ଅଥେଣ୍ଟିକେସନ ଆଧାର କାର୍ଡଧାରୀ ବା ଭେରିଫାଏଡ୍ କାର୍ଡଧାରୀ ହିଁ ତତ୍କାଳ ଟିକଟ ବୁକ୍ କରିପାରିବେ। ଜୁଲାଇ ପହିଲାରୁ ଏହା ଲାଗୁ ହେବ ବୋଲି ରେଳ ମନ୍ତ୍ରାଳୟ କହିଛି। କେବଳ ଆଧାର ପ୍ରମାଣିତ ୟୁଜର୍ସ ହିଁ ତତ୍କାଳ ଟ୍ରେନ୍ ଟିକଟ ବୁକ୍ କରିପାରିବେ। ଯାହାର ଆଧାର କାର୍ଡ ଅଥେଣ୍ଟିକେସନ ନଥିବ, ସେ ଟ୍ରେନରେ ତତ୍କାଳ ଟିକଟ ବୁକ୍ କରିପାରିବେନି ଏଣିକି। ଜୁନ୍ ୧୦ ତାରିଖରେ ସର୍କୁଲାର ଅନୁସାରେ ତତ୍କାଳ ଟିକଟର ଲାଭ ଯେମିତି ସାଧାରଣ ନାଗରିକ ବି ନେଇପାରିବେ। ସେଥିଲାଗି ଜୁଲାଇ ପହିଲାରୁ ଆଇଆରସିଟିସିର ୱେବସାଇଟ୍ ବା ଆପ୍ ଜରିଆରେ କେବଳ ଆଧାର ଅଥେଣ୍ଟିକେସନ ୟୁଜର୍ସ ଟିକଟ ବୁକ୍ କରିପାରିବେ। ଏହା ପରେ ଜୁଲାଇ ୧୫ରୁ ତତ୍କାଳ ବୁକିଂ ପାଇଁ ଆଧାର ଆଧାରିତ ଓଟିପି ପ୍ରମାଣିକରଣକୁ ବାଧ୍ୟତାମୂଳକ କରିଦିଆଯିବ। ଏହା ବ୍ୟତୀତ ରେଲଓ୍ୱେ ଟିକଟ ଏଜେଣ୍ଟ ବି ତତ୍କାଳ ଟିକଟ ବୁକିଂ ଓପନ ହେବା ପରେ ପ୍ରଥମ ଅଧଘଣ୍ଟା ଯାଏଁ ଟିକଟ ବୁକ୍ କରିପାରିବେନି। ଏସି ଶ୍ରେଣୀ ପାଇଁ ସମୟ ସକାଳ ୧୦ଟାରୁ ସାଢ଼େ ୧୦ଟା , ନନ-ଏସି ଲାଗି ସକାଳ ୧୧ଟାରୁ ସାଢ଼େ ୧୧ଟା ଯାଏ ଏହା ବଳବତ୍ତର ରହିବ। ଆଇଆରସିଟିସି ମୁତାବକ ଦେଶରେ ଏହାର ୟୁଜର୍ସ ସଂଖ୍ୟା ୧୩ କୋଟିରୁ ବେଶୀ। କିନ୍ତୁ ଚକିତ କଲା ଭଳି ଘଟଣା ଏୟା ଯେ, ଏମାନଙ୍କ ଭିତରୁ କେବଳ ୧୦ ପ୍ରତିଶତ ୟୁଜର୍ସଙ୍କ ଆଧାର ଭେରିଫାଏଡ ଅଟେ। ସେଥିଲାଗି ତତ୍କାଳ ଟିକଟ ବୁକିଂରେ ସ୍ୱଛତା ଆଣିବାକୁ ଏଭଳି ଆଧାର ଭେରିଫାଏଡ୍ ଆକାଉଣ୍ଟକୁ ହିଁ ଅନୁମତି ଦିଆଯିବ। କାରଣ ତତ୍କାଳ ଟିକଟ ବୁକିଂରେ ଅତୀତରେ ଅନେକ ଗଡ଼ବଡ଼ି ଦେଖାଦେଇଛି। ନକଲି ଆଇଡି ୟୁଜର୍ସ ଏହାର ଦୁରୁପଯୋଗ କରୁଥିଲେ। ଗଲା ବର୍ଷକ ଭିତରେ ୩କୋଟି ୫ଲକ୍ଷ ନକଲି ୟଜର୍ସ ଆଇଡିକୁ ବ୍ଲକ କରିଛି ଆଇଆରସିଟିସି। ଏମିତି ନକଲି ୟୁଜର୍ସଙ୍କୁ ହଟାଇଲେ ତତ୍କାଳ ପ୍ଲାଟଫର୍ମ ଟିକଟ ସିଷ୍ଟମରେ ହେଉଥିବା ଭିଡ଼କୁ ହ୍ରାସ କରିହେବ।

Naxatra News is now on Whatsapp
Join and get latest news update delivered to you via whatsapp
Join Now