
କଟକ: ଖୋଲିବ କଟକ ବେଲେଶ୍ୱର ବରିଷ୍ଠ ନାଗରିକ ଦମ୍ପତିଙ୍କ ହତ୍ୟା ଘଟଣାର ଗୁମର । ଯଦିଓ ଇତି ମଧ୍ୟରେ ସେହି ବର୍ବର ହତ୍ୟାକାଣ୍ଡ ଘଟଣାକୁ ତିନି ବର୍ଷ ପୁରିଛି । ତଥାପି ପୋଲିସ ସେହି ହତ୍ୟାକାଣ୍ଡ ଉପରୁ ପର୍ଦ୍ଦା ହଟାଇବା ପାଇଁ ଏବେ ନୂତନ ଭାବେ ବ୍ଲୁ ପ୍ରିଣ୍ଟ୍ ପ୍ରସ୍ତୁତ କରିଛି । କଟକ ଡ଼ିସିପି ଅଫିସ ରେ ବସି ମୃତକଙ୍କ ସମ୍ପର୍କୀୟଙ୍କ ଉପସ୍ଥିତ ରେ ଏହି ହତ୍ୟା ର ତଦନ୍ତ ବାବଦରେ ବିସ୍ତୃତ ଆଲୋଚନା କରିଛନ୍ତି ପୋଲିସ କମିଶନର ।ଏହି ଡବଲ ମର୍ଡର ପଛରେ ମୃତକଙ୍କ କୌଣସି ନିକଟ ସମ୍ପର୍କିୟଙ୍କ ହାତ ଥିବା ନେଇ ସନ୍ଦେହ ହେଉଛି । ହେଲେ ସେହି ହତ୍ୟାକାରୀ କିଏ ତାର ନୂଆ ଢଙ୍ଗ ରେ ଖିଅ ଖୋଜିବ ପୋଲିସ ।
କଟକ ମଧୁପାଟଣା ଥାନା ଅର୍ନ୍ତଗତ ବେଲେଶ୍ବର ଡବଲ ମର୍ଡର ଘଟଣା କୁ ଗତ ବୁଧବାର ଦିନ 3 ବର୍ଷ ପୂରିଛି । ବୃଦ୍ଧ ଦମ୍ପତି ଶ୍ରୀନାଥ ସାମଲ ଏବଂ ବିଦୁଲତା ସାମଲକୁ କେହି ଦୁର୍ବୃତ୍ତ 2019 ଡିସେମ୍ବର 13 ତାରିଖ ରାତିରେ ଅତି ବିଭତ୍ସ ଭାବେ ହତ୍ୟା କରି ଫେରାର ହୋଇଥିଲା। ପୋଲିସ ସେହି ଘଟଣା ର ଖିଅ ଏବେ ସୁଦ୍ଧା ପାଇବା ରେ ସଫଳ ହୋଇପାରିନାହିଁ । ଅଭିଯୁକ୍ତ ଧରା ପଡି ନ ଥିବାରୁ ସେହି ହତ୍ୟାକାଣ୍ଡ ପଛର ରହସ୍ୟ ଏବେ ପର୍ଯ୍ୟନ୍ତ କେବଳ ରହସ୍ୟ ଘେର ରେ ରହିଯାଇଛି ।ତେବେ ସେହି ହତ୍ୟା ଘଟଣା ଉପରୁ ପର୍ଦ୍ଦା ହଟାଇବା ପାଇଁ ଏବେ ପୁଣି ଥରେ ଅଣ୍ଟା ଭିଡ଼ିଛି କମିସନରେଟ ପୋଲିସ । ନୂଆ ଢଙ୍ଗ ରେ ସେହି ଘଟଣା ର ତଦନ୍ତ କରିବାକୁ ଯୋଜନା କରିଛି କମିସନରେଟ ପୋଲିସ ।ତେଣୁ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ବୁଧବାର ଦିନ କଟକ ଡ଼ି ସି ପି ଙ୍କ ଅଫିସ ରେ ପହଞ୍ଚି ମୃତକଙ୍କ ସମ୍ପର୍କୀୟ ଏବଂ ଡ଼ି ସି ପି ପିନାକ ମିଶ୍ରଙ୍କ ଉପସ୍ଥିତି ରେ ବିସ୍ତୃତ ଭାବେ ଆଲୋଚନା କରିଛନ୍ତି ।ନୂତନ ଭାବେ ଟିମ ଗଠନ କରି ନୂଆ ଢଙ୍ଗ ରେ ତଦନ୍ତ କରିବାକୁ ନିଷ୍ପତ୍ତି ନେଇଛି କମିସନରେଟ ପୋଲିସ ।
ତେବେ ମୃତକଙ୍କ ବଡ଼ଝିଅ କହିଛନ୍ତି ଏହି ହତ୍ୟାକାଣ୍ଡ ପଛରେ ବାପାଙ୍କ ଅତି ନିକଟ ସମ୍ପର୍କୀୟ ତଥା ପାଖ ଲୋକ ରହିଛନ୍ତି ।ଏପରିକି ବାପାଙ୍କ ପାଖରେ ଥିବା ଲୋକ ନଚେତ ପରିବାର ଲୋକେ ହିଁ ଏହି ହତ୍ୟାକାଣ୍ଡ ପଛରେ ରହିଛି ବୋଲି ସେ ପୋଲିସ କୁ କହିଛନ୍ତି । ହେଲେ ତଥ୍ୟ ଅଭାବରୁ ପୋଲିସ କୌଣସି ପଦକ୍ଷେପ ଗ୍ରହଣ କରିପାଉନାହିଁ । ଏହି ହତ୍ୟା ଘଟଣାକୁ ଏତେ ଦିନ ବିତିଯାଇଥିଲେ ସୁଦ୍ଧା ପୋଲିସ ହତ୍ୟାକାରୀ କୂ ଖୋଜି ବାହାର କରିବା ରେ ବିଫଳ ହୋଇଥିବାରୁ ଢେର କ୍ଷୋଭ ପ୍ରକାଶ କରିଛନ୍ତି ମୃତ ବୃଦ୍ଧ ଦମ୍ପତିଙ୍କୁ ପୁଅ ଏବଂ ଝିଅ ।
ଚିତ୍ତରଞ୍ଜନ ସାମନ୍ତରାୟ ଙ୍କ ରିପୋର୍ଟ