ଟି-ଟ୍ୱେଣ୍ଟି ବିଶ୍ୱକପ : ଭାରତ-ଆମେରିକା ଫାଇଟ୍

Spread the love

ଟି-ଟ୍ୱେଣ୍ଟି ବିଶ୍ୱକପରେ ଆଜି ଭାରତ-ଆମେରିକା ଫାଇଟ୍। ନ୍ୟୁୟର୍କରେ ରାତି ୮ଟାରେ ପ୍ରଥମ ଥର ପାଇଁ ଏହି ଦୁଇ ଦଳ ମୁହାଁମୁହିଁ ହେବେ। ଭାରତ ଲଗାତାର ଦୁଇଟି ମ୍ୟାଚରେ ବିଜୟୀ ହେବା ସହ ଗ୍ରୁପ୍-ଏ ରେ ଶୀର୍ଷ ସ୍ଥାନରେ ରହିଛି। ଆଜିର ମ୍ୟାଚ୍ ଜିତି ସୁପର-୮କୁ ଉନ୍ନୀତ ହେବାକୁ ଲକ୍ଷ୍ୟ ରଖିଛନ୍ତି ଇଣ୍ଡିଆ ଟିମ୍ । ଦୁଇଟି ଯାକ ଟିମ୍ ପୂର୍ବ ଦୁଇଟି ମ୍ୟାଚରେ ଅପରାଜୟ ରହିଥିବା ବେଳେ ଆଜିର ମ୍ୟାଚରେ ସହଜ ବିଜୟ ନେଇ ଲକ୍ଷ୍ୟ ରଖିଛନ୍ତି । ରୋହିତ ବାହିନୀ ଆମେରିକାକୁ ହରାଇ ସୁପର-୮କୁ ଯିବାକୁ ଯୋଜନା କରିଥିବା ବେଳେ ପାକିସ୍ତାନ ଭଳି ଭାରତ ବିରୋଧରେ ମଧ୍ୟ ବିପର୍ଯ୍ୟୟ ଘଟାଇବା ଲକ୍ଷ୍ୟରେ ରଣନୀତି ପ୍ରସ୍ତୁତ କରିଛି ଆମେରିକା ଟିମ୍। କ୍ରିକେଟ ମଇଦାନରେ ଉଭୟ ଦଳ ପ୍ରଥମ ଥର ପାଇଁ ମୁହାଁମୁହିଁ ହେବାକୁ ଯାଉଥିବା ବେଳେ କ୍ରିକେଟ ଇତିହାସରେ ନୂଆଫର୍ଦ୍ଦ ଯୋଡିହେବ ।

Leave a Reply

Your email address will not be published. Required fields are marked *