ବିଜୟ ସହ ଟି-୨୦ ୱାର୍ଲଡକପରେ ପାକିସ୍ତାନର ଅଭିଯାନ ଶେଷ

Spread the love

ବିଜୟ ସହ ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଲା ପାକିସ୍ତାନ । ରବିବାର ଖେଳାଯାଇଥିବା ଶେଷ ଟି-୨୦ ୱାର୍ଲଡକପର ୩୬ତମ ମ୍ୟାଚରେ ବିପକ୍ଷ ଟିମ୍ ଆୟର୍ଲାଣ୍ଡକୁ ୩ ୱିକେଟରେ ପରାସ୍ତ କରିଥିବା ବେଳେ ଉଭୟ ଟିମର ବିଶ୍ୱକପ୍ ଅଭିଯାନ ଶେଷ ହୋଇଛି । ଶାହିନ ଆଫ୍ରିଦି ପ୍ଲେୟର ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି । ପ୍ରଥମେ ବ୍ୟାଟିଂ କରି ଟିମ୍ ଆର୍ୟାଲାଣ୍ଡ ୨୦ ଓଭରରେ ୧ଟି ୱିକେଟ ବାକି ଥାଇ ୧୦୬ ରନ୍ କରିବାରେ ସକ୍ଷମ ହୋଇଥିଲା । ଜବାବରେ ପାକିସ୍ତାନ ୧୮.୫ ଓଭରରେ ୭ ୱିକେଟ୍ ହରାଇ ବିଜୟ ଲକ୍ଷକୁ ହାସଲ କରିନେଇଛି ।

Leave a Reply

Your email address will not be published. Required fields are marked *