ଆଇପିଏଲ ଫାଇନାଲ ମ୍ଯାଚରେ ସେନା ପ୍ରମୁଖଙ୍କୁ ନିମନ୍ତ୍ରଣ କରିବାକୁ ନିଷ୍ପତ୍ତି ନେଇଛି ବିସିସିଆଇ। ଏଭଳି ନିଷ୍ପତ୍ତି ନେଇ ଗୌତମ ଗାମ୍ଭୀର କହିଛନ୍ତି, ଏଭଳି ନିଷ୍ପତ୍ତି ଅବିଶ୍ୱସନୀୟ ପଦକ୍ଷେପ ଅଟେ। ବୋର୍ଡର ଏଭଳି ନିଷ୍ପତ୍ତି ସ୍ୱାଗତଯୋଗ୍ୟ। ଫାଇନାଲ ମ୍ୟାଚରେ ସିଡିଏସ, ତିନି ସେନା ପ୍ରମୁଖଙ୍କୁ ନିମନ୍ତ୍ରଣ ଦେଇଛି ବିସିସିଆଇ। ଜୁନ୍ ୩ରେ ଅହମଦାବାଦରେ ହେବାକୁ ଥିବା ଆଇପିଏଲ ସମାପନରେ ସେନା ପ୍ରମୁଖ ଯୋଗ ଦେବେ। ଅପରେସନ ସିନ୍ଦୂରରେ ସଶସ୍ତ୍ର ବଳଙ୍କ ବୀରତାପୂର୍ଣ୍ଣ ପ୍ରୟାସକୁ ସମ୍ମାନିତ କରିବା ଉଦେଶ୍ୟରେ ବିସିସିଆଇ ଏଭଳି ପଦକ୍ଷେପ ନେଇଛି। ବିସିସିଆଇ ସଚିବ ଦେବଜିତ୍ ସୈକିୟା ଏହି ଘୋଷଣା କରିଛନ୍ତି। ସମାପନ ସମାରୋହକୁ ସେନାଙ୍କୁ ସମର୍ପିତ କରି ଦେଶର ନାୟକଙ୍କୁ ସମ୍ନାନିତ କରାଯିବ। ଯେଉଁମାନେ ଦେଶର ଅଖଣ୍ଡତା, ସଂପ୍ରଭୂତା ଓ ସୁରକ୍ଷାକୁ ପ୍ରାଥମିକତା ଦେଇଛନ୍ତି।


Naxatra News is now on Whatsapp
Join and get latest news update delivered to you via whatsapp
Join Now