ମଲ୍ଟି ବିଲିୟନେୟାର ତଥା ପୁଞ୍ଜିପତି ଓ ଷ୍ଟକ୍ ନିବେଶକ ରାକେଶ ଝୁନଝୁନୱାଲାଙ୍କ ୬୨ବର୍ଷ ବୟସରେ ପରଲୋକ। ଆଜି ସକାଳେ ୬: ୪୫ ରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। କିଡନୀ ରୋଗ ସମେତ ସେ ଏକାଧିକ ସ୍ୱାସ୍ଥ୍ୟ ସମସ୍ୟା ରୋଗରେ ପୀଡିତ ଥିଲେ। ଝୁନଝୁନୱାଲାଙ୍କୁ ଦୁଇ ବା ତିନି ସପ୍ତାହ ପୂର୍ବରୁ ହସ୍ପିଟାଲରୁ ଡିର୍ସାଜ କରାଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ରମନ୍ତ୍ରୀ ଅମିତ ଶାହାଙ୍କ ସମେତ ବିଭିନ୍ନ ଦଳର ରାଜନୈତିକ ନେତା ତଥା ବହୁ ବରିଷ୍ଠ ବ୍ୟକ୍ତିମାନେ ଭେଟରାନ ବ୍ୟବସାୟୀଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି। ପୁଞ୍ଜିପତି ବ୍ୟବସାୟୀ ରାକେଶଙ୍କୁ ଭାରତର ୱାରେନ୍ ବଫେଟ୍ କୁହାଯାଏ।
ଶୁଭଲକ୍ଷ୍ମୀ ସାହୁଙ୍କ ରିପୋର୍ଟ

Naxatra News is now on Whatsapp
Join and get latest news update delivered to you via whatsapp
Join Now