ଡୋଲୋ 650- କାହିଁକି ଇଣ୍ଟରନେଟରେ କରୁଛି ଟ୍ରେଣ୍ଡିଂ?

ଡୋଲୋ ୬୫୦ ଆଜି ଇଣ୍ଟରନେଟରେ ଜୋରଦାର ଟ୍ରେଣ୍ଡିଂ କରିଥିଲା। ତେେବ କାହିଁକି ଅଚାନକ ଏହା ଟ୍ରେଣ୍ଡିଂ କରିଥିଲା, ତାହାର କାରଣ ଖୋଜିବାକୁ ଲାଗିଥିଲେ ଲୋକେ। ଆଉ କିଛି ଲୋକ ଏହାର ମଜା ନେଇଥିଲେ ଏହା କହିକି ଯେ, ଭାରତରେ ଲୋକେ ଏହାକୁ ୨ ଟଙ୍କାରେ ୨ଟା ଲଡ଼ୁ ଭାବି ଖାଇଚାଲିଛନ୍ତି। ଡୋଲୋ ୬୫୦ ଏକ ପାରାସିଟାମଲ ଟାଇପର ଟାବଲେଟ୍ ଅଟେ। ଜ୍ୱର ଓ ହାଲକା ଶରୀର ଦରଜ ପାଇଁ ଏହାକୁ ଖାଇଲେ ଆରାମ ମିଳିଥାଏ। ଏହା ନିରାପଦ ବି। କିନ୍ତୁ ଡାକ୍ତରଙ୍କ ବିନା ପରାମର୍ଶରେ ଏହାକୁ ଖାଇବା ଉଚିତ ନୁହେଁ। କିନ୍ତୁ ଏକ୍ସରେ ଆଜି ଏହା ଟ୍ରେଣ୍ଡିଂ କରୁଛି। ବିଶେଷ କରି କୋଭିଡ୍ ମହାମାରୀ ବେଳେ ପ୍ରବଳ ଜ୍ୱର ଓ ଦରଜକୁ ଲାଘଭ କରିବାକୁ ଏହାର ବ୍ୟବହାର ହେଉଥିଲା। କିନ୍ତୁ ଭାରତୀୟ ଡୋଲୋ ୬୫୦କୁ ଅମୃତ ଭାବିନେଉଛନ୍ତି। କ୍ୟାଡବରି ଚକୋଲେଟ ଭଳି ଖାଉଛନ୍ତି। ଆଉ କିଛି ୟୁଜର୍ସ କହିଛନ୍ତି, ଏବେ ଡୋଲୋ ୬୫୦ ବୋଧେ ଅସ୍ତିତ୍ୱ ସଙ୍କଟରେ ପଡ଼ିଯାଇଛି। ଏହାର ସାଇଡଇଫେକ୍ଟ ନ ଜାଣି ସମସ୍ତେ ନିଜେ ନିଜେ ଜଣେ ଡାକ୍ତର ସାଜିସାରିଲେଣି ଯେମିତି। ଏହାକୁ ସ୍ନାକସ ଭାବି ଖାଉଛନ୍ତି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *