ଅପରାଧଜାତୀୟ

ପିଲାଙ୍କ ରୋଗ ନେଇ ସୂଚନା ପରେ ମିଳିଲା ପରିବାରର ୪ ମୃତଦେହ

ଭୋପାଳ: ବିଜେପିର ପୂର୍ବତନ କର୍ପୋରେଟର ଓ ତାଙ୍କ ପତ୍ନୀ ଦୁଇ ସନ୍ତାନଙ୍କ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟା ପୂର୍ବରୁ ବିଜେପି ନେତା ଟ୍ବିଟ କରି ନିଜ ପିଲାଙ୍କ ଦୁରାରୋଗ୍ୟ ସମ୍ପର୍କରେ ସୂଚନା ଦେବା ସହ ଆଉ ବଞ୍ଚିବାକୁ ଚାହୁଁ ନ ଥିବା ଉଲ୍ଲେଖ କରିଥିଲେ।

ବିଦିଶା ଜିଲ୍ଲାର ପୂର୍ବତନ କର୍ପୋରେଟର  ସଞ୍ଜିବ ମିଶ୍ରା, ତାଙ୍କ ପତ୍ନୀ , ସେମାନଙ୍କୁ ଦୁଇ ପୁଅ ଅନମୋଲ (୧୩) ଓ ସାର୍ଥକ(୭)ଙ୍କ ମୃତଦେହ ପୁଲିସ ଉଦ୍ଧାର କରିଥିଲା ଗୁରୁବାର ରାତିରେ। ପୁଲିସ ଅନୁଯାୟୀ ମିଶ୍ରାଙ୍କ ଦୁଇ ସନ୍ତାନ ମସ୍କୁଲାର ହିସ୍ପ୍ରୋରୀ ରୋଗରେ ପୀଡିତ ଥିଲେ। ଏହାକୁ ନେଇ ଉଭୟ ସ୍ବାମୀସ୍ତ୍ରୀ ଚିନ୍ତାଗ୍ରସ୍ତ ହୋଇପଡିଥିଲେ। ଏହି ରୋଗର କୌଣସି ଉପଚାର ନ ଥିବାରୁ ପିଲାମାନଙ୍କୁ ହତ୍ୟା କରିବା ପରେ ଉଭୟ ଆତ୍ମହତ୍ୟା କରିଥିବା ପୁଲିସ ସନ୍ଦେହ କରୁଛି।

ଆତ୍ମହତ୍ୟା ପୂର୍ବରୁ ମିଶ୍ରା ଟ୍ବିଟ କରି ଲେଖିଥିଲେ, ଭଗବାଗ ଏହି ରୋଗ ମୋ ଶତ୍ରୁମାନଙ୍କ ପିଲାଙ୍କୁ ମଧ୍ୟ ନ ଦିଅନ୍ତୁ। ମୁଁ ମୋ ପିଲାଙ୍କୁ ବଞ୍ଚାଇବାକୁ ଅସମର୍ଥ। ଆଉ ବଞ୍ଚିବାକୁ ଚାହୁଁନାହିଁ।  ଏହି ଟ୍ବିଟକୁ ବିଶ୍ଳେଷଣ କରି ପୁଲିସ ଏପରି ସନ୍ଦେହ କରୁଛି।

ସେପଟେ ମାମଲାରେ ବିଦିଶା ଥାନାରେ ଏକ କେଶ ରୁଜୁ କରାଯାଇଛି।

Related Articles

Leave a Reply

Your email address will not be published.

Back to top button