ଆଇପିଏଲ୍ : ଡିଫେଣ୍ଡିଂ ଚାମ୍ପିଅନ୍ ଗୁଜୁରାଟ ଟାଇଟାନ୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ ପ୍ରଥମ କ୍ୱାଲିଫାୟର ଆଜି

Spread the love

ଆଇପିଏଲ୍ ରେ ଡିଫେଣ୍ଡିଂ ଚାମ୍ପିଅନ୍ ଗୁଜୁରାଟ ଟାଇଟାନ୍ସ ଆଜି ଚେନ୍ନାଇର ଏମ ଚିଦାମ୍ବରମ୍ ଷ୍ଟାଡିୟମରେ ପ୍ରଥମ କ୍ୱାଲିଫାୟରରେ ଚେନ୍ନାଇ ସୁପର କିଙ୍ଗ୍ସକୁ ଭେଟିବାକୁ ଯାଉଛି । ମ୍ୟାଚ୍ ସନ୍ଧ୍ୟା 7.30 ରେ ଆରମ୍ଭ ହେବ । ତେବେ 20 ପଏଣ୍ଟ ସହ ଗୁଜୁରାଟ ଟାଇଟାନ୍ସ ପଏଣ୍ଟସ୍ ଟେବୁଲର ଶୀର୍ଷରେ ରହି ପ୍ଲେ ଅଫ କୁ କ୍ୱାଲିଫାଏ କରିଥିଲାବେଳେ ଅନ୍ୟ ପକ୍ଷରେ ଚେନ୍ନାଇ ସୁପର କିଙ୍ଗ୍ସ 17 ପଏଣ୍ଟ ସହ ଦ୍ୱାତୀୟ ଦଳ ଭାବେ ପ୍ଲେ ଅଫକୁ କ୍ୱାଲିଫାଏ କରିଥିଲା ।

ଆଜିର ମ୍ୟାଚରେ ଯିଏ ବିଜୟ ଲାଭ କରିବ ସେହି ଦଳ ସିଧା ଫାଇନାଲ ରେ ପ୍ରବେଶ କରିବ । ଆଉ ଯେଉଁ ଦଳ ଆଜି ମ୍ୟାଚରେ ହାରିବ ସେ ଏଲିମିନେଟର ମ୍ୟାଚରେ ବିଜୟୀ ଦଳ ସହ ଫାଇନାଲ ଖେଳିବା ପାଇଁ ସଂଘର୍ଷ କରିବ । ଆସନ୍ତାକାଲି ଏଲିମିନେଟରରେ ମୁମ୍ବାଇ ଇଣ୍ଡିଆନ୍ସ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ସହିତ କରିବ ଲଢେଇ ।

Leave a Reply

Your email address will not be published. Required fields are marked *