ଜମ୍ମୁ ଓ କଶ୍ମୀର ରଚିଲା ଏକ ନୂତନ ଇତିହାସ। ଚେନାବ ନଦୀ ଉପରେ ନିର୍ମିତ ବିଶ୍ୱର ସର୍ବାଧିକ ଉଚ୍ଚତମ ରେଳ ବ୍ରିଜକୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦ୍ଘାଟନ କରିଛନ୍ତି। ପୋଲ ନିର୍ମାଣରେ ପ୍ରାୟ ୪୬ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଦୁଇ ପାହାଡ଼ ଭିତରେ ନିର୍ମିତ ଏହି ବ୍ରିଜର ଉଚ୍ଚତା ୩୫୯ ମିଟର, ଯାହା ପ୍ୟାରିସର ଆଇଫଲ୍ ଟାୱାର ଠାରୁ ବି ଉଚ୍ଚ। ଆଫଲ ଟାଓ୍ୱାରରୁ ଏହାର ଉଚ୍ଚତା ୩୬ ମିଟର ଅଧିକା। ଏହି ପ୍ରକଳ୍ପ ଉଧମପୁର – ଶ୍ରୀନଗର – ବାରାମୁଲା ରେଳ ଲିଙ୍କ (USBRL) ପ୍ରକଳ୍ପର ଏକ ଅଂଶ। ଯାହା ଜମ୍ମୁ କଶ୍ମୀରକୁ ଭାରତର ମୁଖ୍ୟ ରେଲଓ୍ୱେ ନେଟୱର୍କ ସହିତ ସଂଯୁକ୍ତ କରିବ। ଏହାର ଦୈର୍ଘ୍ୟ ୧୩୧୫ ମିଟର। ଉଚ୍ଚତା ୩୫୯ ମିଟର। ଏହି ରେଳ ବ୍ରିଜ୍ ଦ୍ୱାରା କାଟରା- ଶ୍ରୀନଗର ଯାତ୍ରା ସମୟ ହ୍ରାସ ହୋଇଛି। ଆଣ୍ଟି ସେସ୍ମିକ ଟେକ୍ନୋଲୋଜିରେ ନିର୍ମିତ ଥିବାରୁ ଭୂକମ୍ପ ଓ ବାତ୍ୟା ପ୍ରତିରୋଧକ ଶକ୍ତି ଏହାର ଅଧିକା ରହିଛି। ଏହା ୪୦ କିଲୋଗ୍ରାମର ଟିଏନଟି ବିସ୍ଫୋରଣକୁ ପ୍ରତିରୋଧ କରିପାରିବ। ଏହି ବ୍ରିଜ ଉଦଘାଟନ ସହିତ କଶ୍ମୀର ଉପତ୍ୟକାର ଅର୍ଥନୈତିକ ଉନ୍ନତିରେ ଏକ ନୂତନ ଅଧ୍ୟାୟ ଆରମ୍ଭ ହେବ। ପର୍ଯ୍ୟଟନ ଓ ବାଣିଜ୍ୟରେ ବୃଦ୍ଧି ଆସିବ। ଭବିଷ୍ୟତରେ ବନ୍ଦେ ଭାରତ ଟ୍ରେନ ଚଳାଚଳ ମଧ୍ୟ ଏହି ରୁଟ ମାଧ୍ୟମରେ ସମ୍ଭବ ହେବ।ଏହି ବ୍ରିଜ ୧୩୦ ବର୍ଷର ପୁରୁଣା ସ୍ୱପ୍ନକୁ ସାକାର କରିଛି। ଏହି ବ୍ରିଜ୍ ଲାଗି ଲୋକେ ଏବେ ଟ୍ରେନରେ ଯାଇ ଭୂସ୍ୱର୍ଗ କଶ୍ମୀରର ବରଫପାତର ସୌନ୍ଦର୍ଯ୍ୟକୁ ଉପଭୋଗ କରିପାରିବେ। ପ୍ରଧାନମନ୍ତ୍ରୀ କଟରାରୁ ବନ୍ଦେ ଭାରତ ଟ୍ରେନକୁ ସବୁଜ ପତାକା ଦେଖାଇଥିଲେ। ଉଧମପୁର- କଟରା- ଶ୍ରୀନଗର-ବାରାମୁଳା ରେଳଲାଇନ ବି ଆଜିଠୁ ଆରମ୍ଭ ହୋଇଛି। ୨୭୨ କିଲୋମିଟର ଲମ୍ୱା ରେଳଲାଇନକୁ ଆଜି ଦେଶକୁ ଲୋକାର୍ପିତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଏହି ବ୍ରିଜ ନିର୍ମାଣ କରିବାକୁ ୨୨ ବର୍ଷ ଲାଗିଗଲା। ଚିନ୍ନାଓ ନଦୀ ଉପରେ ପୋଲ କରିବା କଠିନ କାମ ଥିଲା। ସେଥିଲାଗି ତ ଏହି ଘାଟିରେ ଟ୍ରେନ୍ ପହଞ୍ଚିବାକୁ ୧୩୦ ବର୍ଷ ଲାଗିଗଲା। ଚିନ୍ନାବ ବ୍ରିଜ୍ ପରିକଳ୍ପନାକୁ ୨୦୦୩ରେ ଅନୁମତି ମିଳିଥିଲା। ୨୦୦୯ ସୁଦ୍ଧା ଏହା ନିର୍ମାଣ ସମ୍ପୂର୍ଣ୍ଣ ହେବା କଥା। କିନ୍ତୁ ୨୦୦୯ ଯାଏ କାମ ସେତେଟା ଆଗେଇନଥିଲା। କାମକୁ ଜଲଦି ସମ୍ପୂର୍ଣ୍ଣ କରିବାକୁ ୨୦୧୭ରେ ୩୨ଶହ କର୍ମଚାରୀ ଓ ଇଞ୍ଜିନିୟର ନିୟୋଜିତ କରାଯାଇଥିଲା। ୨୦୨୧ରେ ପୋଲର ଆର୍କ ତିଆରି କାମ ଆରମ୍ଭ ହୋଇଥିଲା। ପୋଲ ଉପରେ ଟ୍ରାକ୍ ବିଛାଯାଇଥିଲା। ୨୦୨୪ରେ ଟ୍ରେନର ଟ୍ରାଏଲ ରନ କରାଯାଇଥିଲା। ଆଉ ଶେଷରେ ଆଜି ପ୍ରତୀକ୍ଷା ସରିଛି। ଏହି ପୋଲ ତିଆରିରେ ୨୯ହଜାର ମେଟ୍ରିକ ଟନ ଷ୍ଚିଲ, ୬୬ହଜାର୨୫୨ ମିଟର କଂକ୍ରିଟ ଲାଗିଛି। ଉଧମପୁର- ଶ୍ରୀନଗର-ବାରାମୁଳା ରେଳ ଲିଂକା ୨୭୨ କିଲୋମିଟର ଅଟେ। ପ୍ରତି ରେଳ ଲାଇନରେ ୩୬ ସୁଡ଼ଙ୍ଗ ରୁଟ୍ ଅଛି। ଯାହାର ଲମ୍ୱା ୧୧୯ କିଲୋମିଟର। ରେଳ ଲାଇନରେ ୯୪୩ ରେଳବ୍ରିଜ୍ ଅଛି। ଏହି ବ୍ରିଜ୍ ମାଇନସ ୧୦ ଡିଗ୍ରୀ ସେଲସିୟସରୁ ନେଇ ୪୦ ଡିଗ୍ରୀ ତାପମାତ୍ରାକୁ ସହିବାର କ୍ଷମତା ରଖିଛି। ବ୍ରିଜର ଆୟୁଷ କ୍ଷମତା ୧୨୦ ବର୍ଷ ଯାଏ ରହିଛି। ୪୦ କିଲୋ ଯାଏ ଟିଏନଟି ବିସ୍ଫୋରକ ଏହାର କୌଣସି କ୍ଷତି କରିପାରିବନି। ରିକ୍ଟର ସେଲରେ ୮ ତୀବ୍ରତାର ଭୂକମ୍ପରେ ବି ବ୍ରିଜର କୌଣସି କ୍ଷତି ହେବନି। ଘଣ୍ଟାକୁ ୨୬୦ କିଲୋମିଟର ପବନ ବି ଏହି ବ୍ରିଜର କୌଣସି କ୍ଷତି କରିପାରିବନି। ବ୍ରିଜର ପ୍ରତିଟି ପାର୍ଟରେ ୬୩ ମିଲିମିଟରର ବ୍ଲାଷ୍ଟ-ପୃଫ ଷ୍ଚିଲ ଲାଗିଛି। ଆତଙ୍କି ଆକ୍ରମଣ ସ୍ଥିତିରେ ବି ଏହାକୁ କୌଣସି ଫରକ ପଡ଼ିବନି। ଏହି ବ୍ରିଜ ନିର୍ମାଣ ଦ୍ୱାରା ହିମାଳୟର ପିର ପଞ୍ଜାଲ କ୍ଷେତ୍ରରୁ ପାକିସ୍ତାନର ଆଇଏସଆଇ ଏଜେଣ୍ଟ, ଲସ୍କର ଓ ଜୈସ-ଏ-ମହମ୍ମଦ ଭଳି ଆତଙ୍କବାଦୀଙ୍କ ନେଟଓ୍ୱର୍କ ଭାଙ୍ଗିବ। ଏହି କ୍ଷେତ୍ରରୁ ଆତଙ୍କବାଦୀ କଶ୍ମୀର ଘାଟିକୁ ପଶୁଥିଲେ। ପହଲଗାଁଓ ଆତଙ୍କି ଆକ୍ରମଣ ପରେ ଆତଙ୍କବାଦୀ ଏହି ଘାଟି ଦେଇ ଜଙ୍ଗଲକୁ ପଳାଇଥିଲେ। ଏହି ବ୍ରିଜ୍ ତିଆରିରେ ଆଇଆଇଟି ଓ ଡିଆରଡିଓର ବଡ଼ ହାତ ରହିଛି। ଏହି ରେଳ ଲିଂକ ଦ୍ୱାରା ପ୍ରତି ପାଗରେ ଭାରତୀୟ ସେନା ସୀମା ଯାଏଁ ଆରାମରେ ପହଞ୍ଚିପାରିବେ। ଜମ୍ମୁକଶ୍ମୀର ଓ ଲଦାଖ ସୀମାକୁ ତୁରନ୍ତ ରାପିଡ୍ ଫୋର୍ସ ପଠାଯାଇପାରିବ। ଦିଲ୍ଲୀ-ଶ୍ରୀନଗର ଯାତ୍ରା ସମୟ ହ୍ରାସ ପାଇବ। ମାତ୍ର ୧୩ ଘଣ୍ଟାରେ ପହଞ୍ଚିହେବ। ଦିଲ୍ଲୀରୁ ପ୍ରାୟ ୬ଶହ କିଲୋମିଟର ଦୂରରେ ଚିନ୍ନାଓ ବ୍ରିଜ ରହିଛି। ଏହି ପୋଲର ସ୍ୱପ୍ନ ୧୯୭୦ରେ ଦେଖାଯାଇଥିଲା।


Naxatra News is now on Whatsapp
Join and get latest news update delivered to you via whatsapp
Join Now