ବେଙ୍ଗାଲୁରୁରେ RCB ବିଜୟ ଉତ୍ସବରେ ଭୟଙ୍କର ଭିଡ଼: ଦଳାଚକଟାରେ ୭ ମୃତ, ୩୦ରୁ ଅଧିକ ଆହତ

ଆଇପିଏଲ ୨୦୨୫ ରେ ରୋୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ପ୍ରଥମ ଥର ପାଇଁ ବିଜୟ ଅର୍ଜନ କଲା। ହେଲେ ବେଙ୍ଗାଲୁରୁରେ ବିଜୟ ଉତ୍ସବ ଏକ ବିପଦ ରୂପ ଧାରଣ କରିଛି। ଚିନ୍ନାସ୍ୱାମୀ ଷ୍ଟାଡିଅମ୍‌ ବାହାରେ ଆୟୋଜିତ ଅଭିନନ୍ଦନ ଅନୁଷ୍ଠାନ ଦ୍ୱାରା ଉତ୍ସବରେ ଯୋଗ ଦେବାକୁ ଥିବା ଲକ୍ଷାଧିକ ଫ୍ୟାନ୍ସଙ୍କ ଭିଡ଼ ଏତେ ଅଧିକ ହୋଇଥିଲା ଯେ, ଏଥିରେ ଘଟିଛି ଭୟାବହ ଦୁର୍ଘଟଣା। ଭିଡ଼ ଏତେ ଅସମ୍ଭାଳ ଥିଲା ଯେ, ଏଥିରେ ଦଳାଚକଟା ଓ ଅଣନିଃଶ୍ୱାସୀ ହୋଇ ୭ ଜଣଙ୍କ ଜୀବନ ଯାଇଛି। ୨୫ରୁ ଅଧିକ ଆହତ ହୋଇଛନ୍ତି। ରାଜ୍ୟ ସରକାରଙ୍କ ଦ୍ୱାରା ଅଭିନନ୍ଦନ ଉତ୍ସବ ଆୟୋଜନ କରାଯାଇଥିଲା। ଫ୍ୟାନ୍ସ ମାନେ ଷ୍ଟାଡିୟମ ଭିତରକୁ ଯିବାକୁ ଚେଷ୍ଟା କରୁଥିଲେ। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ଭିଡ଼ରେ ଅନେକ ଲୋକ ଫସିଥିଲେ। ଗେଟ୍ ଦେଇ ପଶିବାକୁ ଅସମର୍ଥ ପରେ ବାହାର କାନ୍ଥ ଓ ଗଛରେ ଚଢ଼ି ପଶିବାକୁ ଚେଷ୍ଟା କରିଥିଲେ ଲୋକେ। ଫଳରେ ଭିଡ଼ ନିୟନ୍ତ୍ରଣ କରିବା ଅସମ୍ଭବ ହୋଇପଡ଼ିବାରୁ ଏଭଳି ଅଘଟଣ ଘଟିଛି। ଘଟଣାସ୍ଥଳକୁ ତୁରନ୍ତ ଆପାତକାଳୀନ ସେବା ଦଳ ପହଞ୍ଚି ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲକୁ ପଠାଇଛନ୍ତି। ସରକାରଙ୍କ ପକ୍ଷରୁ ମୃତ୍ୟୁବରଣ କରିଥିବା ବ୍ୟକ୍ତିମାନଙ୍କ ପରିବାରକୁ ଆର୍ଥିକ ସାହାଯ୍ୟ ଘୋଷଣା କରାଯାଇଛି। ଏହି ଘଟଣାକୁ ନେଇ ରାଜନୈତିକ ଆରୋପ ପ୍ରତ୍ୟାରୋପ ବି ଆରମ୍ଭ ହୋଇଗଲାଣି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *