କଠିନ ପରିଶ୍ରମ କରି ରୋଜଗାର କରୁଥିବା ମହିଳାଙ୍କ ଆୟକୁ ହାରାମ କା ମାଲ୍ କହିବା ସଂପୃକ୍ତ ମହିଳାଙ୍କ ଗାରିମାକୁ ଘୋର ଅପମାନ। ଏହି ଶବ୍ଦ କେବଳ ଅପମାନସୂଚକ ନୁହେଁ। ବରଂ ମହିଳା କରୁଥିବା ରୋଜଗାର ଅନୈତିକ ଉପାୟରୁ ବୋଲି ଦର୍ଶାଉଛି। ଏହା ଦର୍ଶାଉଛି ଯେମିତି କି ସଂପୃକ୍ତ ମହିଳା ବିଶ୍ୱାସଯୋଗ୍ୟ ନୁହଁନ୍ତି। କେବଳ ଏତିକି ନୁହେଁ। କେତେ ଜଣଙ୍କ ସହ ଶୋଇକି ଆସିଛ ବୋଲି କହିବାର ଅର୍ଥ ସିଧାସଳଖ ମହିଳାଙ୍କର ଅନେକଙ୍କ ସହ ଯୌନସମ୍ପର୍କକୁ ଇଙ୍ଗିତ କରୁଛି। ଏ ସବୁ ଶବ୍ଦକୁ ମିଶାଇଦେଲେ ମୋଟ୍ ଉପରେ ମହିଳାଙ୍କ ଚରିତ୍ର ସଂହାର ହେଉଛି। ଆଉ ଏଭଳି କରିଥିବା ବ୍ୟକ୍ତିକୁ ଦିଲ୍ଲୀ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି। ଦିଲ୍ଲୀର ତିସ୍ ହଜାରି କୋର୍ଟର ଜେଏମଏଫସି କରନବୀର ସିଂ ଏଭଳି ଦଣ୍ଡ ଦେଇଛନ୍ତି। ସଂପୃକ୍ତ ଅଭିଯୁକ୍ତ ପକ୍ଷରୁ ଯୁକ୍ତି ଦର୍ଶାଯାଇଥିଲା ଯେ, ଏଭଳି ସେ କହିବା ବେଳେ କେହି ସାକ୍ଷୀ ନାହାନ୍ତି। ଏହା କେବଳ ରାଗରେ କଥାବାର୍ତ୍ତା ବେଳେ ମୁହଁରୁ ବାହାରିଥିଲା। କିନ୍ତୁ ବିଚାରପତି ଏଭଳି ଯୁକ୍ତିକୁ ଅଗ୍ରାହ୍ୟ କରିଦେଇଥିଲେ। ଆଉ ମହିଳା ଜଣକ ସିଆରପିସିର ୧୬୪ ବୟାନରେ ଯାହା କହିଥିଲେ, ତାହା ହିଁ ବିଶ୍ୱାସଯୋଗ୍ୟ ବୋଲି କହିଥିଲେ।

Naxatra News is now on Whatsapp
Join and get latest news update delivered to you via whatsapp
Join Now