ପଦ୍ମ ଧରିଲେ ପୂର୍ବତନ କ୍ରିକେଟର କେଦାର ଯାଦବ। ମହାରାଷ୍ଟ୍ର ବିଜେପି ମୁଖ୍ୟ ଚନ୍ଦ୍ରଶେଖର ବଓ୍ୱନକୁଲେ ଓ ରାଜ୍ୟ ମନ୍ତ୍ରିମଣ୍ଡଳର କିଛି ତୁଙ୍ଗ ନେତାଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ବିଜେପିରେ ସାମିଲ୍ ହୋଇଛନ୍ତି କେଦାର। ବିଜେପିରେ ସାମିଲ ହେବା ପୂର୍ବରୁ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସଙ୍କୁ ସାକ୍ଷାତ କରିଥିଲେ କେଦାର। କେଦାର ଯାଦବ ପୁଣେରେ ରୁହନ୍ତି। ସେ ଭାରତୀୟ କ୍ରିକେଟ୍ ଟିମ୍ ଲାଗି ୭୩ଟି ଦିନିକିଆ ମ୍ୟାଚ୍ ଖେଳିଛନ୍ତି। କିନ୍ତୁ ଟି-ଟ୍ୱେଣ୍ଟିରେ ତାଙ୍କର ପ୍ରଦର୍ଶନ ଏତେଟା ଭଲ ନୁହେଁ। ୯ଟି ଟି-ଟ୍ୱେଣ୍ଟି ମ୍ୟାଚ୍ ଖେଳିଥିଲା ବେଳେ ୨୦.୩୩ ହାରରେ ମାତ୍ର ୧୨୨ରନ୍ ହାସଲ କରିଥିଲେ କେଦାର। କ୍ରିକେଟ ପାଳିରୁ ଏବେ ରାଜନୀତିର ଇନିଂସ ଆରମ୍ଭ କରିବାକୁ ଯାଉଛନ୍ତି କେଦାର।

Naxatra News is now on Whatsapp
Join and get latest news update delivered to you via whatsapp
Join Now