ବିଶ୍ଵ ବାଣିଜ୍ୟ ଦିବସ ପାଳିତ

Spread the love

ମାଲକାନଗିରି : ମାଲକାନଗିରି ମହାବିଦ୍ୟାଳୟ ବାଣିଜ୍ୟ ବିଭାଗ ତରଫରୁ ବିଶ୍ଵ ବାଣିଜ୍ୟ ଦିବସ ଅଧ୍ୟକ୍ଷ ଲିଙ୍ଗରାଜ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ସୂର୍ଯ୍ୟ ନାରାୟଣ ବ୍ରହ୍ମା ସରକାରୀ ପ୍ରିଡର ଏବଂ ପିପି ଯୋଗଦାନ କରି ଛାତ୍ର ଛାତ୍ରୀଙ୍କୁ ବାଣିଜ୍ୟ ବିଷୟରେ ସଂପୂର୍ଣ୍ଣ ରୂପେ ବୁଝାଇ ଥିଲେ। ମୁଖ୍ୟବକ୍ତା ସୁରେଶ ସୋମାନି ମାଲକାନଗିରି ବାଣିଜ୍ୟ ସଂଘର ସଭାପତି ମାଲକାନଗିରି ଜିଲ୍ଲାରେ ନାମ ଲେଖାଇ ମାଲକାନଗିରି ଜିଲ୍ଲା ପାଇଁ ଗର୍ବ ଗୌରବ ଆଣିବା ପାଇଁ ଆହ୍ବାନ ଦେଇଥିଲେ। ସ୍ବତନ୍ତ୍ର ଅତିଥି ଡ଼ଃ. ଉଦୟ ନାଥ ଖରା ମହାବିଦ୍ୟାଳୟ ପରିଚାଳନା କମିଟି ସଭାପତି ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ। ସମ୍ମାନିତ ଅତିଥି ଅଶୋକ କୁମାର ଷଡଙ୍ଗୀ ପ୍ରାଧ୍ୟାପକ ଅର୍ଥଶାସ୍ତ୍ର ବିଭାଗ ଯୋଗଦାନ କରି ସି.ଏ. ପଢି ଉଚ୍ଚ ଦରମା ପାଇବା ପାଇଁ ପରାମର୍ଶ ଦେଇଥିଲେ। ବାଣିଜ୍ୟ ବିଭାଗର ମୁଖ୍ୟ ଡ଼ଃ. ରଞ୍ଜନ କୁମାର ସ୍ୱାଇଁ ସ୍ୱାଗତ ଭାଷଣ ସହ ମଞ୍ଚ ପ୍ରଚଳନ କରିଥିଲେ। ଆରତୀ ଲୁଗୁନୁ ଅଧ୍ୟାପିକା ଅତିଥି ପରିଚୟ ପ୍ରଦାନ କରିଥିଲେ।

ଏହି ଉତ୍ସବରେ ୨୦୦ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ସକ୍ରିୟ ଅଂଶଗ୍ରହଣ କରି ରଚନା, ତର୍କ ଏବଂ ସାଧାରଣ ଜ୍ଞାନରେ ଭାଗ ନେଇଥିଲେ। ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ର ଛାତ୍ରୀଙ୍କୁ ଅତିଥିଙ୍କ ଦ୍ବାରା ପୁରସ୍କାର ବିତରଣ କରାଯାଇଥିଲା। ନମିତା ଦଣ୍ଡସେନା ଇତିହାସ ବିଭାଗର ମୁଖ୍ୟ ନିଜର ମତ ପ୍ରକାଶ କରିଥିଲେ।

ଦୀପ୍ତି ରେଖା ମିଶ୍ର, ସ୍ନିଗ୍ଧା ସର୍ଦ୍ଦାର, ଆଦିତ୍ୟ ପାଢି, ଜଗନ୍ ଦାସ ଏବଂ ବରିଷ୍ଠ ଛାତ୍ର ଛାତ୍ରୀ ସହଯୋଗ କରିଥିଲେ। ସଭା ଶେଷରେ ବି. ଗୁପ୍ତେଶ୍ଵର ରାଓ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *