ଯେଉଁଠି ବଢ଼ୁଛି, ସେଇଠି ପଦକ୍ଷେପ ନିଅ

ପୁଣି ଡରାଇଲାଣି କରୋନା। ଯେଉଁଠି ବଢ଼ୁଛି, ସେଇଠି ପଦକ୍ଷେପ ନିଅ । ପ୍ରତେକ ଦିନର ଖବର ସ୍ୱାସ୍ଥ୍ୟ ବିଭାଗ ଦିଅ।  ଆଗୁଆ ପଦକ୍ଷେପ ସ୍ୱରୂପ ଜିଲାପାଳଙ୍କୁ ସ୍ୱାସ୍ଥ୍ୟ ବିଭାଗର କଡା ନିର୍ଦ୍ଦେଶ ।  ଚତୁର୍ଥ ଲହରକୁ  ଅନେକ କଳ୍ପନା ଜଳ୍ପନା ଲାଗି ରହିଛି। ଏହାରି ଭିତରେ ଜନ ସ୍ଵାସ୍ଥ୍ୟ ନିର୍ଦ୍ଦେଶକଙ୍କର ଏକ ବଡ଼ ବୟାନ ସାମ୍ନାକୁ ଆସିଛି। କରୋନା  ଭାଇରସ କୁଆଡ଼େ ଯିବନି, କିନ୍ତୁ ତାର ରୋଗ କରିବା କ୍ଷମତା କମିଯିବ । କିନ୍ତୁ ସମ୍ଭାବ୍ୟ ଲହରରେ ସଂକ୍ରମଣ ବଢି ନ ପାରେ ବୋଲି କହି ହେବ ନାହିଁ। ଏବେ ରାଜ୍ୟର ଦୈନିକ ସଂକ୍ରମଣ ୧୫ ତଳେ ରହିଛି । ମାତ୍ର ୫ ରୁ ୬ଟି ଜିଲ୍ଲାରେ ନୂଆ ମାମଲା ଆସୁଛି । ଆକ୍ଟିଭ କେସ ସଂଖ୍ୟା ୧୦୦ ତଳେ। ତେଣୁ ଆତଙ୍କିତ ହେବାର ଆବଶ୍ୟକତା ନାହିଁ। ଯଦି ପଜେଟିଭିଟି ବଢେ ତେବେ ତା ପାଇଁ ସରକାର ପ୍ରସ୍ତୁତ ଥିବା କହିଛନ୍ତି ଜନ ସ୍ଵାସ୍ଥ୍ୟ ନିର୍ଦ୍ଦେଶକ।

   ପୂର୍ବ ୩ ଲହରରୁ ରାଜ୍ୟ ସରକାରଙ୍କ ଅନେକ ଅଭିଜ୍ଞତା ରହିଛି । ଯଦି ଚତୁର୍ଥ ଲହର ଆସେ ତେବେ ଏହାର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କୁ ବିଶେଷ ଅସୁବିଧା ହେବ ନାହିଁ । ବର୍ତ୍ତମାନ ସମୟରେ ଅଧିକ କଟକଣା ଲାଗୁ କରିବା ଠିକ୍ ହେବ ନାହିଁ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ

   ଗତକାଲି ତୁଳନାରେ  ୨.୨% ପ୍ରତିଶତ ବଢିଛି ସଂକ୍ରମଣ। ଗତ ୨୪ ଘଂଟା ମଧ୍ୟରେ ଦେଶରେ ୨୪ ଘଣ୍ଟାରେ ୩ହଜାର ୩୭୭ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *