MURDER

  • ଜନ୍ମକଲା ମାକୁ ହତ୍ୟାକରି ତିନି ମାସ ଲୁଚାଇ ଥିଲା ଝିଅ

    ମୁମ୍ବାଇ: ଜନ୍ମକଲା ମାକୁ ହତ୍ୟା କରି ତିନି ମାସ ଲୁଚାଇଥିଲା ଝିଅ। ଏପରି ଲୋମଟାଙ୍କୁରା ଦୃଶ୍ୟ ଦେଖିବାକୁ ମିଳିଛି ମୁମ୍ବାଇର କାଲାଚୌକି ଅଞ୍ଚଳରେ । ଘଟଣା ସାମ୍ନାକୁ ଆସିବା ପରେ ପୁଲିସ…

    ସୂଚନା ମୁତାବକ, ସ୍ୱାମୀଙ୍କ ମୃତ୍ୟୁପରେ ବୀଣାଦେବୀ (55) ଝିଅ ରିମ୍ଫଲ ସହ ମୁମ୍ୱାଇର କାଲାଚୌକି ଅଞ୍ଚଳରେ ଇବ୍ରାହିମ ଆପାର୍ଟମେଣ୍ଟରେ ବାସ କରୁଥିଲେ । 23 ବର୍ଷିୟା ଝିଅ ରିମ୍ପଲର ସମସ୍ତ ପଢାଖର୍ଚ୍ଚ ବୀଣାଦେବୀଙ୍କ ଭାଇ  ବହନ କରୁଥିଲେ । କିନ୍ତୁ କୌଣସି କାରଣରୁ କିଛିମାସ ହେବ ବୀଣା ଦେବୀଙ୍କ ସହ ଯୋଗାଯୋଗ କରିପାରୁନଥିଲେ ତାଙ୍କ ଭାଇ । ଫଳରେ  ଭଉଣୀଙ୍କ ଭଲମନ୍ଦ କଥା ବୁଝିବାରେ ଅସମର୍ଥ ଥିଲେ ରିମ୍ପଲଙ୍କ ମାମୁଁ ।

    ଏପରିକି ଯଦି କୌଣସି ବନ୍ଧୁ ବାନ୍ଧବ ବୀଣା ଦେବୀଙ୍କୁ ଦେଖା କରିବାକୁ ଯାଉଥିଲେ ତାଙ୍କୁ କୌଣସି ନା କୌଣସି ବାହାନା ଦେଖାଇ ଫେରାଇ ଦେଉଥିଲା ଝିଅ ରିମ୍ପଲ । କଲୋନୀର ଲୋକଙ୍କ ନଜରଙ୍କୁ ମଧ୍ୟ ବୀଣାଦେବୀ ବହୁ ମାସ ଧରି ଦେଖାଦେଇ ନଥିଲେ । କିଛି ଦିନ ତଳେ ବୀଣା ଦେବୀଙ୍କ ପୁତୁରା ତାଙ୍କୁ ଦେଖା କରିବାକୁ ଆସିଥିବା ବେଳେ ଝିଅ ରିମ୍ପଲ ସମାନ ବାହାନା ଦେଖାଇ ତାଙ୍କୁ ସେଠାରୁ ପଠାଇ ଦେଇଥିଲେ । ଏଥିରେ ତାଙ୍କୁ ସାମାନ୍ୟ ସନ୍ଦେହ ହୋଇଥିଲା ଓ ସେ ତାଙ୍କ ବାପାଙ୍କୁ ସବୁକଥା ଜଣାଇଥିଲେ । ବୀଣା ଦେବୀଙ୍କ ଭାଇ କିନ୍ତୁ ଏଥର ଯାଇ ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ ।

    ପୁଲିସ ଅଭିଯୋଗ ଆଧାରରେ ବୀଣାଦେବୀ ରହୁଥିବା ଇବ୍ରାହିମ ଆପାର୍ଟମେଣ୍ଟରେ ପହଞ୍ଚିଥିଲେ।  ପଚରାଉଚରା ବେଳେ ଝିଅ ରିମ୍ପଲ ପୋଲିସକୁ ବାରମ୍ବାର ମିଛ କହି କଥା ଏଡେଇବାକୁ ବସିଥିଲା  କିନ୍ତୁ ଘରୁ ବାହାରୁଥିବା ଦୁର୍ଗନ୍ଧରୁ ପୁଲିସ ଘର ଭିତରକୁ ଯାଇ ଖୋଜ ଖୋଜି ଆରମ୍ଭ କରିଥିଲା । ପରେ ଘରେ ଥିବା ଆଲମାରୀ ରୁ ବୀଣା ଦେବୀଙ୍କ କଟା ମୁଣ୍ଡ ମିଳିଥିଲା ଯାହା ଗଳିତ ଅବସ୍ଥାରେ ଥିଲା । ଅଧିକ ଛାନଭିନ ପରେ ପାଣି ଟାଙ୍କିରୁ ତାଙ୍କ ଗଣ୍ଡି ଉଦ୍ଧାର ହୋଇଥିଲା। ପୁଲିସ ମୃତଦେହ ଉଦ୍ଧାର କରି ପୋଷ୍ଟମୋର୍ଟମ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି ।

    ଏଥିରୁ ରିମ୍ପଲ ତାଙ୍କ ମାଙ୍କ ହତ୍ୟା କରିଥିବା ଜାଣି ପୋଲସ ତାଙ୍କୁ ଗିରଫ କରି ହେପାଜତକୁ ନେଇଛି  ଓ ଘଟଣାର ଛାନଭିନ ପାଇଁ ପଚରା ଉଚରା ଆରମ୍ଭ କରିଛି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ରିମ୍ପଲ ପୋଲିସକୁ କିଛି ନ କହିଥିବା ଜଣାପଡଛି ।

  • ଡ୍ରେନରୁ ମିଳିଲା ଖଣ୍ଡ ବିଖଣ୍ଡ ଶରୀର

    ଦିଲ୍ଲୀ : ନୋଏଡା ର ସେକ୍ଟର 8  ଡ୍ରେନରୁ ମିଳିଲା ମଣିଷ ଶରୀରର ବହୁ ଅଂଶ । ଖବର ପାଇ ପୋଲିସ ସେହି ଖଣ୍ଡ ଗୁଡିକୁ ଉଦ୍ଧାର କରି ପୋଷ୍ଟ ମୋର୍ଟମ ପାଇଁ ଫରେନସିକ ଲ୍ୟାବକୁ ପଠାଇଛି ଏବଂ ତଦନ୍ତ ଆରମ୍ଭ କରିଛି ।

    ମିଳିଥିବା ସୂଚନା ମୁତାବକ ଦିଲ୍ଲୀର ନୋଏଡାରେ ଗୁରୁବାର ସକାଳେ ଏକ ସମ୍ବେଦନଶୀଳ ଘଟଣା ଦେଖିବାକୁ ମିଳିଥିଲା । ଏଠାରେ ଏକ ଡ୍ରେନରେ ମଣିଷ ଶରୀରର ଖଣ୍ଡ ସବୁ ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ଖବର ପାଇ ଘଟଣାସ୍ଥଳରେ ପୋଲିସ ଫୋର୍ସ ପହଞ୍ଚି ସେସବୁକୁ ସଂଗ୍ରହ କରିବା ସହ ଲୋକ ମାନଙ୍କୁ ପଚରା ଉଚରା କରିଥିଲା । ଖବର ପ୍ରସାରିତ ହେବା ପରେ ସେଠାରେ ଲୋକଙ୍କ ଭିଡ ଦେଖିବାକୁ ମିଳିଥିଲା ।

    ମୃତ ଶରୀର ଟି ସ୍ତ୍ରୀ କିମ୍ବା ପୁରୁଷର ତାହା ପୋଷ୍ଟମୋର୍ଟମ ପରେ ଜଣା ପଡିବ ବୋଲି ଡସିପି ହରିଶଚନ୍ଦ୍ର କହିଛନ୍ତି । ଡିସିପିଙ୍କ କହିବା ମୁତାବକ ମୃତ ଶରୀରକୁ ଦେଖିଲେ ଚାରିରୁ ପାଞ୍ଚଦିନ ପୂର୍ବେ ହତ୍ୟା କରାଯାଇଥାଇପାରେ। କିନ୍ତୁ ସେଠାକାର ଲୋକମାନେ ଏହାକୁ କୌଣସି ମହିଳାଙ୍କର ମୃତ ଶରୀର ବୋଲି ଅନୁମାନ କରୁଛନ୍ତି । ଏବେ ଘଟଣାର ଅଧିକ ତଦନ୍ତ ପାଇଁ ପୋଲିସ ପୋଷ୍ଟମୋର୍ଟମ ରିପୋର୍ଟକୁ ଅପେକ୍ଷା କରିଛି । 

  • BBSR_MURDER_PKG

    ()ରାଜଧାନୀରେ ନବବଧୂ କୁ ହତ୍ୟା ଅଭିଯୋଗ l ଯୌତୁକ ପାଇଁ  ସୈତାନ ସାଜିଲା ସ୍ୱାମୀ l 5ଲକ୍ଷ ଟଙ୍କା ଯୌତୁକ ନ ଆଣିବାରୁ ତଣ୍ଟି ଚିପି ହତ୍ୟା କରିଥିବା ଅଭିଯୋଗ ଆଣିଲେ ପରିବାର ଲୋକେ l ମୃତକ ଜଣକ ହେଲେ ଜଗସିଂହପୁର ଢ଼ିଅସାହି ଅଞ୍ଚଳର ଲକ୍ଷ୍ମୀପ୍ରୟା ମହାନ୍ତି l ସ୍ୱାମୀ ଓ ପରିବାର ଲୋକ ଫେରାର ଥିବା ବେଳେ ମହିଳାଙ୍କ ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ତଦନ୍ତ ଆରମ୍ଭ କରିଛି ପୋଲିସ l

    ଯୌତୁକ ନିଆଁରେ ବଳି  ପଡିଲେ  ନବବଧୂ! ୫ଲକ୍ଷ ଟଙ୍କା ଏବଂ ସୁନା ଚେନ ପାଇଁ ହତ୍ୟା ଅଭିଯୋଗ  ଆଣିଲେ ପରିବାର ଲୋକ l ସ୍ୱାମୀ ଓ ପରିବାର ଲୋକ ଫେରାର ଥିବା ବେଳେ ମହିଳାଙ୍କ ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ତଦନ୍ତ ଆରମ୍ଭ କରିଛି ପୋଲିସ l ଗତ ଅଢେଇ ବର୍ଷ ତଳେ ଜଗସିଂହପୁର ଢ଼ିଅସାହି ଅଞ୍ଚଳର ଲକ୍ଷ୍ମୀପ୍ରିୟା ମହାନ୍ତି ମଞ୍ଚେଶ୍ୱର ଜରିପାଟଣା ଗାଁ ପ୍ରଭାତ ପରିଡ଼ାଙ୍କୁ ବିବାହ କରିଥିଲେ l ହେଲେ ବିବାହ ପରେ ପ୍ରଭାତ ଆରମ୍ଭ କରିଦେଇଥିଲେ ଅତ୍ୟାଚାର l ବିବାହ ବେଳେ 2 ଲକ୍ଷ ଟଙ୍କା ଆଣିଥିଲେ ମଧ୍ୟ ପୁଣି 5 ଲକ୍ଷ ଟଙ୍କା ଏବଂ ସୁନା ଚେନ ଆଣିବା ପାଇଁ ଲକ୍ଷ୍ମୀପ୍ରୟା ଙ୍କୁ ବାଧ୍ୟ୍ୟ କରୁଥିଲେ ଶାଶୁଘର ଲୋକ l ଏମିତି କି ବିଭିନ୍ନ ସମୟରେ ମାଡ ମାରି ବାପା ଘରକୁ ପଠେଇଦେଉଥିଲେ l ସୁନାଚେନ ନ ଆଣିଲେ  ତଣ୍ଟି ଚିପି  ମାରିଦେବାର  ଧମକ  ମଧ୍ୟ  ଦେଇଥିଲେ ସ୍ୱାମୀ ପ୍ରଭାତ l ତେବେ ବୁଧବାର ବିଳମ୍ବିତ ରାତିରେ ଲକ୍ଷ୍ମୀପ୍ରିୟାଙ୍କ ସ୍ବାସ୍ଥ୍ୟବସ୍ଥା ଅତ୍ୟନ୍ତ ଖରାପ ଥିବା କଥା ଲକ୍ଷ୍ମୀପ୍ରିୟାଙ୍କ ଭାଇକୁ ଜଣାଇଥିଲେ ସ୍ୱାମୀ ପ୍ରଭାତ l ଖବର  ପାଇ ଆସି  ପହଁଚିଲା  ପରେ ଘର  ଆଗରେ ଝିଅର  ମୃତଦେହ  ଦେଖିବାକୁ  ପାଇଥିବା ବେଳେ ଫେରାର ଥିଲେ ଶାଶୁଘର ଲୋକ l

    ଘଟଣା ସ୍ଥଳରେ ଏସିପିଙ୍କ ନେତୃତ୍ୱରେ ସାଇଣ୍ଟିଫିକ ଟିମ ଓ ମଞ୍ଚେଶ୍ୱର ଥାନା ପୋଲିସ ପହଁଚି ଆରମ୍ଭ କରିଥିଲେ ତଦନ୍ତ l ମୃତଦେହ ଜବତ କରିବା ସହ ଘରର  ସମସ୍ତ ଜିଣିଷର ଟିକନିକ ପରୀକ୍ଷା କରିଛି ସାଇଣ୍ଟିଫିକ ଟିମ l ପରେ  ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ତେବେ ସ୍ୱାମୀ ପ୍ରଭାତ ଓ ପରିବାର ଲୋକ ବର୍ତ୍ତମାନ ଫେରାର ଥିବାରୁ ଖୁବ ଶୀଘ୍ର ତାଙ୍କୁ ଗିରଫ କରାଗଲା ପରେ  ଏବଂ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଘଟଣା ପଛର ସତ ସାମ୍ନାକୁ ଆସିବ ବୋଲି କହିଛନ୍ତି ଏସିପି।

    ଲକ୍ଷ୍ମୀପ୍ରୟା ମହାନ୍ତିଙ୍କ ମୃତ୍ୟୁ ହତ୍ୟା ନା ଆତ୍ମହତ୍ୟା? ଯଦି ହତ୍ୟା ତେବେ କେମିତି, କଣ ପାଇଁ କିଏ କଲା ହତ୍ୟା? ଆଉ ଯଦି ଆତ୍ମହତ୍ୟା ତେବେ ବିବାହର ଅଢେଇ  ବର୍ଷ ପରେ କଣ ପାଇଁ ନିଷ୍ପତି ନେଲେ ନବ ବଧୂ ଜଣକ? ଯାହା ତଦନ୍ତ ପରେ ସ୍ପଷ୍ଠ ହେବ।

    ସ୍ୱରୂପା ମହାପାତ୍ର ଙ୍କ ରିପୋର୍ଟ

  • ସାମାନ୍ୟ ପାଟିତୁଣ୍ଡରୁ ସ୍ତ୍ରୀକୁ ହାଣିଲା ସ୍ବାମୀ

    କୋରାପୁଟ: ଯେଉଁ ସ୍ତ୍ରୀକୁ ପ୍ରେମ ବିବାହ କରି ଥିଲା, ତାକୁ ହିଁ ନିଜ ହାତରେ ଟାଙ୍ଗିଆରେ ଅତି ନୃଶଂସଭାବେ ହତ୍ୟା  କଲା ବିସାଚ ସ୍ବାମୀ। ସାମାନ୍ୟ ବଚସାରୁ ଚାଲିଗଲା ସ୍ତ୍ରୀର ଜୀବନ। ଘଟଣାରେ ପୁଲିସ ଅଭିଯୁକ୍ତ ସ୍ବାମୀକୁ ଗିରଫ କରିବା ସହ ଆକ୍ରମଣ କରିଥିବା ଟାଙ୍ଗିଆ ଜବତ କରି ଘଟଣାର ତଦନ୍ତ ଚଳାଇଛି। ଏପରି ଘଟଣା ଘଟିଛି କୋରାପୁଟ ଜିଲ୍ଲାର ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ଗିର୍ଲି ଗୁମା ପଞ୍ଚାୟତ ଅଧିନସ୍ଥ ଡକ୍ରିବେଡା ଗାଁରେ।

    କୋରାପୁଟ ଜିଲ୍ଲାର ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ଗିର୍ଲି ଗୁମା ପଞ୍ଚାୟତ ଅଧିନସ୍ଥ ଡକ୍ରିବେଡା ଗାଁର ଅଜୟ ମୁଦୁଲି ନିଜ ସ୍ତ୍ରୀ ମମିତା ମୁଦୁଲି (୨୦) ପ୍ରେମ ବିବାହ କରିଥିଲେ। ବୁଧବାର ଅପରାହ୍ନରେ ଧାନ ବିଲକୁ ଉଭୟ ଯାଇଥିଲେ। କାମ ସାରି ଘରକୁ ଫେରିବା ବାଟରେ ଉଭୟଙ୍କ ମଧ୍ୟରେ କୌଣସି କଥାକୁ ନେଇ ପାଟିତୁଣ୍ଡ ହୋଇଥିଲା।  ଏଥିରେ ଉତ୍କ୍ଷୀପ୍ତ ହୋଇ ଅଜୟ ହାତରେ ଧରିଥିବା ଟାଙ୍ଗିଆରେ ମମତାଙ୍କୁ ହାଣି ଦେଇଥିଲେ। ଏଥିରେ ମମତାଙ୍କ ମୃତ୍ୟୁ ହୋଇଥିଲା।

    ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ସ୍ବାମୀକୁ ନିଜ ହାଜତକୁ ନେବା ସହ ସେ ହାଣିଥିବା ଟାଙ୍ଗିଆକୁ ଜବତ କରିଛି। ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଦେଇଛି।

    ଜଣାପଡିଛି। ଅନ୍ୟ ପଟେ ଅଧିକ ତଦନ୍ତ ପାଇଁ କୋରାପୁଟ ର ଏକ ସାଇଣ୍ଟିପିକ୍ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ତନାଘନା ଚଲାଇ ଥିବା କୁହାଯାଇଛି।

  • ତିନି ବର୍ଷ ପରେ ବି ବୃଦ୍ଧ ଦମ୍ପତିଙ୍କ ହତ୍ୟା ଉପରୁ ଉଠୁନି ପରଦା

    କଟକ: ଖୋଲିବ କଟକ ବେଲେଶ୍ୱର ବରିଷ୍ଠ ନାଗରିକ ଦମ୍ପତିଙ୍କ ହତ୍ୟା ଘଟଣାର ଗୁମର । ଯଦିଓ ଇତି ମଧ୍ୟରେ ସେହି ବର୍ବର ହତ୍ୟାକାଣ୍ଡ ଘଟଣାକୁ ତିନି ବର୍ଷ ପୁରିଛି । ତଥାପି ପୋଲିସ ସେହି ହତ୍ୟାକାଣ୍ଡ ଉପରୁ ପର୍ଦ୍ଦା ହଟାଇବା ପାଇଁ ଏବେ ନୂତନ ଭାବେ ବ୍ଲୁ ପ୍ରିଣ୍ଟ୍ ପ୍ରସ୍ତୁତ କରିଛି । କଟକ ଡ଼ିସିପି ଅଫିସ ରେ ବସି ମୃତକଙ୍କ ସମ୍ପର୍କୀୟଙ୍କ ଉପସ୍ଥିତ ରେ ଏହି ହତ୍ୟା ର ତଦନ୍ତ ବାବଦରେ ବିସ୍ତୃତ ଆଲୋଚନା କରିଛନ୍ତି ପୋଲିସ କମିଶନର ।ଏହି ଡବଲ ମର୍ଡର ପଛରେ ମୃତକଙ୍କ କୌଣସି ନିକଟ ସମ୍ପର୍କିୟଙ୍କ ହାତ ଥିବା ନେଇ ସନ୍ଦେହ ହେଉଛି । ହେଲେ ସେହି ହତ୍ୟାକାରୀ କିଏ ତାର ନୂଆ ଢଙ୍ଗ ରେ ଖିଅ ଖୋଜିବ ପୋଲିସ ।

    କଟକ ମଧୁପାଟଣା ଥାନା ଅର୍ନ୍ତଗତ ବେଲେଶ୍ବର ଡବଲ ମର୍ଡର ଘଟଣା କୁ ଗତ ବୁଧବାର ଦିନ 3 ବର୍ଷ ପୂରିଛି । ବୃଦ୍ଧ ଦମ୍ପତି ଶ୍ରୀନାଥ ସାମଲ ଏବଂ ବିଦୁଲତା ସାମଲକୁ କେହି ଦୁର୍ବୃତ୍ତ 2019 ଡିସେମ୍ବର 13 ତାରିଖ ରାତିରେ ଅତି ବିଭତ୍ସ ଭାବେ ହତ୍ୟା କରି ଫେରାର ହୋଇଥିଲା। ପୋଲିସ ସେହି ଘଟଣା ର ଖିଅ ଏବେ ସୁଦ୍ଧା ପାଇବା ରେ ସଫଳ ହୋଇପାରିନାହିଁ । ଅଭିଯୁକ୍ତ ଧରା ପଡି ନ ଥିବାରୁ ସେହି ହତ୍ୟାକାଣ୍ଡ ପଛର ରହସ୍ୟ ଏବେ ପର୍ଯ୍ୟନ୍ତ କେବଳ ରହସ୍ୟ ଘେର ରେ ରହିଯାଇଛି ।ତେବେ ସେହି ହତ୍ୟା ଘଟଣା ଉପରୁ ପର୍ଦ୍ଦା ହଟାଇବା ପାଇଁ ଏବେ ପୁଣି ଥରେ ଅଣ୍ଟା ଭିଡ଼ିଛି କମିସନରେଟ ପୋଲିସ । ନୂଆ ଢଙ୍ଗ ରେ ସେହି ଘଟଣା ର ତଦନ୍ତ କରିବାକୁ ଯୋଜନା କରିଛି କମିସନରେଟ ପୋଲିସ ।ତେଣୁ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ବୁଧବାର ଦିନ କଟକ ଡ଼ି ସି ପି ଙ୍କ ଅଫିସ ରେ ପହଞ୍ଚି ମୃତକଙ୍କ ସମ୍ପର୍କୀୟ ଏବଂ ଡ଼ି ସି ପି ପିନାକ ମିଶ୍ରଙ୍କ ଉପସ୍ଥିତି ରେ ବିସ୍ତୃତ ଭାବେ ଆଲୋଚନା କରିଛନ୍ତି ।ନୂତନ ଭାବେ ଟିମ ଗଠନ କରି ନୂଆ ଢଙ୍ଗ ରେ ତଦନ୍ତ କରିବାକୁ ନିଷ୍ପତ୍ତି ନେଇଛି କମିସନରେଟ ପୋଲିସ । 

    ତେବେ ମୃତକଙ୍କ ବଡ଼ଝିଅ କହିଛନ୍ତି ଏହି ହତ୍ୟାକାଣ୍ଡ ପଛରେ ବାପାଙ୍କ ଅତି ନିକଟ ସମ୍ପର୍କୀୟ ତଥା ପାଖ ଲୋକ ରହିଛନ୍ତି ।ଏପରିକି ବାପାଙ୍କ ପାଖରେ ଥିବା ଲୋକ ନଚେତ ପରିବାର ଲୋକେ ହିଁ ଏହି ହତ୍ୟାକାଣ୍ଡ ପଛରେ ରହିଛି ବୋଲି ସେ ପୋଲିସ କୁ କହିଛନ୍ତି । ହେଲେ ତଥ୍ୟ ଅଭାବରୁ ପୋଲିସ କୌଣସି ପଦକ୍ଷେପ ଗ୍ରହଣ କରିପାଉନାହିଁ । ଏହି ହତ୍ୟା ଘଟଣାକୁ ଏତେ  ଦିନ ବିତିଯାଇଥିଲେ ସୁଦ୍ଧା ପୋଲିସ ହତ୍ୟାକାରୀ କୂ ଖୋଜି ବାହାର କରିବା ରେ ବିଫଳ ହୋଇଥିବାରୁ ଢେର କ୍ଷୋଭ ପ୍ରକାଶ କରିଛନ୍ତି ମୃତ ବୃଦ୍ଧ ଦମ୍ପତିଙ୍କୁ ପୁଅ ଏବଂ ଝିଅ ।

    ଚିତ୍ତରଞ୍ଜନ ସାମନ୍ତରାୟ ଙ୍କ ରିପୋର୍ଟ

  • ଗୁଣି ଗାରେଡ଼ି ସନ୍ଦେହରେ ହତ୍ୟା

    କେନ୍ଦୁଝର: ଗୁଣି ଗାରେଡ଼ି ସନ୍ଦେହରେ ଦମ୍ପତିଙ୍କୁ ନୃଶଂସ ହତ୍ୟା ଅଭିଯୋଗ। କେନ୍ଦୁଝର ଜିଲ୍ଲା ଦୈତାରି ଥାନା ଅନ୍ତର୍ଗତ ରାସୋଳ ଝୁମୁକିପାଟିଆ ସାହିରେ ବିଳମ୍ବିତ ରାତିରେ ସ୍ବାମୀ ଓ ସ୍ତ୍ରୀଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛନ୍ତି ଦୁର୍ବୃତ୍ତ। ମୃତକ ହେଲେ ବାହାଡା ମୁର୍ମୁ ଓ ଧାନୀ ମୁର୍ମୁ। ଘଟଣାସ୍ଥଳରେ ହରିଚନ୍ଦନପୁର ଓ ଦୈତାରୀ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ଗୁଣିଗାରେଡି ସନ୍ଦେହରେ ହତ୍ୟା ହୋଇଥିବା ସନ୍ଦେହ କରାଯାଉଛି। ବାହାଡ଼ା ମୁର୍ମୁ ଗାଁ ଶାଳରେ ପୂଜାପାଠ କରୁଥିଲେ। ଏହାକୁ ନେଇ କେହି ଦୁର୍ବୃତ୍ତ ତାଙ୍କୁ ଗୁଣି ଗାରେଡ଼ି ସନ୍ଦେହରେ ହତ୍ୟା କରିଥିବା ନେଇ ଗ୍ରାମବାସୀ ସନ୍ଦେହ ପ୍ରକାଶ କରିଛନ୍ତି। ପୋଲିସ, ସାଇଣ୍ଟିଫିକ୍ ଟିମ୍ ସହାୟତାରେ ତଦନ୍ତ ଆରମ୍ଭ କରିଛି।

  • ବାପାକୁ ହତ୍ୟାକଲା ପୁଅ

    ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଆସିକା ପଢାଲ ଗ୍ରାମରେ ଘଟିଛି ଅଭାବନୀୟ ଘଟଣା। ଜନ୍ମ କଲା ପୁଅ ସାଜିଲା ସାଇତାନ। ନିଜ ବାପାକୁ ଛୁରୀ ଭୁସି ହତ୍ୟା କଲା ନିଶାସକ୍ତ ସଇତାନ ପୁଅ। ଏହି ହତ୍ୟା କାଣ୍ଡ ଟି ଗତ ରାତିରେ ଘଟିଥିବା ବେଳେ ବାପା ଦେବରାଜ ନାହାକଙ୍କ ମୃତ୍ୟ ହୋଇଛିl ସୂଚନା ଅନୁଯାୟୀ, କୌଣସି କାରଣକୁ କେନ୍ଦ୍ରକରି ମୃତ ଦେବରାଜ ଓ ତାଙ୍କ ପୁଅ ଅରୁଣ ନାହାକଙ୍କ ମଧ୍ୟରେ ଗଣ୍ଡଗୋଳ ହେଇଥିଲା। ଅରୁଣ ନିଶାସକ୍ତ ଅବସ୍ଥାରେ ପ୍ରଥମେ ପରିବାରର ମା ଓ ଭଉଣୀ ଙ୍କୁ ଆକ୍ରମଣ କରିଥିଲେ l ପରେ ବାପାଙ୍କୁ ଛୁରୀରେ ଆକ୍ରମଣ କରି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ। ଗୁରୁତର ଅବସ୍ଥାରେ ଦେବରାଜଙ୍କୁ ଆସିକା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

  • ଭଉଣୀର ପ୍ରେମିକକୁ ହାଣି ମାରିଲା ଭାଇ

    ବାଲିଗୁଡ଼ା :  ଭଉଣୀର ପ୍ରେମିକକୁ ହାଣିଦେଲା ଭାଇ। ଭଉଣୀର ପ୍ରେମ ବ୍ୟାପାରକୁ  ସହ୍ୟ କରି ନ ପାରି ଭାଇ ହତ୍ୟା କଲା ପ୍ରେମିକକୁ। ଏମିତି ଘଟଣା ଘଟିଛି କନ୍ଧମାଳ ଜିଲ୍ଲାରେ। ପ୍ରେମିକାକୁ ମୋବାଇଲ୍‌ ଫେରାଇବାକୁ ଆସି ପ୍ରାଣ ହରାଇଲା ପ୍ରେମିକ। ଭାଇ ଭଉଣୀର ପ୍ରେମିକକୁ ଦେଖି ଟାଙ୍ଗିଆରେ ହାଣି ଜଙ୍ଗଲରେ ଫିଙ୍ଗି ଦେଲା। ହତ୍ୟା ପରେ ଆତ୍ମସମର୍ପଣ କରିଛି ହତ୍ୟାକାରୀ।

    କନ୍ଧମାଳ ଜିଲ୍ଲା କୂଳପଦର ଗାଁର ପ୍ରଦୀପ କୁମାର ମଲିକଙ୍କର ଗୁଞ୍ଜିବାଡି ପଞ୍ଚାୟତ ଅଞ୍ଚଳର ଜଣେ ଯୁବତୀଙ୍କ ସହ ଗଢିଉଠିଥିଲା ପ୍ରେମ ସମ୍ପର୍କ। ଗତ ୯ ତାରିଖରେ ପ୍ରଦୀପ ଓ ତାଙ୍କ ପ୍ରେମିକା ରାଇକିଆ ବୁଲିକୁ ଯାଇଥିଲେ। ପ୍ରଦୀପ ଯୁବତୀଙ୍କ ମୋବାଇଲ ନେଇଯାଇଥିଲେ।

    ୧୦ ତାରିଖରେ ପ୍ରଦୀପ ମୋବାଇଲ ଫେରାଇବା ପାଇଁ ପ୍ରେମିକାଙ୍କ ଗାଁକୁ ଆସିଥିବା ବେଳେ ପ୍ରେମିକାଙ୍କ ଭାଇ ସହ ମୁହାଁମୁହିଁ ହୋଇଥିଲା। ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ପ୍ରେମିକାଙ୍କ ଭାଇ ଉତ୍ତ୍ୟକ୍ତ ହୋଇ  ପ୍ରଦୀପଙ୍କୁ ଗୋଡ଼ା ଗୋଡ଼ାଇ ଟାଙ୍ଗିଆରେ ହାଣି  ହତ୍ୟା ପରେ ମୃତଦେହକୁ ଗୁଞ୍ଜିବାଡି ନିକଟ ବାଡୁବାଡ଼ି ଜଙ୍ଗଲରେ ଫିଙ୍ଗି ଦେଇଥିଲା।

    ମଙ୍ଗଳବାର  ସକାଳେ ହତ୍ୟାକାରୀ ଭାଇ ସାରଙ୍ଗଡ ଥାନାରେ ଆତ୍ମସମର୍ପଣ କରିଥିଲା। ଆଉ ହତ୍ୟା କରିଥିବା ସ୍ୱୀକାର କରିଥିଲା। ସାଇଣ୍ଟିଫିକ ଟିମ୍‌ ସହାୟତାରେ ସାରଙ୍ଗଡ ଥାନା ପୁଲିସ୍‌ ଘଟଣା ସ୍ଥଳକୁ ଯାଇ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ଏଥିସହ ପ୍ରେମିକଙ୍କ ବାଇକ ଓ ହତ୍ୟାରେ ବ୍ୟବହୃତ ଟାଙ୍ଗିଆ ଜବତ କରିଛି ପୁଲିସ୍‌

  • ଛୁରାମାଡରେ ଜଣେ ମୃତ, ତିନି ଗୁରୁତର

    ନୂଆପଡା: ନୂଆପଡା ଜିଲ୍ଲା ଖଡିଆଳ ସହରର ପୁଟୁପଡାରେ ଏକ ଅଭାବନୀୟ ଘଟଣା। ସାମନ୍ୟ କଥାକୁ ନେଇ ଗଣ୍ଡଗୋଳ ହେବା ସହ ପରେ ପ୍ରତିଶୋଧ ପରାୟଣ ହୋଇ ଛୁରାମାଡ କରିବାରୁ ପୁଟୁପଡାର ପ୍ରଭା ଶବର ନାମକ ଯୁବକଙ୍କ ମୃତ୍ୟୁ ହୋଇଛି। ଘଟଣାରେ ୩ ଜଣ ଗୁରୁତର ଥିବା ଜଣାପଡିଛି। ଗୁରୁତରଙ୍କୁ ଚିକିତ୍ସା ନିମନ୍ତେ ନୂଆପଡା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି। ଅଭିଯୋଗ ପରେ ଖଡିଆଳ ପୋଲିସ ପକ୍ଷରୁ ଏସଡିପିଓ ସନ୍ତକ ଜେନା ଏବଂ ଆଇଆଇସିଙ୍କ ନେତୃତ୍ୟ ରେ ଏକ ଟିମ୍ ପହଚିଂ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ସାହୁପଡା ର ସାଗର ସାହୁ ସୈାଚ କରିବା ପାଇଁ ପୁଟୁପଡା ନିକଟରେ ଥିବା କେନାଲ୍ ନିକଟକୁ ଯାଇଥିଲେ। ରାସ୍ତା କଡରେ ସାଗର ଶୈାଚ କରୁଥିବା ବେଳେ ପୁଟୁପଡାର ସୁରେନ୍ଦ୍ର ଏବଂ ଦେବେନ୍ଦ୍ର ମନା କରିଥିଲେ ଉକ୍ତ ଘଟଣାକୁ ଗଣ୍ଡଗୋଳ କରିବା ସହ ମାଡପିଟ ହୋଇଥିଲା।

  • ଜଙ୍ଗଲରୁ ଯୁବତୀଙ୍କ ମୃତଦେହ ଉଦ୍ଧାର

    ରାୟଗଡ଼ା: ରାୟଗଡ଼ା ଜିଲ୍ଲା ଅମ୍ବାଦଳା ଥାନା ଡିମିରିଗୁଡା ପଞ୍ଚାୟତର ଗୁରୁଟୁ ମାସ୍କା ନାଳ ନିକଟ ଜଙ୍ଗଲରୁ ଜଣେ ଯୁବତୀଙ୍କ ଗଲିତ ଶବ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରିଛି ଅମ୍ବାଦଳା ପୁଲିସ। ମୃତ ମହିଳା ଜଣଙ୍କ ହେଉଛନ୍ତି ଡିମିରିଗୁଡ଼ା ପଞ୍ଚାୟତ କାମାରୀ ଗ୍ରାମର ଆସ୍କୁଲି ମାଝୀ। ସେ ଗତ ୨୪ ତାରିଖ ଦିନ ଠାରୁ ନିଖୋଜ ଥିବା ନେଇ  ଅକ୍ଟୋବର ୧ ତାରିଖ ଦିନ ପରିବାର ପକ୍ଷରୁ ଅମ୍ବାଦଳା ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଅଧାର କରି ଅମ୍ବାଦଳା ପୁଲିସ ଖୋଜା ଖୋଜି ଜାରି ରଖିଥିବା ବେଳେ  ଜଙ୍ଗଲରୁ ତାଙ୍କର ମୃତଦେହ ଉଦ୍ଧାର କରିଛି।  ଶବ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ସରକାରି ମୂଖ୍ୟ ଡ଼ାକ୍ତରଖାନା କୁ ପଠା ଯାଇଛି। ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ତଦନ୍ତ ଜାରି ରଖିଛି।

Back to top button