ଆଇପିଏଲ୍: ଏଲିମିନେଟରରେ ଲକ୍ଷ୍ନୌ ସୁପର ଜିଆଣ୍ଟସକୁ ପରାସ୍ତ କଲା ମୁମ୍ବାଇ ଇଣ୍ଡିଆନ୍ସ

Spread the love

ଗତକାଲି ଏମ ଚିଦାମ୍ବରମ୍ ଷ୍ଟାଡିୟମରେ ଏକ ଏକତରଫା ଏଲିମିନେଟରରେ ମୁମ୍ବାଇ ଇଣ୍ଡିଆନ୍ସ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ କୁ 81 ରନ୍ ରେ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ଇଣ୍ଡିଆନ୍ସ ମୋଟ 182/8 ସଂଗ୍ରହ କରିଥିଲା ।

ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଇଣ୍ଡିଆନ୍ସ ତରଫରୁ କ୍ୟାମରୁନ୍ ଗ୍ରୀନ୍ 23ଟି ବଲ୍ ରେ 41 ରନ ସ୍କୋର କରିଥିବାବେଳେ ସୂର୍ଯ୍ୟକୁମାର 20 ଟି ବଲରେ 33 ରନ୍ କରିଥିଲେ । ତୃତୀୟ ୱିକେଟ୍ ପାଇଁ ସୂର୍ଯ୍ୟକୁମାର-ଗ୍ରୀନ୍ ଯୋଡି 66 ରନ୍ ର ଭାଗିଦାରୀ କରିଥିଲେ ।

ନେହଲ ୱାଡେରା ଇନିଂସର ଅନ୍ତିମ ପର୍ଯ୍ୟାୟରେ 12 ଟି ବଲରେ 23 ରନ୍ ସ୍କୋର କରିଥିଲେ । ନବୀନ-ଉଲ-ହକ ଲକ୍ଷ୍ନୌ ପାଇଁ ଶର୍ବଶ୍ରେଷ୍ଠ ବୋଲିଂ ପ୍ରଦର୍ଶନ କରି 4 ଓଭର ରେ ମେଟ 38 ରନ ଦେଇ 4ଟି ୱିକେଟ ସଂଗ୍ରହ କରିଥିଲେ ।  

ଏହାର ଜବାବରେ ଲକ୍ଷ୍ନୌ ଦଳ ମାତ୍ର 16.3 ଓଭରରେ ମୋଟ 101 ରନ୍ କରି ଅଲ୍ ଆଉଟ୍ ହୋଇଥିଲେ । ମୁମ୍ବାଇ ଇଣ୍ଡିଆନ୍ସ ତରଫରୁ ଆକାଶ ମାଧୱାଲ ମାତ୍ର 3.3 ଓଭର ରେ ମାତ୍ର 5 ରନ ଦେଇ 5ଟି ୱିକେଟ ସଂଗ୍ରହ କରି ଚମତ୍କାର ବୋଲିଂ ପ୍ରଦର୍ଶନ ସହ ଲକ୍ଷ୍ନୌ ଦଳର ବ୍ୟାଟିଂ ଲାଇନ୍ଅପ୍ ର ମେରୁଦଣ୍ଡ  ଭାଙ୍ଗି ଦେଇଥିଲେ।  ଲକ୍ଷ୍ନୌ ପାଇଁ ମାର୍କସ୍ ଷ୍ଟୋଇନିସ୍ 27-ବଲ୍ 40 ସହିତ ସର୍ବାଧିକ ସ୍କୋର କରିଥିଲେ ।

ଏହା ସହିତ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଟାଇଟଲ ଦୌଡ଼ରୁ ବାଦ ପଡିଥିବାବେଳେ ଆସନ୍ତାକାଲି ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଦ୍ୱିତୀୟ ଏଲିମିନେଟର ପର୍ଯ୍ୟାୟରେ ମୁମ୍ବାଇ ଇଣ୍ଡିଆନ୍ସ ଗୁଜୁରାଟ ଟାଇଟନ୍ସକୁ ଭେଟିବ । ଏହି ମୁକାବିଲାର ବିଜୟୀ ଦଳ ଆସନ୍ତା ରବିବାର ଫାଇନାଲରେ ଚେନ୍ନାଇ ସୁପର କିଙ୍ଗ୍ସ କୁ ଭେଟିବ । ପ୍ରଥମ କୱାଲିଫାୟର୍ ମ୍ୟାଚରେ ଗୁଜୁରାଟ ଟାଇଟନ୍ସକୁ ପରାସ୍ତ କରିବା ପରେ ଚେନ୍ନାଇ ଦଶମ ଥର ପାଇଁ ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରି ରେକର୍ଡ ବନାଇଛି।

Leave a Reply

Your email address will not be published. Required fields are marked *