ଟେଷ୍ଟ କ୍ରିକେଟରୁ କୋହଲିଙ୍କ ସନ୍ୟାସ

ଟେଷ୍ଟ କ୍ରିକେଟରୁ ସନ୍ୟାସ ନେଲେ କୋହଲି। ଇନଷ୍ଟାଗ୍ରାମରେ ପୋଷ୍ଟ କରି ଏ ଘୋଷଣା କରିଛନ୍ତି ବିରାଟ କୋହଲି। ୨୬୦ ସାଇନିଂ ଅଫ୍ ଲେଖି ଟେଷ୍ଟ କ୍ରିକେଟକୁ ଅଲବିଦା ଜଣାଇଛନ୍ତି କୋହଲି। ଅବସର ଘୋଷଣା ପରେ ଏବେ ଇଂଲଣ୍ଡ ଗସ୍ତରେ ଯିବେନି ସେ। ଦୀର୍ଘ ୧୪ ବର୍ଷ ହେଲା ବେଗି ବ୍ଲୁ ଜର୍ସି ପିନ୍ଧି ଟେଷ୍ଟ କ୍ରିକେଟ ଖେଳିଛନ୍ତି ସେ। ଟେଷ୍ଟ କ୍ରିକେଟ ତାଙ୍କର ପରୀକ୍ଷା ନେଇଛି। ତାଙ୍କୁ ଅନେକ ଶିକ୍ଷା ବି ଦେଇଛି। ଯାହାକୁ ସେ ଜୀବନତମାମ ସମ୍ପତ୍ତି ଭାବି ପାଖରେ ରଖିବେ ବୋଲି କହିଛନ୍ତି କୋହଲି। ଧଳା ପୋଷାକରେ ଖେଳିବା ଏକ ନିଆରା ଅନୁଭବ ଅଟେ। ଶାନ୍ତ ପରିଶ୍ରମ, ଲମ୍ୱା ଦିନ, ଛୋଟ ଛୋଟ କ୍ଷଣ ଯାହାକୁ କେହି ଦେଖନ୍ତିନି। କିନ୍ତୁ ଏହା ହିଁ ଜୀବନରେ ସବୁବେଳେ ସାଙ୍ଗରେ ରୁହେ ବୋଲି କହି ପୋଷ୍ଟ କରିଛନ୍ତି ବିରାଟ। କୋହଲି ମୋଟ୍ ୧୨୩ ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି। ୨୧୦ ପାରିରେ ୪୬.୮୫ ହାରାହାରିରେ ୯୨୩୦ ରନ୍ କରିଛନ୍ତି। ଏଥିରେ ୩୦ ଶତକ ଓ ୩୧ ଅର୍ଦ୍ଧଶତକ ସାମିଲ୍। ଟେଷ୍ଟ କ୍ୟାରିଅରରେ କୋହଲି ମୋଟ୍ ୧୦୨୭ ଚୌକା ଓ ୩୦ ଛକ୍କା ମାରିଛନ୍ତି। ବିସିସିଆଇ ଆସନ୍ତା ଇଂଲଣ୍ଡ ଗସ୍ତକୁ ଦେଖି କୋହଲିଙ୍କୁ ନିଜ ନିଷ୍ପତ୍ତିର ପୁନର୍ବିଚାର କରିବାକୁ କହିଥିଲା। କିନ୍ତୁ ମାନିଲେନି କୋହଲି। କୋହଲିଙ୍କ ଗଲା ଦୁଇଟି ଟେଷ୍ଟ ସିଜିନରେ ଖରାପ ପ୍ରଦର୍ଶନ ଥିଲା। ଏଥିରେ ଟିମ୍ ଇଣ୍ଡିଆ ଲଜ୍ଜାଜନକ ହାର୍ ର ସାମ୍ନା କରିଥିଲା। ନ୍ୟୁଜିଲ୍ୟାଣ୍ଡ ଗଲା ବର୍ଷ ଭାରତ ଗସ୍ତରେ ଆସି ୩-୦ରେ ସିରିଜ ପୋଛିନେଇଥିଲା। ଏହି ମ୍ୟାଚରେ କୋହଲି ୬ ପାଳିରେ ମାତ୍ର ୧୫.୫୦ ହିସାବରେ ମୋଟ୍ ୯୩ ରନ୍ କରିପାରିଥିଲେ। ସେହଭିଳି ଅଷ୍ଟ୍ରେଲିଆ ଗସ୍ତରେ ୫ ମ୍ୟାଚ୍ ବିଶିଷ୍ଟ ସିରିଜରେ ୯ଟି ପାଳି ଖେଳି କୋହଲି ୧୯୦ ରନ୍ କରିପାରିଥିଲେ। ଏଥିରେ ଗୋଟିଏ ଶତକ ବି ସାମିଲ୍। କୋହଲି ପର୍ଥରେ ପ୍ରଥମ ଟେଷ୍ଟରେ ହିଁ ଶତକ ମାରିଥିଲେ। ଏହା ପରବର୍ତ୍ତୀ ୮ଟି ପାଳିରେ କେବଳ ୯୦ ରନ୍ କରିପାରିଥିଲେ। କାହଲି ୮ଥର ଆଉଟ୍ ଗଲା ବୁଧବାର ନିୟମିତ କ୍ୟାପଟେନ ରୋହିତ ବି ଟେଷ୍ଟ କ୍ରିକେଟରୁ ସନ୍ୟାସ ଘୋଷଣା କରିଥିଲେ। ଗୋଟିଏ ସପ୍ତାହ ଭିତରେ ଦୁଇ ଦୁଇ ଜଣ ଖ୍ୟାତନାମା ଖେଳାଳୀ ଟେଷ୍ଟ କ୍ରିକେଟରୁ ସନ୍ୟାସ ଘୋଷଣା ଭାରତକୁ ଝଟକା ଦେଇଛି। ଭାରତ ଆସନ୍ତା ମାସରେ ଇଂଲଣ୍ଡ ଗସ୍ତ କରିବ। ଇଂଲଣ୍ଡରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିବ। ବିରାଟ ଏବେ କେବଳ ଓ୍ୱାନ୍ ଡେ ମ୍ୟାଚ୍ ଖେଳିବେ। ଗଲା ବର୍ଷ ଟିମ୍ ଇଣ୍ଡିଆ ଟି-ଟ୍ୱେଣ୍ଟି ବିଶ୍ୱକପ୍ ବିଜୟୀ ପରେ କୋହଲି ଟି-ଟ୍ୱେଣ୍ଟି ଅନ୍ତରାଷ୍ଟ୍ରୀୟ ମ୍ୟାଚରୁ ସନ୍ୟାସ ନେଇସାରିଛନ୍ତି। ଟି-ଟ୍ୱେଣ୍ଟି କ୍ୟାରିଅରରେ କୋହଲି ମୋଟ୍ ୧୨୫ ମ୍ୟାଚ୍ ରେ ୪୮.୭ ଆଭରେଜରେ ୧୩୭.୦୫ ଷ୍ଟ୍ରାଇକ ରେଟରେ ୪୧୮୮ ରନ୍ କରିଛନ୍ତି। ଏଥିରେ ଗୋଟିଏ ଶତକ ଓ ୩୮ଟି ଅର୍ଦ୍ଧଶତକ ସାମିଲ୍। ଏକଦିବସୀୟ  ୩୦୨ ମ୍ୟାଚରେ ୫୭.୮୮ ଆଭରେଜରେ ୯୩.୩୫ ଷ୍ଟ୍ରାଇକ୍ ରେଟରେ ୧୪ହଜାର୧୮୧ ରନ୍ କରିସାରିଛନ୍ତି କୋହଲି। ଏଥିରେ ୫୧ଟି ଶତକ ଓ ୭୪ ଅର୍ଦ୍ଧଶତକ ସାମିଲ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *