ବିରାଟ, ରୋହିତଙ୍କ ପରେ ଅବସର ନେଲେ ରବୀନ୍ଦ୍ର ଜାଡେଜା

Spread the love

ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ପରେ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଟି-୨୦ ଫର୍ମାଟକୁ ବିଦାୟ ଦେଇଛନ୍ତି। ତେବେ ରବୀନ୍ଦ୍ର ଜାଡେଜା ଦିନିକିଆ ଓ ଟେଷ୍ଟରେ ଖେଳିବା ଜାରି ରଖିବେ। ଶନିବାର ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଟି-୨୦ ବିଶ୍ୱକପ୍ ଟାଇଟଲ ହାସଲ କରିଛି। ଏହି ବିଜୟ ପରେ ବିରାଟ କୋହଲି ଓ ରୋହିତ ଶର୍ମା ଟି-୨୦ ଫର୍ମାଟରୁ ଅବସର ଘୋଷଣା କରିଥିଲେ। ଏବେ ଏହି ତାଲିକାରେ ରବୀନ୍ଦ୍ର ଜାଡେଜାଙ୍କ ନାମ ଯୋଡ଼ି ହୋଇଛି। ଏଭଳି ଭାବେ ଟି-୨୦ ବିଶ୍ୱକପ୍ ଟାଇଟଲ ଜିତିବା ପରେ ଭାରତର ୩ କିମ୍ବଦନ୍ତୀ କ୍ରିକେଟର ଏହି ଫର୍ମାଟକୁ ବିଦାୟ ଦେଇଛନ୍ତି। ସେ ୨୦୦୯ରେ ଭାରତ ପାଇଁ ଟି-୨୦ ଖେଳିବା ଆରମ୍ଭ କରିଥିଲେ ।

ରବୀନ୍ଦ୍ର ଜାଡେଜା ଟି-୨୦ ବିଶ୍ୱକପ୍ ଟ୍ରଫି ସହ ଏକ ଇନଷ୍ଟାଗ୍ରାମ ପୋଷ୍ଟ କରିଛନ୍ତି। ଏହି ପୋଷ୍ଟର କ୍ୟାପସନରେ ସେ ଲେଖିଛନ୍ତି- ହୃଦୟରୁ ଧନ୍ୟବାଦ, ମୁଁ ଟି-୨୦ ଅନ୍ତର୍ଜାତୀୟ କ୍ୟାରିୟରକୁ ବିଦାୟ ଦେଉଛି। ମୁଁ ସବୁବେଳେ ଗର୍ବିତ ଘୋଡ଼ା ପରି ଦେଶ ପାଇଁ ଶତ ପ୍ରତିଶତ ଦେଇଆସିଛି ଏବଂ ଜାରି ରଖିବି। ଟି-୨୦ ବିଶ୍ୱକପ୍ ଜିତିବା ଏକ ସ୍ୱପ୍ନ ସାକାର ହୋଇଛି, ସ୍ମୃତି, ଉତ୍ସାହ ଏବଂ ଅତୁଟ ସମର୍ଥନ ପାଇଁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *