ଆରସିବିର ବିଜୟ ସମ୍ୱର୍ଦ୍ଧନା ଉତ୍ସବ- ପାଲଟିଲା ମରଣଜନ୍ତା

ଆରସିବିର ଆଇପିଏଲ ଓ୍ୱିନ୍ ସେଲିବ୍ରେସନ ଅନେକଙ୍କ ଲାଗି କାଳ ସାଜିଲା। ବେଙ୍ଗାଲୁରୁ ବିଧାନସଭା ପାଖରେ ଘଟିଛି ଦଳାଚକଟା। ଚିନ୍ନାସ୍ୱାମୀ ଷ୍ଟାଡ଼ିଅମରେ ଗେଟ୍ ଭାଙ୍ଗି ଧସେଇ ପଶିବାକୁ କ୍ରିକେଟ ଫ୍ୟାନ୍ସଙ୍କ ଉଦ୍ୟମ ବେଳେ ଏଭଳି ଅଭାବନୀୟ ଘଟଣା ଘଟିଛି। ଦଳାଚକଟାରେ ୧୦ ଜଣଙ୍କ ମୃତ୍ୟୁ ହୋଇସାରିଛି। ଅନେକଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ମୃତ୍ୟୁ ସଂଖ୍ୟା ବଢ଼ିବାର ଆଶଙ୍କା ରହିଛି। ସେପଟେ କିନ୍ତୁ ଏତେ ବଡ଼ ଅଘଟଣ ଘଟିଥିଲା ବେଳେ ରାଜ୍ୟ ସରକାର ଆରସିବି ଚାମ୍ପିଅନ ଟିମକୁ ସମ୍ୱର୍ଦ୍ଧନା ଦେବାରେ ଲାଗିଥିଲେ। ଲାଗୁଥିଲା ନା ଖେଳାଳୀ ଏ ବାବଦରେ ଅବଗତ ଥିଲେ ନା ସରକାର। ତା ସତ୍ତ୍ୱେ ଏହି ଭିକଟ୍ରି ସେଲିବ୍ରେସନ ଆଉ ଅଭିନନ୍ଦନ ଉତ୍ସବକୁ ବାତିଲ୍ କରିବା ବଦଳରେ କାର୍ଯ୍ୟକ୍ରମକୁ କାଣ୍ଟଛାଣ୍ଟ କରି ସୀମିତ ରଖିବାକୁ ନିଷ୍ପତ୍ତି ନେଇଥିଲେ ସରକାର। ଚେନ୍ନାସ୍ୱାମୀ ଷ୍ଟାଡିଅମରେ ଆରସିବି କ୍ୟାପଟେନ୍ ରଜତ ପାଟ୍ଟିଦାରଙ୍କୁ ପ୍ରଶଂସା କରୁଥିଲେ କୋହଲି। ଆଉ କୋହଲିଙ୍କ ମୁହଁରୁ ପଦେ ଶୁଣି ଫ୍ୟାନ୍ସ ତାଳିମାରି ଷ୍ଟାଡିଅମକୁ କମ୍ପାଇଥିଲେ। କିନ୍ତୁ ଗୋଟିଏ ପଟେ ସମ୍ୱର୍ଦ୍ଧନା ଓ ତାଳିମାଡ଼ ହେଉଥିଲା ବେଳେ ସେପଟେ ଚାଲିଥିଲା ଦଳାଚକଟାରେ ମୃତ୍ୟୁର ତାଣ୍ଡବ। ଏଭଳି ଅଭାବନୀୟ ଘଟଣା ପରେ ବି କେମିତି ସମ୍ୱର୍ଦ୍ଧନା କାର୍ଯ୍ୟକ୍ରମକୁ ଜାରି ରଖିଛନ୍ତି ସରକାର ବୋଲି ପଚାରିଛନ୍ତି ବିରୋଧୀ।

Bengaluru: A crowd of fans gather at the Vidhana Soudha for the grand felicitation of IPL 2025 winning Royal Challengers Bengaluru team, in Bengaluru, Karnataka, Wednesday, June 4, 2025. (PTI Photo/Shailendra Bhojak)(PTI06_04_2025_000411B)

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *