ଚଳିତ ଆଇପିଏଲରେ ଗତକାଲି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ହାଇଦ୍ରାବାଦରେ ସନରାଇଜର୍ସ ହାଇଦ୍ରାବାଦକୁ 8 ୱିକେଟରେ ପରାସ୍ତ କରିଛି। ସନରାଇଜର୍ସ ହାଇଦ୍ରାବାଦର 187 ରନ୍ର ଲକ୍ଷକୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର 19.2 ଓଭରରେ 2 ଟି ୱିକେଟ ହାରାଇ ହାସଲ କରିନେଇଛି।, ବିରାଟ କୋହଲିଙ୍କ 63 ବଲ 100 ରନ୍ ବଳରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏହି ଲକ୍ଷକୁ ହାସଲ କରିନେଇଛି । ଏହାପୂର୍ବରୁ ହାଇଦ୍ରାବାଦ ଧାର୍ଯ୍ୟ 20 ଓଭରରେ ପାଞ୍ଚଟି ୱିକେଟ୍ ହରାଇ 186 ରନ୍ ସଂଗ୍ରହ କରିଥିଲା, ଯେଉଁଥିରେ ହେନ୍ରି କ୍ଲାସେନ୍ 51 ବଲରେ 104 ରନ୍ ସଂଗ୍ରହ କରିଥିଲେ ।
ଆଜି ପଞ୍ଜାବ କିଙ୍ଗସ୍ ଧରାମସାଳାରେ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଖେଳିବ । ମ୍ୟାଚ୍ ରାତି 7.30 ରୁ ଆରମ୍ଭ ହେବ ।
Naxatra News is now on Whatsapp
Join and get latest news update delivered to you via whatsapp
Join Now