ପୂର୍ବତନ ଡିଏସ୍ଡବ୍ଲୁ୍ୟଓ ଜୟନ୍ତୀ ବେହେରାଙ୍କ ଘରେ ଭିଜିଲାନ୍ସ ଚଢାଉ

Spread the love

ଭଦ୍ରକ : ଭଦ୍ରକର ପୂର୍ବତନ ଜିଲା ସମାଜ ମଙ୍ଗଳ ଅଧିକାରିଣୀ ଜୟନ୍ତୀ ବେହେରାଙ୍କର ବିଭିନ୍ନ ଘର ଉପରେ ଚଢାଉ କରାଯାଇ ଆଜି ମିଳିଛି କୋଟି କୋଟି ଟଙ୍କାର ସଂପତ୍ତି । ଭିଜିଲାନ୍ସ ସୂତ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ ଜୟନ୍ତୀ ଭଦ୍ରକରେ ଥିବାବେଳେ ତାଙ୍କ ନାମରେ ଅବଧି ସରିଥିବା ଛତୁଆ ଯୋଗାଣକୁ ନେଇ ବହୁ ଅଭିଯୋଗ ହୋଇଥିଲା। କିନ୍ତୁ ସେ ପ୍ରଶାସନ ଠାରୁ ଆରମ୍ଭ କରି ନେତା-ମନ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ହାତବାରିଶି କରି ବର୍ତ୍ତି ଯାଇଥିଲେ। କିନ୍ତୁ ଛୋଟ ଛୋଟ ଶିଶୁଙ୍କ ମୁହଁରେ ସେ ଯେଭଳି ବିଷରୂପୀ ଛତୁଆ ଦେଇଥିଲେ, ତାହାର ଅଭିଶାପ ଆଜି ପଡିଛି ବୋଲି ବହୁ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହୋଇଛି। ତେବେ ଭିଜିଲାନ୍ସ ବିଭାଗ ଆଜି ସକାଳୁ ଏକକାଳୀନ ୧୧ଟି ସ୍ଥାନରେ ଚଢାଉ କରି ଯେଉଁ ବିପୁଳ ପରିମାଣର ସଂପତ୍ତି ଠାବ କରିଛି, ତାହା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛି। ଜୟନ୍ତୀ ବେହେରାଙ୍କ ଫିରିଙ୍ଗି ପାଟଣାରେ ଏକ ତିନିମହଲା ବିଶିଷ୍ଟ ବାସଭବନ, ବାଲେଶ୍ବର ସହଦେବଖୁସ୍ଥିତ ସିଦ୍ଧେଶ୍ବର କଲୋନୀରେ ଓ ଗଣେଶ୍ୱରପୁରରେ ତିନି ମହଲା ଦୁଇଟି ଘର ଏବଂ ଏଥିସହିତ ଗଣେଶ୍ୱରପୁରରେ ଆଉ ଏକ ଅର୍ଧ ନିର୍ମିତ ଦୁଇମହଲା ଘର, ଭୁବେନଶ୍ୱର ଗୌତମ ନଗର ଓ ଓଲଡ୍ ଟାଉନ୍ ଅଞ୍ଚଳରେ ଫ୍ଲାଟ୍ ମାନ ରହିଛି। ଏ ସମସ୍ତ ସ୍ଥାନରେ ଭିଜିଲାନ୍ସର ଚଢାଉ ଜାରି ରହିଥିବାବେଳେ ଜୟନ୍ତୀ କାର୍ଯ୍ୟାଳୟ ସମେତ ତାଙ୍କ ପୁଅ ରୋହିତ କୁମାର ମଣ୍ଡଳଙ୍କ ବାଲେଶ୍ୱରରେ ଥିବା କଲ ସେର ଅଫିସ୍ର ଚାମ୍ବରରେ ମଧ୍ୟ ଚଢାଉ କରିଛି ଭିଜିଲାନ୍ସ। ଏତଦ୍ବ୍ୟତୀତ ଭଦ୍ରକରେ ଥିବା ତାଙ୍କ ପୈତୃକ ଘର, ବାଲେଶ୍ୱରର ସୁନହଟରେ ଥିବା ସମ୍ପର୍କୀୟଙ୍କ ଘରେ ମଧ୍ୟ ଚଢାଉ କରାଯାଇଛି। ତାଙ୍କ ସଂପତ୍ତିର ତାଲିକା ମଧ୍ୟରେ ବାଲେଶ୍ବର ଗଣେଶ୍ୱରପୁରରେ ୧୭୦୦ ବର୍ଗଫୁଟ ଜାଗାରେ ଏକ ତିନିମହଲା ବିଶିଷ୍ଟ କୋଠା, ଫିରିଙ୍ଗି ପାଟଣାରେ ୧୪୦୦ ବର୍ଗଫୁଟର ଦୁଇମହଲା କୋଠା, ଗଣେଶ୍ବରପାଟଣାରେ ୧୦୦୦ ବର୍ଗଫୁଟର ଆଉ ଏକ ଦୁଇମହଲା କୋଠା, ଭୁବେନଶ୍ବର ଗୌତମ ନଗର ରୟାଲ ରେସିଡେନ୍ସିରେ ଏକ ୩ ବିଏଚ୍କେ ଫ୍ଲାଟ୍, ଭୁବଶ୍ବେର ଓଲଡ୍ ଟାଉନରେ ଆଉ ଏକ ୩ ବିଏଚ୍କେ ଫ୍ଲାଟ ସମେତ ବାଲେଶ୍ବର ପ୍ରମୁଖ ଜାଗାରେ ରହିଛି ୪ ଟି ପ୍ଲଟ୍। ଅନ୍ୟାନ୍ୟ ସଂପତ୍ତି ମଧ୍ୟରେ ଭିଜିଲାନ୍ସ ଜବତ କରିଛି ନଗଦ ୨.୭୦ ଲକ୍ଷ ଟଙ୍କା, ୫୩ ଲକ୍ଷ ପୋଷ୍ଟାଲ ଇନ୍ସୁ୍ୟରାନ୍ସ ସମେତ ୧.୪୦ କୋଟି ଟଙ୍କା। ଗୋଟିଏ ମାରୁତି ବାଲିନୋ ଗାଡି, ଗୋଟିଏ ଦୁଇ ଚକିଆ ଗାଡି, ଦୁଇ କେଜିର ରୂପା ଗହଣା। ତେବେ ତଦନ୍ତ ପ୍ରକ୍ରିୟା ଜାରି ରହିଥିବାରୁ ସବିଶେଷ ସଂପତ୍ତି ତାଲିକା ଯା ଶେଷ ପରେ ଜଣାପଡିବ ବୋଲି କହିଛନ୍ତି ଜଣେ ବରିଷ୍ଠ ଭିଜିଲାନ୍ସ ଅଧିକାରୀ। ଏହି ଚଢାଉରେ ଜଣେ ଅତିରିକ୍ତ ଏସ୍ ପି, ୪ ଜଣ ଡିଏସ୍ପି, ୮ ଜଣ ଆଇଆଇସି ଓ କନେଷ୍ଟବଳ ସାମିଲ ଥିବାର ଜଣାପଡିଛି।

Leave a Reply

Your email address will not be published. Required fields are marked *