନ୍ଧୁତା ଥିଲା। କିଛି ଦିନ ପୂର୍ବରୁ ଅଜୟ ଟିଙ୍କୁକୁ ହଜାରେ ଟଙ୍କା ଧାର ଦେଇଥିଲା। କିନ୍ତୁ ଆର୍ଥିକ ସ୍ଥିତି ଭଲ ନଥିବାରୁ ଟିଙ୍କୁ ଟଙ୍କା ଫେରାଇପାରୁନଥିଲା। ସେପଟେ ଅଜୟ ବାରମ୍ୱାର ଟଙ୍କା ଫେରାଇବାକୁ ଚାପ ପକାଉଥିଲା। ଆଉ ଏଥିରେ ଅତିଷ୍ଠ ହୋଇ ଅଜୟକୁ ସବୁଦିନ ଲାଗି ରାସ୍ତାରୁ ହଟାଇବାକୁ ଚିନ୍ତା କରିଥିଲା ଟିଙ୍କୁ। ପେଟ୍ରୋଲ ପମ୍ପ ପାଖକୁ ଡାକିଥିଲା ଅଜୟକୁ। ଆଉ ସେଠାରେ ଧାର ଟଙ୍କାକୁ ନେଇ ଉଭୟଙ୍କ ଭିତରେ ବଚସା ହୋଇଥିଲା। ଆଉ ଅଚାନକ ଟିଙ୍କୁ ଅଜୟକୁ ବରଫ ଭଙ୍ଗା ହାତୁଡ଼ିରେ ଆକ୍ରମଣ କରିବାରୁ ଅଧମରା ହୋଇ ରାସ୍ତାରେ ପଡ଼ିଯାଇଥିଲେ ଅଜୟ। ଆଉ ହସ୍ପିଟାଲ ନେବା ବାଟରେ ହିଁ ଅଜୟଙ୍କ ମୃତ୍ୟୁ ହୋଇଯାଇଥିଲା। ଏମିତି ଅନେକ ଘଟଣା ଅଛି। ଯେଉଁଠି ଧାର ଟଙ୍କା ମାଗିଲେ ମୁଣ୍ଡ ଗଡ଼ୁଛି। ତ କେଉଁଠି ଧାର ନ ଦେଲେ ବି କେବଳ ବନ୍ଧୁତା ବିଗୁଡୁନି। ବରଂ ଜୀବନ ଯାଉଛି। ସେଥିଲାଗି ଧାର ଦେବା ପୂର୍ବରୁ ହଜାରେ ଥର ଭାବିବାକୁ ଏକ ରିପୋର୍ଟ କହୁଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *