ଜି-୭ରେ ସାମିଲ୍ ହେବେନି ମୋଦି- ଭାଙ୍ଗିବ ୬ ବର୍ଷର ପରମ୍ପରା

ଜି-୭ ସମ୍ମିଟରେ ଏଥର ସାମିଲ୍ ହେବେନି ପ୍ରଧାନମନ୍ତ୍ରୀ ମୋଦି। ଗଲା ୬ ବର୍ଷ ଧରି ଭାରତ ଏହି ସମ୍ମିଟରେ ସାମିଲ୍ ହୋଇଆସୁଥିଲା। କାରଣ ଏଥର ଏହି ସମ୍ମିଳନୀର ଆୟୋଜକ ସାଜିଛି କାନାଡ଼ା। ଏମିତିରେ ଭାରତ ଓ କାନାଡ଼ା ଭିତରେ ତିକ୍ତତା ଜାରି ରହିଛି। କାନାଡ଼ା ବି ସ୍ପଷ୍ଟ କରିଛି, ସେ ଏହି ସମ୍ମିଳନୀକୁ ଭାରତକୁ ନିମନ୍ତ୍ରଣ କରିନି। ଏମିତିରେ ଭାରତ ବିଶ୍ୱର ସର୍ବବୃହତ ଚତୁର୍ଥ ଅର୍ଥନୈତିକ ରାଷ୍ଟ୍ର ଭାବେ ପରିଣତ ହୋଇଛି। ୬ ବର୍ଷ ଭିତରେ ଜି-୭ ଶୀଖର ସମ୍ମିଳନୀରେ ପ୍ରଥମ ଥର ସାମିଲ୍ ହେବେନି ମୋଦି। ଏହି ଶୀଖର ସମ୍ମିଳନୀ କାନାଡ଼ା ଚଳିତ ମାସରେ କରୁଛି। ଏମିତିରେ ଭାରତର ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଶୀଖର ସମ୍ମିଳନୀରେ ସାମିଲ୍ ହେବାକୁ କାନାଡ଼ା ନିମନ୍ତ୍ରଣ କରିନି। ସେପଟେ ଭାରତ ବି ଏହି ସମ୍ମିଳନୀରେ ସାମିଲ ହେବାକୁ ଆଗ୍ରହ ଦେଖାଇନି। ଭାରତ-କାନାଡ଼ା ଭିତରେ ଉତ୍ତେଜନା ଓ ତିକ୍ତ ସମ୍ପର୍କରେ ସୁଧାର ନ ଆସିବା ଯାଏ, ଏଭଳି ହାଇପ୍ରୋଫାଇଲ ଗସ୍ତ କରିବାକୁ ଭାରତ ଉଚିତ ମଣୁୁନି। ଦୁଇ ବର୍ଷ ପୂର୍ବରୁ ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜ୍ଜର ହତ୍ୟାକାଣ୍ଡକୁ ନେଇ ଦୁଇ ଦେଶ ଭିତରେ ବିବାଦ ଉପୁଜିଥିଲା। ତତ୍କାଳୀନ କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟୃଡ଼ୋ ଖଲିସ୍ତାନୀ ଆତଙ୍କବାଦୀ ନିଜ୍ଜର ହତ୍ୟାକାଣ୍ଡରେ କଥିତ ଭାରତୀୟ ଏଜେଣ୍ଟଙ୍କ ସଂପୃକ୍ତିର ଆରୋପ ଲଦିଥିଲେ। ଭାରତ ସେତେବେଳେ ଏଭଳି ଅଭିଯୋଗକୁ ନିରାଧାର କହି ଏହାକୁ ଖାରଜ କରିଥିଲା। ଏହା ପରେ କାନାଡ଼ାରୁ ଭାରତ ନିଜର ଉଚ୍ଚାୟୁକ୍ତଙ୍କୁ ଡାକିନେଇଥିଲା। ଆଉ ଏଯାଏଁ ନୂଆ ହାଇକମିଶନରଙ୍କୁୁ ବି ନିଯୁକ୍ତି ଦେଇନି। କାନାଡ଼ାରେ ଏବେ ସରକାର ବଦଳିସାରିଛି। ପ୍ରଧାନମନ୍ତ୍ରୀ ମାର୍କ କାର୍ନି ଭାରତ ସହ ସମ୍ପର୍କ ସୁଧାରିବାକୁ ପ୍ରତିବଦ୍ଧତା ଦେଖାଉଛନ୍ତି। କିନ୍ତୁ ଆଜି ଯାଏଁ ଭାରତ-କାନାଡ଼ା ସମ୍ପର୍କରେ ଖାସ୍ ସୁଧାର ଆସିପାରିନି। କାନାଡ଼ାରେ ଖଲିସ୍ତାନୀ ଚରମପନ୍ଥୀ ତତ୍ତ୍ୱଙ୍କ ଉପସ୍ଥିତି ଦେଖି ସେଠାକୁ ସୁରକ୍ଷା ଦୃଷ୍ଟିକୋଣରୁ ଯିବାକୁ ଉଚିତ ମଣୁନି ଭାରତ। ଜି-୭ରେ ୭ଟି ବିକଶିତ ରାଷ୍ଟ୍ର କାନାଡ଼ା, ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ଜାପାନ, ବ୍ରିଟେନ୍ ଓ ଆମେରିକାର ଆର୍ଥିକ ସଂଗଠନ ଅଛି। ଏହି ସମ୍ମିଳନୀରେ ଦୁନିଆର ଅନ୍ୟ ପ୍ରଭାବଶାଳୀ ରାଷ୍ଟ୍ରର ନେତାଙ୍କୁ ବି ଆମନ୍ତ୍ରିତ କରାଯାଏ। ୨୦୧୯ରୁ ଏହି ସମ୍ମିଳନୀରେ ମୋଦି ସାମିଲ୍ ହୋଇଆସୁଛନ୍ତି। ଏଥର ଏହି ସମ୍ମିଳନୀରେ ସାମିଲ୍ ହେବାକୁ ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା, ୟୁକ୍ରେନ ଓ ବ୍ରାଜିଲ୍ ନେତାଙ୍କୁ ନିମନ୍ତ୍ରଣ କରାଯାଇଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *