ଭୁବନେଶ୍ୱର ଏମସ୍ ରୁ ୨ ଦଲାଲ୍ ଗିରଫ

Spread the love

ଭୁବନେଶ୍ୱର : ଭୁବନେଶ୍ୱର ଏମ୍ ସରୁ ୨ ଜଣ ବଙ୍ଗୀୟ ଦଲାଲଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ୍ । ଗିରଫ ଦୁଇ ଅଭିଯୁକ୍ତ ହେଲେ ପଶ୍ଚିମବଙ୍ଗ ରାଜ୍ୟ ପଶ୍ଚିମ ମେଦିନାପୁର ଅଂଚଳର ଅମିତ ପ୍ରତିହାରୀ ଓ ଗୋପାଳ ଭଟ୍ଟ । ସମାନେ ପ୍ରତିଦିନ ସକାଳେ ଲାଇନ୍ ରେ ଛିଡ଼ା ହୋଇ ବିଭିନ୍ନ ବିଭାଗର ଟୋକନ କାଟୁଥିଲେ । ପରେ ସେହି ଟୋକନକୁ ଉଚ୍ଚା ଦରରେ ରାଜ୍ୟ ବାହାରୁ ଅର୍ଥାତ ପଶ୍ଚିମବଙ୍ଗରୁ ଆସୁଥିବା ରୋଗୀଙ୍କୁ ବିକୁ ଥିଲେ । ୨୦୦୦ ଟଙ୍କାରୁ ୧୦,୦୦୦ ଟଙ୍କା ଭିତରେ ଟୋକନ ବିକୁଥିଲେ । ଏହାଛଡ଼ା ମୋବାଇଲରେ ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କ ସହିତ ଯୋଗାଯୋଗ କରି ଟୋକନ୍ କାଟି ବିକ୍ରି କରୁଥିଲେ ।

Leave a Reply

Your email address will not be published. Required fields are marked *