ଜାତୀୟ

ଉତ୍ତରାଖଣ୍ଡ ଚାମୋଲିରେ ହୋଇଥିବା ଦୁର୍ଘଟଣାରେ ପ୍ରଧାନମନ୍ତ୍ରୀ କଲେ ଶୋକ ବ୍ୟକ୍ତ

ନୂଆଦିଲ୍ଲୀ : ବୁଧବାର ଉତ୍ତରାଖଣ୍ଡ ଚାମୋଲିରେ ଘଟିଥିବା ଦୁର୍ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଃଖ ପ୍ରକାଶ କରିଛନ୍ତି।

ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି, ଅତ୍ୟଧିକ ଯନ୍ତ୍ରଣାଦାୟକ ! ଉତ୍ତରାଖଣ୍ଡର ଚାମୋଲିରେ ଘଟିଥିବା ଦୁର୍ଘଟଣାରେ ଗଭୀର ଦୁଃଖିତ । ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୋର ଗଭୀର ସମବେଦନା ଜଣାଇବା ସହିତ ସମସ୍ତ ଆହତଙ୍କୁ ଶୀଘ୍ର ଆରୋଗ୍ୟ କାମନା କରୁଛି । ରାଜ୍ୟ ସରକାରଙ୍କ ତତ୍ତ୍ୱାବଧାନରେ ସ୍ଥାନୀୟ ପ୍ରଶାସନ ପୀଡ଼ିତଙ୍କୁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଉଛି ।

ସୂଚନାଯୋଗ୍ୟ ଯେ, ଚାମୋଲିର ଆଲାକାନନ୍ଦ ନଦୀ କୂଳରେ ନିର୍ମାଣାଧୀନ ନାମାମି ଗଙ୍ଗେ ପ୍ରକଳ୍ପରେ ବିଦ୍ୟୁତ୍ ସଂଯୋଗ ଯୋଗୁଁ ୧୬ ଜଣ ପ୍ରାଣ ହରାଇଛନ୍ତି ।

Related Articles

Leave a Reply

Your email address will not be published.

Back to top button