ଅପରାଧରାଜ୍ୟ

ସୋନାଲି ଫୋଗଟ ହତ୍ୟା, ୫ ଗିରଫ

ବିଜେପି ନେତ୍ରୀ ସୋନାଲି ଫୋଗଟ ହତ୍ୟା ମାମଲା। ଏହି ମାମଲାରେ ମୋଟ ୫ ଜଣଙ୍କୁ ଗିରଫ କରିଛି ଗୋଆ ପୁଲିସ। ଶନିବାର ଦିନ ପୁଲିସ ସୋନାଲିଙ୍କ ପିଏ ସୁଧୀର ସାଙ୍ଗୱାନ ଓ ସାଙ୍ଗ ସୁଖବିନ୍ଦର ସିଂହଙ୍କୁ ଗିରଫ କରିଥିଲା। ଅଗଷ୍ଟ ୨୨ ତାରିଖରେ ଉଭୟ ସୋନାଲିଙ୍କ ସହ ଗୋଆ ଆସିଥିବା କଥା ସ୍ୱୀକାର କରିଛନ୍ତି। ସେଠାରେ ସେମାନେ ଯୋଜନାବଦ୍ଧ ଭାବେ ସୋନାଲିଙ୍କ ମଦରେ ନିଶା ମିଶାଇ ଜବରଦସ୍ତି ତାଙ୍କୁ ପିଆଇଥିଲେ। ତଦନ୍ତନୁଯାୟୀ ଡ୍ରଗ୍ସ ପେଡଲର ଗାଁଓକର ଏବଂ ରେଷ୍ଟୁରାଣ୍ଟ ମାଲିକକୁ ମଧ୍ୟ ଗିରଫ କରାଯାଇଛି। ମାମଲାରେ ଏଯାବତ ପୁଲିସ ୨୦ରୁ ୨୫ ଜଣଙ୍କ ବୟାନ ରେକର୍ଡ କରିଛି ପୋଲିସ।

Related Articles

Leave a Reply

Your email address will not be published.

Back to top button